ମୁଖ୍ୟ ଖବର

ଇସ୍ତଫା ଦେଲେ ମନୀଷ ସିସୋଡିଆ-ସତ୍ୟେନ୍ଦ୍ର ଜୈନ

ନୂଆଦିଲ୍ଲୀ : ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ତଥା ଆମ ଆଦମୀ ପାର୍ଟିର ନେତା ମନୀଷ ସିସୋଡିଆ ଏବଂ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ମଙ୍ଗଳବାର ନିଜ ପଦରୁ ଇସ୍ତଫା ଦେଇଛନ୍ତି। ଉଭୟଙ୍କ ଇସ୍ତଫା ପତ୍ରକୁ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲ ସ୍ବୀକାର କରିଥିବା ଜଣାପଡ଼ିଛି। ବର୍ତ୍ତମାନ ମନୀଷ ସିସୋଡିଆ ମଦ ନୀତି ଦୁର୍ନୀତି ମାମଲାରେ ଜେଲ୍‌ରେ ଥିବା ବେଳେ ସବିଆଇ ତାଙ୍କୁ ୫ଦିନିଆ ରିମାଣ୍ଡରେ ନେଇଛି। ସେହିପରି ମନି ଲଣ୍ଡରିଂ ମାମଲାରେ ଇଡି ସତ୍ୟେନ୍ଦ୍ର ଜୈନଙ୍କୁ ଗିରଫ କରିଥିଲା। ଗତ ୯ମାସରୁ ସତ୍ୟେନ୍ଦ୍ର ଜୈନ ଜେଲ୍‌ରେ ଅଛନ୍ତି। ଯଦି ଦୁଇ ବର୍ଷ କିମ୍ବା ତା’ଠାରୁ ଅଧିକ ଜେଲ୍‌ ଦଣ୍ଡାଦେଶ ହୁଏ ତେବେ ସିସୋଡିଆ ଏବଂ ଜୈନ ନିଜ ଆସନ ହରାଇପାରନ୍ତି। ଏଥିସହ ୬ବର୍ଷ ପର୍ଯ୍ୟନ୍ତ ନିର୍ବାଚନ ଲଢ଼ିପାରିବେ ନାହିଁ ବୋଲି ଚର୍ଚ୍ଚା ହେଉଛି। ସୂଚନାଯୋଗ୍ୟ, ମନୀଷ ସିସୋଡିଆ ଦିଲ୍ଲୀ ସରକାରଙ୍କ ୩୩ଟି ବିଭାଗର ୧୮ଟି ଦାୟିତ୍ୱରେ ଥିଲେ। ଜୈନ ଜେଲ୍‌ ଯିବା ପରେ ତାଙ୍କ ବିଭାଗର କାର୍ଯ୍ୟ ମଧ୍ୟ ସିସୋଡିଆ ବୁଝୁଥିଲେ ।

Leave a Reply

Your email address will not be published. Required fields are marked *