ରାଜ୍ୟ

କେତେ ହେଲେଣି,ଖଣି ବିଭାଗର କୁବେର ଯୁବ ଅଫିସର ,ଆଉ କେତେ ହେବେ?

ବଡ଼ବିଲ : ଖଣି ଅଞ୍ଚଳର, ଖଣି ବିଭାଗରେ ଚାକିରୀ କରିବାଟା ଭାରି ଫାଇଦା ହୋଇ ଚାଲିଛି । କଥାରେ ଅଛି ଯେ, ମାଛ ଖାଇବ ଇଲିସି,ଚାକିରୀ କରିବ ପୁଲିସ କିନ୍ତୁ ଏବେ ମାଛ ଯଦି ଖାଇବ ଇଲିସି ତେବେ ଚାକିରୀ କରିବାକୁ ଖଣି ବିଭାଗଟା ସରଳ ଉପାୟ। ଏହାକୁ ଦେଖି ଅଞ୍ଚଳକୁ ଛୁଟେ ଅନେକଙ୍କର ଲମ୍ବା ଲାଇନ,ସେବି କେବଳ ଯୋଡ଼ା ଏବଂ କୋଇଡା ଖଣି ଅଞ୍ଚଳ ମୁଖ୍ୟତଃ । ଏଠିକି ଯେ ଅଫିସର ଆସିଲା ସେ ଆଉ କଣ ଇଲିସି ନଖାଇ ଫେରିଯିବା ହୁଏ କି ? ତଥାବି ବିରାଡ଼ି ସାଜିଛି ବୈଷ୍ଣବ ପରି ଏଠାକର ଖଣିର ଅଫିସରଙ୍କ ଦାୟିତ୍ବ ଖଣି ଜଗିଛି ହେଲେ କୁବେର ବନିବା ପାଇଁ ଖଣିର ଯୁବ ଅଫିସରଙ୍କ ଏବେ ରୂପ ଅନେକ ବୋଲି ଧୀରେ ଧୀରେ ପଦାକୁ ଆସି ସବୁ ମହଲରେ ଗୋଟିଏ ଆଲୋଚନା ଲାଗିଛି । ଖଣିର କାମ କେତେ ହେଲା , ରାଜକୋଷ ପଛେ ଢିଲା ହେଲା ,ଆସିବାର ବର୍ଷେ ମଧ୍ୟେ ଖଣି ଅଫିସରଙ୍କ ବହୁ ପ୍ରଗତି ଶୀଘ୍ର ଶୀଘ୍ର ମାଡ଼ି ଆସେ କୁଆଡୁ ବିଭାଗୀୟ ଲୋକେ ଆଲୋଚନା କରନ୍ତି । ବର୍ଷେ ଗୋଟିଏରେ ପ୍ରଗତି ଧାରାରେ ଜୁଡୁ ବୁଡୁ ହେବାର ଦେଖା ଦିଅନ୍ତି ଖଣି ଅଫିସର ଦାମୀ ଗାଡ଼ି, ମିଳିଥିବା ଘରେ ବହୁ ମୂଲ୍ୟବାନ ଶୀତ ତାପ ନିୟନ୍ତ୍ରଣ ଯନ୍ତ୍ର,ଏକାଧିକ ଦାମୀ ମୋବାଇଲ ଫୋନ ଟେବୁଲ୍ ଉପରେ ଗଦା ପଡ଼ିବା ବ୍ୟତୀତ ସମସ୍ତ ଆସବା ପତ୍ର ମହଜୁଦ ସହଜରେ ଉପଲବ୍ଧି ହେବା ସହ ନିଜ ପୈତୃକ ଗ୍ରାମକୁ ଯଦି ଦୃଷ୍ଟି ଦିଆଯାଏ କେବେ ତେବେ ଗ୍ରାମରେ କୌଣସି ଅଭାବ ରଖି ନଥିବା ବେଳେ ନୂତନ ଚାକ ଚିକଣ କୋଠା ସହ ପ୍ରମୁଖ କେତେକ ସହରରେ ଭିତିରିଆ ହୁଏ ଏକାଧିକ ଦାମୀ ପ୍ଲଟ ଖଞ୍ଜା । ତେବେ ଏ ସବୁ ହୁଏ ବର୍ଷ କେଇଟାରେ, ପୁଣି ଖଣି ଅଫିସରଙ୍କ ପାଇଁ କମ୍ପାନୀର ଗୁଡିକର ବଦାନ୍ୟତା ସେତିକିରେ ସରେନି ଯେ ପ୍ରାୟ ପ୍ରତ୍ୟେକ ସପ୍ତାହରେ ଶୁକ୍ରବାର ଛୁଟି ଆସିଲେ ମାନେ ଖଣ୍ଡିଏ ଲେଖାଏଁ ଧଳା ରଙ୍ଗ ଯୁକ୍ତ ବୋଲେରୋ କିମ୍ବା ଧଳା ସ୍କର୍ପିଓ ଗାଡ଼ି ସହ ଚାଳକ ଯୋଗାଇ ଦେଇଥାନ୍ତି ଅତି ସହଜରେ କମ୍ପାନୀ । କେବଳ ସେତିକି ନୁହେଁ ସକାଳୁ ଆରମ୍ଭ କରି ରାତି ଯାଏ କାର୍ଯ୍ୟାଳୟ ଆଖ ପାଖରେ ଠିଆ ହୋଇ ହୁକୁମ ପାଳନ କରିବାକୁ କମ୍ପାନୀ କର୍ମଚାରୀ କ୍ଷୀର, ପନି ପରିବା,ପାଣି ବୋତଲ , ଆମିଂଶ ତଥା ଖବର କାଗଜ ଯୋଗାଇ ଥାଏନ୍ତି କମ୍ପାନୀର ଏହି କର୍ମଚାରୀ ଦୈନଦିନ । ଯାହା ସାଧାରଣ ଅଞ୍ଚଳବାସୀଙ୍କୁ ଖବର ଥିବା ବେଳେ ରାଜଧାନୀରେ ଅସୀମ କ୍ଷମତାସୀନ ପଦବୀରେ ବସି ତିନି ବିଭାଗୀୟ ମୁଖିଆ କିପରି ଜଣା ପଡେନା ,ଯାହା ସାଧାରଣରେ ପ୍ରଶ୍ନ ବାଚୀସୃଷ୍ଟି କରିଛି। ସେହିପରି ଗତ କେଇଟା ମାସ ହେବା ଭିଜିଲାନ୍ସ ଜାଲରେ ପଡ଼ିଥିବା ଅଞ୍ଚଳର ଏକ ପୂର୍ବତନ ଖଣି ଅଫିସର ଯାହା ପାହ୍ୟା ପାଇ ରାଜଧାନୀର ଏକ ସ୍ବତନ୍ତ୍ର ପଦବୀରେ ରହି, ବିଶାଳକାୟ କେଇ କୋଠା,ଏକାଧିକ ପ୍ଲଟ,କେଇ ଦାମୀ କାର,ନଗଦ କୋଟିଏ ଟଙ୍କାରୁ ଉଦ୍ଧ ନିକଟରୁ ମିଳିବା ବ୍ୟତୀତ ଶହ ଶହ ଓଜନର ମୂଲ୍ୟବାନ ସୁନା ଗହଣାର ଅଧିକାରୀ ସହଜରେ ବାନିବା ହୋଇପାରିଛନ୍ତି । ତେବେ ସୂଚନା ଯୋଗ୍ୟ ଅତି ନିକଟରେ ବିଭାଗୀୟ ମୁଖିଆ ରହିବା ସତ୍ତ୍ବେ ଯଦି ଉକ୍ତ ଅଫିସର ଜଣକ ସହଜରେ ଅନୀତି କରି କୋଟି କୋଟି ଟଙ୍କାର ଅଧିକାରୀ ଯଦି ହୋଇପାରିଲେ ,ତେବେ ସ୍ଥାନୀୟ ବିଭାଗଟି ଦୁର ଦୁରାନ୍ତରେ ରହିଥିବାରୁ ବିଭାଗୀୟ ମୁଖିଆଙ୍କ କାର୍ଯ୍ୟାନୁଷ୍ଠାନ କିପରି ରହିବା ବୋଲି ଅନୁମୟ କରାଯିବ । ଯଦି ଆଗାମୀ ଦିନରେ ଖଣି ଅଞ୍ଚଳ,କମ୍ପାନୀ ବ୍ୟତୀତ ବିଭାଗକୁ ମୁଖ୍ୟତଃ ଦୃଷ୍ଟି ଦିଆନଗଲେ ବହୁ ଅଫିସର ଖଣି ପଇସାରେ କୁବେର ବନିବା ଥୟ ବୋଲି ଅଞ୍ଚଳର ବୁଦ୍ଧି ଯିବି ଆକଳନ କରନ୍ତି ।

Leave a Reply

Your email address will not be published. Required fields are marked *