ରାଜନୀତି

ମାନହାନୀ ମାମଲାରେ ଅଶୋକ ଗେହଲଟଙ୍କୁ ଝଟକା

ନୂଆଦିଲ୍ଲୀ,: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ମଙ୍ଗଳବାର ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ପାଇନାହାଁନ୍ତି। କେନ୍ଦ୍ର ଜଳ ଶକ୍ତି ମନ୍ତ୍ରୀ ଗଜେନ୍ଦ୍ର ସିଂ ଶେଖାୱତଙ୍କ ଦ୍ୱାରା ଦିଆଯାଇଥିବା ମାନହାନୀ ମାମଲାରେ ତାଙ୍କୁ ଦୋଷମୁକ୍ତ କରିବା ପାଇଁ ଗେହଲଟ କୋର୍ଟରେ ଆବେଦନ କରିଥିଲେ। ଯାହାକୁ ଦିଲ୍ଲୀର ରୌଜ୍‌ ଏଭିନ୍ୟୁ କୋର୍ଟ ଖାରଜ କରିଦେଇଛନ୍ତି। ଏସିଏମଏମ ହରଜିତ୍‌ ସିଂ ଜସପାଳଙ୍କ କୋର୍ଟ ମୁଖ୍ୟମନ୍ତ୍ରୀ ଗେହଲଟଙ୍କୁ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ବିରୋଧରେ ମାନହାନି ମାମଲା ଜାରି ରହିବ ବୋଲି କୋର୍ଟ କହିଛନ୍ତି।

ମାମଲାର ଶେଷ ଶୁଣାଣିରେ କେନ୍ଦ୍ର ମନ୍ତ୍ରୀ ଶେଖାୱତଙ୍କ ଓକିଲ ଗେହଲଟଙ୍କ ଆବେଦନକୁ ବିରୋଧ କରି କହିଛନ୍ତି ଯେ, ଗେହଲଟଙ୍କ ଆବେଦନ ଶୁଣାଣି ଯୋଗ୍ୟ ନୁହେଁ। ସେପ୍ଟେମ୍ବର ୧୪ରେ, ଗେହଲଟ ଏବଂ ଶେଖାୱତଙ୍କ ଓକିଲଙ୍କ ପକ୍ଷରୁ ବିତର୍କ ପରେ କୋର୍ଟ ୧୯ସେପ୍ଟେମ୍ବର ପାଇଁ ଏହି ରାୟ ସଂରକ୍ଷଣ ରଖିଥିଲେ।

Leave a Reply

Your email address will not be published. Required fields are marked *