କାନ ନଥିବାରୁ ନବଜାତକୁ ହତ୍ୟା କଲେ ବାପା ଓ ମା’
ନୂଆଦିଲ୍ଲୀ: ମଧ୍ୟପ୍ରଦେଶର ଇନ୍ଦୋରରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ନବଜାତ କାନ ନଥାଇ ଜନ୍ମ ନେବାରୁ ତାର ବାପା ଓ ମା’ ଜୀବନ ନେବାକୁ ପଛାଇ ନଥିଲେ। ଏହି ଘଟଣା ସାମ୍ନାକୁ ଆସିବା ପରେ ଯେମିତି ଲାଗୁଛି ନବଜାତ ଭଗବାନଙ୍କୁ ମୃତ୍ୟୁ ପରେ କହୁଛି, ‘ହେ ଭଗବାନ ମୋତେ କାନ ନଦେଇ କେଉଁ ଉଦ୍ଦେଶ୍ୟରେ ଜନ୍ମ ଦେଉଥିଲ। ଜନ୍ମ ହେଉହେଉ ବାପା ଓ ମା’ ମୋର ଜୀବନ ନେଇଗଲେ `ଜନ୍ମ ନଦେଇଥିଲେ କ’ଣ ହୋଇ ନଥାଆନ୍ତ।’
ସୂଚନାଯୋଗ୍ୟ, ଇନ୍ଦୋରର ଖଜରାନା ଅଞ୍ଚଳରେ ଏହି ଲୋମଟାଙ୍କୁରା ଘଟଣା ଘଟିଛି। ୨୦୧୬ ମାର୍ଚ୍ଚ ୧୬ରେ ପୁଲିସ ଅଳିଆଗଦାରୁ ଏକ କପଡ଼ାରେ ଗୁଡ଼ା ଯାଇଥିବା ୩ମାସର ନବଜାତକୁ ଉଦ୍ଧାର କରିଥିଲା। ଉଦ୍ଧାର ବେଳେ ପୁଲିସ ନବଜାତକୁ ମୃତ ଅବସ୍ଥାରେ ପାଇଥିଲା।
ନବଜାତର ମୃତଦେହ ଉଦ୍ଧାର ହେବା ପରେ ପୁଲିସ ଏହି ଘଟଣାର ଛାନଭିନ ଆରମ୍ଭ କରଥିଲା। ଏଥିରୁ ଜଣାପଡ଼ିଥିଲା ନବଜାତକୁ ତାର ବାପା ଓ ମା’ ହତ୍ୟା କରିବା ପରେ କପଡ଼ାରେ ଗୁଡ଼ାଇ ଅଳିଆ ଗଦାକୁ ଫିଙ୍ଗି ଦେଇଥିଲେ। ଏହାପରେ ପୁଲିସ ଉକ୍ତ ମା’ ଓ ବାପାଙ୍କୁ ଗିରଫ କରିଥିଲା।
ଦମ୍ପତି ବି ପୁଲିସ ସାମ୍ନାରେ ନିଜ ଦୋଷକୁ ସ୍ବୀକାର କରି କହିଥିଲେ କି, ସନ୍ତାନ ଜନ୍ମ ହେବାପରେ ତାର କାନ ନଥିବା ଦେଖି ତାଙ୍କୁ ଦୁଃଖ ଲାଗିଥିଲା। ରାଗରେ ଆଗପଛ କିଛି ବିଚାର ନକରି ଏଭଳି ଏକ ପଦକ୍ଷେପ ନେଇ ଯାଇଥିଲେ ଦୁହେଁ।
ଏହି ଘଟଣାର ୭ବର୍ଷ ପରେ ଉକ୍ତ ଦମ୍ପତିଙ୍କୁ ଆଜୀବନ କାରାଦଣ୍ଡ ହୋଇଥିବା ଖବର ମିଳିଛି। ହତ୍ୟାକାରୀ ବାପା ନାମ ପପ୍ପୁ ରାୱଲ(୫୦) ଓ ମା’ ନାମ ସଙ୍ଗୀତା ରାୱଲ(୪୫)ବୋଲି ଜଣାପଡ଼ିଛି।