ମୁଖ୍ୟ ଖବର

ବିଜେଡିରୁ ବହିଷ୍କୃତ ହେଲେ ଖଣ୍ଡପଡ଼ା ଓ ରେମୁଣା ବିଧାୟକ

ଭୁବନେଶ୍ୱର : ଦଳ ବିରୋଧୀ କାର୍ଯ୍ୟ ଓ ସରକାର ବିରୁଦ୍ଧରେ ଆଲେଖ୍ୟ ସହିତ ୫-ଟି ସଚିବଙ୍କ ବିରୋଧ ରେ ମନ୍ତବ୍ୟ ଖଣ୍ଡପଡା ବିଧାୟକ ସୌମ୍ୟ ପଟନାୟକ ପାଇଁ ମହଙ୍ଗା ପଡିଛି । ଅବଶେଷରେ ମୁଖ୍ୟମନ୍ତ୍ରୀଙ୍କ ଗଣମାଧ୍ୟମ ରେ କହିଲେ କଣ ପାଇଁ କରିଲେ କାର୍ଯ୍ୟାନୁଷ୍ଠାନ। ବିଜେଡିରୁ ବହିଷ୍କୃତ ହୋଇଛନ୍ତି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ। ଏଥିସହିତ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ମଧ୍ୟ ଦଳରୁ ବିଦା କରାଯାଇଛି। ଏନେଇ ନିଜେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଜେଡି ପକ୍ଷରୁ ଏକ ପ୍ରେସ୍ ରିଲିଜ୍ ମଧ୍ୟ ଜାରି କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତ କିଛି ଦିନ ତଳେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କୁ ବିଜେଡି ଉପସଭାପତି ପଦରୁ ଅବ୍ୟାହତି ଦିଆଯାଇଥିଲା। ନିଜ ସମ୍ପାଦକୀୟ ଆଲେଖ୍ୟ ମାଧ୍ୟମରେ ‘ମନ୍ତ୍ରୀ ବଡ଼ ନା ସଚିବ ବଡ଼’ ନେଇ ପ୍ରଶ୍ନ ଉଠାଇବା ପରେ ତାଙ୍କ ବିରୋଧରେ ଆକ୍ରୋଶମୂଳକ ଭାବେ ସଚିବଙ୍କ ଇଙ୍ଗିତରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ଦଳ। ସମ୍ବାଦ ଖବରକାଗଜର ସମ୍ପାଦକ ଭାବେ ଦୁଇଟି ସମ୍ପାଦକୀୟ ଲେଖିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ଆମ ଘରର ହାଲଚାଲରେ ପ୍ରଥମେ ‘ଜନ୍ମଦିନର ଅନୁଚିନ୍ତା’ ଏବଂ ଏହାପରେ ‘ଆତ୍ମବିଭୋର ପ୍ରଶାସକ ଏବଂ ଅସହାୟ ରାଜନେତା’ ଶୀର୍ଷକରେ କିଛି ମୌଳିକ ପ୍ରଶ୍ନ ପଚାରିଥିଲେ ସୌମ୍ୟରଞ୍ଜନ ପଟ୍ଟନାୟକ । ହେଲେ ଏହି ସମ୍ପାଦକୀୟକୁ ନେଇ ତାଙ୍କ ଉପରେ ଆକ୍ରୋଶମୂଳକ ଭାବେ ପଦକ୍ଷେପ ଗ୍ରହଣ କରାଯାଇଥିଲା । ପ୍ରଥମେ ମୁଖପାତ୍ର ଏବଂ ପରେ ମନ୍ତ୍ରୀମାନଙ୍କ ଦ୍ୱାରା ତାଙ୍କୁ ଟାର୍ଗେଟ କରାଯିବା ସହିତ, ଏହାପରେ ସମ୍ବାଦ ଉପରେ ଆକ୍ରୋଶମୂଳକ ଭାବେ ହେଇଥିଲା ଇଓଡବ୍ଲ୍ୟୁ ଚଢାଉ। ବିଜୁ ଜନତା ଦଳର ଉପସଭାପତି ପଦରୁ ହଟାଇବା ପରେ ଏବେ ତାଙ୍କୁ ଦଳରୁ ବହିଷ୍କାର କରାଯାଇଛି।ସମ୍ବାଦ ରେ ଚାକିରୀ କରିଥିବା କର୍ମଚାରୀ ମାନଙ୍କ ନାମରେ ଲୋନ କରି ସେମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବାର ଅଭିଯୋଗ ଇଅଡବ୍ଲୁରେ ହେବାରୁ ତାଙ୍କୁ ଦଳରୁ ବିଦା କରାଗଲା ବୋଲି ବିଜେଡି ପକ୍ଷରୁ କୁହାଯାଇଛି l ସେହିପରି ରେମୁଣା ବିଧାୟକ ବହୁତ ଜାଲିଆତି କାର୍ଯ୍ୟ କରିଥିବାର ଜଣାପଡିଥିଲା l

ସୂଚନାଯୋଗ୍ୟ, ୨୦୧୮ ମାର୍ଚ୍ଚ ମାସରେ ସୌମ୍ୟରଞ୍ଜନ ପଟ୍ଟନାୟକ ଆନୁଷ୍ଠାନିକ ଭାବେ ବିଜେଡିରେ ଯୋଗ ହୋଇଥିଲେ। ୨୦୨୦ ମସିହାରେ ବିଜେଡି ତାଙ୍କୁ ଦଳର ଉପସଭାପତି ପଦ ସହ ବିଭିନ୍ନ ଜିଲ୍ଲାର ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧ୍ୟ ଦେଇଥିଲା।ଆଗକୁ ସୌମ୍ୟଙ୍କ ବିରୋଧରେ କଡା କାର୍ଯ୍ୟନୁଷ୍ଠାନ ନିଆଯିବ ବୋଲି ଚର୍ଚ୍ଚା ହେଉଛି l

Leave a Reply

Your email address will not be published. Required fields are marked *