ରାଜ୍ୟ

ପ୍ରାଥମିକ ବିଦ୍ୟାଳୟ ର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଅନୁଷ୍ଠିତ

ନିମାପଡା : ସ୍ଥାନୀୟ ବ୍ଲକ ଅନ୍ତର୍ଗତ ନୂଆସନ୍ଥ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବନ୍ଧମୁଣ୍ଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ଉତ୍ସବ ଆଜି ମହା ସମାରୋହରେ ପାଳିତ ହୋଇଯାଇଛି।ଏହି ଉପଲକ୍ଷେ ଆୟୋଜିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଯୋଗଦେଇ ଥିବାବେଳେ ସମ୍ମାନୀତ ଅତିଥି ଭାବେ ପଞ୍ଚାୟତ ସମିତି ଉପାଧ୍ୟକ୍ଷା ଅନୁସୟା ମହାନ୍ତି,ସରପଞ୍ଚ ପ୍ରଫୁଲ୍ଲ କୁମାର ସ୍ବାଇଁ,ସମିତି ସଭ୍ୟ ଦୁର୍ଗା ପ୍ରସାଦ ପ୍ରଧାନ, ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରି ସରୋଜିନୀ ମିଶ୍ର, ସୌଦାମିନୀ ଦାଶ, ଉତ୍କଳମଣି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନୃସିଂହ ଚରଣ ବେହେରା ଓ ଅବସରପ୍ରାପ୍ତ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରି ସୁରେନ୍ଦ୍ର ସାହୁ ପ୍ରମୁଖ ଯୋଗ ଦେଇଥିଲେ।ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ବେହେରା ଉତ୍ସବରେ ଅଧ୍ୟକ୍ଷତା କରିଥିଲେ।ଏହି ଅବସରରେ ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ବାସୁଦେବ ଦାଶ,ବ୍ରଜବନ୍ଧୁ ଦାଶ,ହରେକୃଷ୍ଣ ବାରିକ ଓ ଲିଙ୍ଗରାଜ ଦାଶଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଅନ୍ୟମାନଙ୍କ ମଧ୍ୟରେ ସି.ଆର.ସି.ସି ଜ୍ଞାନ ରଞ୍ଜନ ଦାଶ, ସହକାରୀ ଶିକ୍ଷକ ପ୍ରହଲ୍ଲାଦ ଦାଶ,ଶ୍ରୀଧର ଦାଶ, ପରିଚାଳନା କମିଟି ଅଧ୍ୟକ୍ଷ ଶିବେନ୍ଦ୍ର ସେଠୀ,ଉପାଧ୍ୟକ୍ଷ ମିନା ପ୍ରଧାନଙ୍କ ସମେତ ନିକଟସ୍ଥ ଅନେକ ବିଦ୍ୟାଳୟର ଶିକ୍ଷକ ,ଶିକ୍ଷୟିତ୍ରୀ, ଗ୍ରାମବାସୀ ଏବଂ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ଶେଷରେ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Leave a Reply

Your email address will not be published. Required fields are marked *