ରାଜନୀତି

ନବୀନ ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି


ଭୁବନେଶ୍ଵର:- ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେଇ କୁଚକ୍ରୀ ବିଜେଡି ଓ ବିଜେପି ମହିଳା ମାନଙ୍କୁ ପୁରୁଷ ମାନଙ୍କ ଠାରୁ ଚିରଦିନ ପାଇଁ ପଛୁଆ କରିଦେଲେ ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ଇଣ୍ଡିଆରେ ସଂରକ୍ଷଣ ନୀତି ଓ ଆଇନର ପୁନବିନ୍ୟାସ ଆବଶ୍ୟକତା ରହିଛି ବୋଲି ଇଣ୍ଡିଆନ ସିଟିଜେନସ୍ ପାର୍ଟି ସଭାପତି ତଥା ଓଡ଼ିଶା ହାଇକୋର୍ଟ ର ଆଡଭୋକେଟ୍ ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ଇଣ୍ଡିଆରେ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣର ପ୍ରାପ୍ୟ, ଆଇନ୍ ସମ୍ମତ ଏକ ଅଧିକାର ବୋଲି ଶ୍ରୀ ରାଉତ୍ ରୋକଠୋକ୍ ଶୁଣାଇଛନ୍ତି କୁଚକ୍ରୀ ବିଜେଡି, ବିଜେପି ଦଳ କାହିଁକି ମହିଳା ମାନଙ୍କୁ ଦୁର୍ବଳ ଓ ପଛୁଆ କରିବାକୁ ଚାହୁଁଛନ୍ତି ସେ ସଂକ୍ରାନ୍ତରେ ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ଶ୍ରୀ ରାଉତ୍ ଦାବି କରିଛନ୍ତି। ସରକାର୍ ଗଢିଲେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ସରକାର୍ ମହିଳା ମାନଙ୍କ ପାଇଁ ୫୦ ପ୍ରତିଶତ ସଂରକ୍ଷଣ ଆଇନ୍ ପାସ କରିବ। ମହିଳାଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କାହିଁକି କଲେ ଏବଂ ୨୦୨୯ ରୁ କାହିଁକି ଲାଗୁ କରିବେ ଏଥିରୁ ନବୀନ ପଟ୍ଟନାୟକ ଓ ନରେନ୍ଦ୍ର ମୋଦିଙ୍କୁ ମହିଳାଙ୍କ ବିରୁଦ୍ଧରେ ଚକ୍ରାନ୍ତ ସ୍ପଷ୍ଟ ବୋଲି ଶ୍ରୀ ରାଉତ କହିଛନ୍ତି। ସଂଶୋଧନ ନକଲେ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ମାନ୍ୟବର୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶ ପୁତ୍ତଳିକା ଦାହ କରିବ ବୋଲି ଧମକ ଦେଇଛି।

Leave a Reply

Your email address will not be published. Required fields are marked *