ଦେଶ- ବିଦେଶ

କାନାଡ଼ାରେ ଭାରତୀୟ ଭିସା ସେବା ସ୍ଥଗିତ

ନୂଆଦିଲ୍ଲୀ : ଖଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜାରଙ୍କ ହତ୍ୟା ମାମଲାରେ କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ନିକଟରେ ଦେଇଥିବା ବିବୃତ୍ତି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ନେଇ ତିକ୍ତତା ସୃଷ୍ଟି କରିଛି। ଭାରତ ଯାଉଥିବା ଯାତ୍ରୀମାନଙ୍କ ପାଇଁ କାନାଡା ଏକ ଟ୍ରାଭେଲ୍‌ ଆଡଭାଇଜରି ଜାରି କରିବା ପରେ ଖଲିସ୍ତାନ ସମର୍ଥକଙ୍କ ବିପଦକୁ ଦୃଷ୍ଟିରେ ରଖି ଭାରତ ମଧ୍ୟ ନାଗରିକଙ୍କ ପାଇଁ ଏକ ଆଡଭାଇଜରି ଜାରି କରିଛି। ଗୁରୁବାର କାନାଡାରେ ଭାରତ ପାଇଁ ଭିଜା ସେବା କିଛି ଦିନ ପାଇଁ ସ୍ଥଗିତ ରଖାଯାଇଛି। ବିଏଲଏସ ଇଣ୍ଟରନ୍ୟାଶନାଲ ଦ୍ୱାରା ଜାରି କରାଯାଇଥିବା ଆଡଭାଇଜରିରେ କୁହାଯାଇଛି ଯେ, କାନାଡାରେ ଭାରତୀୟ ଭିଜା ସେବା ୨୧ ସେପ୍ଟେମ୍ବର ୨୦୨୩ ଠାରୁ ସ୍ଥଗିତ ରଖାଯାଇଛି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହା କାର୍ଯ୍ୟକାରୀ ହେବ।

Leave a Reply

Your email address will not be published. Required fields are marked *