ରାଜ୍ୟ

ଭତ୍ତା ବାବୁ ଭୟରେ, ଘୋଟାଲାର ସର୍ଦ୍ଦାର ବନି ଘୋଟାଲାକୁ ଅଗ୍ରାଧିକାର ?

ଯୋଡ଼ା : ରାଜଧାନୀର ମାସିକିଆ ଭତ୍ତା ଅଫିସରକୁ ଅନେକଙ୍କ ଭୟ କିନ୍ତୁ ଭତ୍ତା ଅଫିସରଙ୍କୁ ନିଜ କଳା କାରନାମାର ଖବର ବ୍ୟାପକର ଭୟ ଘାରିଛି ଗତ କିଛି ମାସ ଧରି। ହେଲେ ତଥାବି ନିଜର ଅଭ୍ୟାସର ଲୋଭର ଆସକ୍ତି ଘୋଟାଲା ଛାଡିବାକୁ ନାରାଜ ଏହି ରାଜଧାନୀର ମାସିକିଆ ଭତ୍ତା ଅଫିସର ଜଣକ। ତେଣୁ ଜିଲ୍ଲା ବିଭାଗରୁ ଭତ୍ତା ଅଫିସରଙ୍କ କାର୍ଷଦି କରି ନିର୍ଦ୍ଦେଶରେ ,ଡିମାଣ୍ଡ ଥିବା ସ୍ଥାନୀୟ ଘୋଟାଲା ବିଭାଗକୁ ଅଣାଯାଏ ଘୋଟାଲାର ସର୍ଦ୍ଦାର ବାନେଇବାକୁ । ବିଭାଗରେ ନୂତନ କରି ଯୋଗ ଦେଇଥିବା ପୂର୍ବତନ ଉକ୍ତ କର୍ମଚାରୀ ଜଣକ ଅଫିସର ମାନ୍ୟତା ଥିବା ସତ୍ତ୍ବେ ଅତ୍ୟନ୍ତ ସାଧାରଣ,ସରଳ ସ୍ୱଭାବର ହୋଇଥିବାରୁ ଲାଭ ଉଠାନ୍ତି ରାଜଧନୀରେ ବସିଥିବା ଚିତା କଟା ଭତ୍ତା ଅଫିସର ଜଣକ ତାହାକୁ ଚାତକ ପରି ଚାହିଁ ବସିଛିନ୍ତି ବହୁ ଅଫିସର । ତେବେ ଦେଖିବାକୁ ଗଲେ ଏକ ପ୍ରକାର ମଝିରେ ରହି ହରଡ ଘାଣରେ ପଡ଼ିଲେ ନୂତନ ନିଯୋଗ ଅଫିସର କରିବେ କଣ? ବର୍ତ୍ତମାନ ନିଯୋଗ ଅଫିସରଙ୍କ ସମ୍ମୁଖରେ ବଡ଼ ପ୍ରଶ୍ନ ଠିଆ ହୋଇଛି ଯେ ଭତ୍ତା ଅଫିସରଙ୍କ କଥାରେ ପଡି ଘୋଟାଲାର ସର୍ଦ୍ଦାର ବନିବେ ନା ଉଚିତ ରାସ୍ତାରେ ପାଦ ଥାପି ରାଜକୋଷକୁ ସମୃଦ୍ଧ କରିବାରେ ସହାୟତା ରହିବେ ? ତେବେ ଏକ ବିସ୍ଵସ୍ଥ ସୂତ୍ରରୁ ଜାଣିବାକୁ ମିଳେ ଯେ ରାଜଧାନୀର ମାସିକିଆ ଭତ୍ତା ଅଫିସର ନିଜ ନିଜ ଘୋଟାଲାର ଅଭିବୃଦ୍ଧି ନିମନ୍ତେ କାଳିଆ ଭାଲୁ ଏବଂ ଘୋଟାଲା ଟିମର ଘୋଟାଲା ଧରାପଡ଼ି ଫସିବାରୁ ମୁକ୍ତି ନିମନ୍ତେ ସମସ୍ଥ ଦୋଷକୁ ଉକ୍ତ ନୂତନ ନିଯୋଗ ଅଫିସର ମୁଣ୍ଡରେ ସମସ୍ତ ଅଠା ବୋଲିବାର ଯୋଜନା ରହିଛି । ତେବେ ଉକ୍ତ ନୂତନ ନିଯୋଗ ଅଫିସର ନିଜକୁ ଉଚିତ ସ୍ଥାନରେ ରଖି କାର୍ଯ୍ୟ ସ୍ୱଚ୍ଛତାରେ କରିବେ ନା ଘୋଟାଲାର ସର୍ଦ୍ଦାର ବନି ରହିବେ ତାହା ସମୟ ସପକ୍ଷ। ଯାହାର ସମସ୍ତ କାର୍ଯ୍ୟକଳାପ ଉପରେ ସ୍ଥାନୀୟ ଜନସାଧାରଣ ନଜର ଦେଇ ବସି ।

Leave a Reply

Your email address will not be published. Required fields are marked *