ରାଜ୍ୟ

କାଳିଆ ଭାଲୁର କଳାଧନ କିଏ ଭୋଗ କରୁଛି ?

ରାଇରଙ୍ଗପୁର – ସତରେ କଣ ଖଣି ଅଞ୍ଚଳକୁ ଯିଏ ଅଫିସର ଆସିବ ଖଣି ପଇସା ଦେଖି ବାୟା ହେବ ? ଏ କଣ ସାଧାରଣତରେ ଚଳଣି ନା ପକ୍ରିୟା ଅଟେ କି ଅଫିସରଙ୍କ କ୍ଷେତ୍ରରେ ? ଯିଏ ଆସିଲା ସେ ଆଉ ଯିବାକୁ ନାମ ଧରୁଣି ଖଣି ଲୋଭରେ । ବାର ବର୍ଷ ଧରି ଜିଲ୍ଲା ଭିତରେ ରହି ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନ କାହିଁକି ଘୁରିବୁଲେ ଭାଲୁ ?
ଘରକୁ ଯିବାର ନାହିଁ,ପରିବାର ପାଖକୁ ଆସିବାର ନାହିଁ। କର୍ମ ସ୍ଥାନ ଏବଂ କର୍ମଚାରୀ ସଭିଙ୍କୁ ଯଦି ଆପଣାର କରି ନିଅନ୍ତ ,ତେବେ ବିଭାଗ ସ୍ବର୍ଗ ହୋଇ ଯାଆନ୍ତା । କିନ୍ତୁ ବିଭାଗର ସଭିଙ୍କୁ ବାଦ ଦେଇ ନିଜର ଏକ ସ୍ବତନ୍ତ୍ର ଘୋଟାଲା ଟିମ ପ୍ରସ୍ତୁତ କରି ଅନୀତି ଅର୍ଥ ରୋଜଗାର କେତେ ଦିନ? ଯାହାର ମୁଖ୍ୟ ସେନାନାୟକ ସାଜିଛିନ୍ତି ବିଭାଗର ଏକ କୁଖ୍ୟାତ ପୂର୍ବର ଏବଂ ପୁନର୍ବାର ନୂତନ କରି ଆସିଥିବା ଚୁଗୁଳିଆ କର୍ମଚାରୀ ଜଣକ। ଯାହାର କାମ କମ ଘୁରି ବୁଲି ସଭିଙ୍କୁ ନଜର ରଖି ଭାଲୁ କାନରେ କହି,ପାଖ ଲୋକ ବନିବା ଶ୍ରେୟ। ତେବେ ବଡ଼ ତାଜୁବ କରିଛି ଅଞ୍ଚବାସୀଙ୍କୁ ଯେ, ଖଣି ଲୋଭରେ ଅନେକଙ୍କ ଦୃଷ୍ଟି ଥିବା ସତ କିନ୍ତୁ କାଳିଆ ଭାଲୁଙ୍କ କାହାଣୀ କିଛି ଭିନ୍ନ ରହିଥିବା ହେତୁ ଖୋଦ ନିଜ ବିଭାଗରେ ଆଲୋଚନା ଆରମ୍ଭ ହୋଇ ନିକଟକୁ ଆସୁଥିବା ଖଣି ଲୋକ ମଧ୍ୟ କୁହନ୍ତି ଯେ ପରିବାର ଠାରୁ ବିଛିନ୍ନ ରହି ବିଭାଗକୁ ପରିବାର ଚିନ୍ତନ ନକରି, ସୁଧାରିବା ପରିବର୍ତ୍ତେ ଘୋଟାଲାରେ ବୁଡି ରହି ,ବିଭାଗକୁ ବିଗାଡ଼ି ଅନୀତି ଅର୍ଥ ହାସଲକୁ କିଏ ଭୋଗ କରିବା ବୋଲି କହୁଥିବାର ଶୁଣିବାକୁ ମିଳେ । ଡେପୁଟେସନରେ ଆସି,ଏମିତି ଲୋଭର ଚେର ମାଡ଼ିଗଲା ଯେ , ରାଜଧାନୀ ଭତ୍ତା ଅଫିସରଙ୍କ ସହ ମିଶି ଲୁଟି ଖାଇବାକୁ ହୁଏ ମିଳିତ ଯୋଜନା। ଯାହାର ଶୀକାରରେ ବଳି ପଡନ୍ତି ଜଣେ ସାଧାରଣ ସରଳ ସ୍ଵଭାବର ଅଫିସର ଜଣକ । ତେବେ ସୂଚନା ଯୋଗ୍ୟ ନିଜର ବହୁ ପ୍ରକାରର କାରନାମାରୁ ପରିବାରବର୍ଗ ଅତିଷ୍ଠ ହୋଇ ଦୀର୍ଘ ବର୍ଷ ବର୍ଷ ଧରି ପରିବାର ଠାରୁ ବିଛିନ୍ନ ରହି କଳା ଭାଲୁ ଅଞ୍ଚଳରୁ ଯିବାର ନାମ ଧରୁନି ,ଭତ୍ତା ବାବୁ ସହ ମିଶି କାର୍ଷଦି କରି ନିଜର ଅନୀତି କାର୍ଯ୍ୟ ଥମୁନି । ତେଣୁ ଆଗାମୀ ଯଥା ସମ୍ଭବ ନିଜ ଜିଲ୍ଲା ଏବଂ ନିକଟ ମୟୂରଭଞ୍ଜରୁ ସମସ୍ତ ବିଷୟର ବିବରଣୀ ପ୍ରକାଶ,,,,

Leave a Reply

Your email address will not be published. Required fields are marked *