ମନୋରଞ୍ଜନ

ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ କପୁର

ମୁମ୍ବାଇ,: ବଲିଉଡ୍‌ ଅଭିନେତା ଅନିଲ କପୁର ଦିଲ୍ଲୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ସେ ଅଦାଲତରେ ନିଜର ବ୍ୟକ୍ତିଗତ ଅଧିକାରର ସୁରକ୍ଷା ପାଇଁ ନିବେଦନ କରିଛନ୍ତି। କାରଣ ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କ ନାମ ଓ ପରିଚୟକୁ ନେଇ ଅପବ୍ୟବହାର କରାଯାଉଥିବାରୁ ସମାଜରେ ସମ୍ମାନ ହାନି ହେବା ସହ ବ୍ୟକ୍ତିତ୍ୱ ଉପରେ କୁପ୍ରଭାବ ପଡ଼ିବ ବୋଲି ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ତେବେ ଦିଲ୍ଲୀ ହାଇକୋର୍ଟ ଅନିଲଙ୍କ ବ୍ୟକ୍ତିତ୍ୱ ଅଧିକାରକୁ ସୁରକ୍ଷା ଦେଇ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଦେଇଛନ୍ତି ଏବଂ ବିଭିନ୍ନ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲଗାଇଛନ୍ତି।

Leave a Reply

Your email address will not be published. Required fields are marked *