ରାଜନୀତି

ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ଓଡ଼ିଶାର ସମସ୍ତ ବିଧାନସଭା ଓ ଲୋକସଭା ଆସନରେ ପ୍ରାଥୀ ଦେବ


ଭୁବନେଶ୍ଵର:ତା : ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ର ରାଜ୍ୟ କାର୍ଯ୍ୟକାରୀ କମିଟି ବୈଠକରେ ଓଡ଼ିଶାର
ସାମ୍ପ୍ରତ୍ତିକ ରାଜନୈତିକ ପରିସ୍ଥିତି ଏବଂ ଆସନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନ ସମ୍ବନ୍ଧରେ ଆଲୋଚନା କରାଯାଇଥିଲା। ଓଡ଼ିଶାର ସମସ୍ତ ୨୧ ଟି ଲୋକସଭା ଏବଂ ୧୪୭ ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଦଳ ପ୍ରାର୍ଥୀ ବା ପ୍ରାର୍ଥୀନି ଛିଡ଼ା କରାଇବା ଦଳର କାର୍ଯ୍ୟରତ କର୍ମକର୍ତ୍ତାଙ୍କ ବ୍ୟତୀତ କେତେକ ନୂତନ ଚଳଚଞ୍ଚଳ ଯୁବକ, ଯୁବତୀ ମାନଙ୍କୁ ଦଳ ପ୍ରାର୍ଥୀ ବା ପ୍ରାର୍ଥୀନି କରିବ। ପ୍ରତ୍ୟେକ ବିଧାନସଭା ଏବଂ ଲୋକସଭା ନିର୍ବାଚନ ମଣ୍ଡଳୀ ରେ ପଦଯାତ୍ରା, ବାଇକ୍ ରାଲି, ସାଧାରଣ ସଭା ଓ କର୍ମୀ ସମ୍ମିଳନୀ ଇତ୍ୟାଦି କରିବା ପାଇଁ ମଧ୍ୟ ନିଷ୍ପତ୍ତି ଗ୍ରହଣ କରାଗଲା। ପାର୍ଟି ର ସଭାପତି ରମେଶ ଚନ୍ଦ୍ର ରାଉତ ଅଧ୍ୟକ୍ଷତା କରିଥିଲେ, ସାଧାରଣ ସମ୍ପାଦକ ନରେନ୍ଦ୍ର କୁମାର ମଲ୍ଲିକ ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ରୁ ପ୍ରାର୍ଥୀ ବା ପ୍ରାର୍ଥୀନି ହେବା ପାଇଁ କେତେକ ରାଜନୈତିକ ନେତା ଓ ନେତ୍ରୀ ଆଗ୍ରହ ପ୍ରକାଶ କରିଥିବାର କହିଥିଲେ ଏବଂ କେତେକ ପୂର୍ବତନ ବିଧାୟକ, ବିଧାୟିକା ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି ରୁ ପ୍ରାର୍ଥୀ ,ପ୍ରାର୍ଥୀନି ହେବା ପାଇଁ
ଯୋଗାଯୋଗ କରିଥିବାର କୋଷାଧ୍ୟକ୍ଷ ସନାତନ ଗ୍ରହାଚାର୍ଯ୍ୟ କହିଥିଲେ ଏବଂ ଧନ୍ୟବାଦ୍ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *