ଦେଶ- ବିଦେଶ

କାନାଡାରେ ନିଜ ଶାଖା କମ୍ପାନିର ବ୍ୟବସାୟ ବନ୍ଦ କଲା ମହିନ୍ଦ୍ରା ଗ୍ରୁପ୍

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ ଉତ୍ତେଜନା ବଢିବାରେ ଲାଗିଛି । ଉଭୟ ଦେଶ ପରସ୍ପରର କୂଟନୀତିଜ୍ଞଙ୍କୁ ନିଜ ଦେଶରୁ ବହିଷ୍କାର କରିଛନ୍ତି। କାନାଡାରେ ରହୁଥିବା ନିଜ ନାଗରିକଙ୍କ ପାଇଁ ଟ୍ରାଭେଲ ଆଡଭାଇଜରି ଜାରି କରିଛି ଭାରତ । ଏହା ସହିତ କାନାଡା ଆତଙ୍କବାଦୀମାନଙ୍କ ଭୂସ୍ବର୍ଗ ପାଲଟିଛି ବୋଲି ଭାରତ ସିଧାସଳଖ ଅଭିଯୋଗ କରିଛି ।ସେପଟେ ଭାରତୀୟ ଶିଳ୍ପଜଗତ ବି ଭାରତ ସରକାରଙ୍କ ପକ୍ଷରେ ଛିଡ଼ା ହୋଇଛି । ଦେଶର ଜଣେ ଜଣାଶୁଣା ଶିଳ୍ପପତି ତଥା ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଗ୍ରୁପ ମୁଖ୍ୟ ଆନନ୍ଦ ମହିନ୍ଦ୍ରା ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଏହାର କାନାଡାସ୍ଥିତ ସହଯୋଗୀ କମ୍ପାନି ରେସନ ଏରୋସ୍ପେସ୍ କର୍ପୋରେସନ୍ ଏହାର କାର୍ଯ୍ୟ ବନ୍ଦ କରିଦେଇଛି। କମ୍ପାନୀରେ ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ୧୧.୧୮ ପ୍ରତିଶତ ଅଂଶଧନ ଥିଲା ଯାହା ସ୍ୱେଚ୍ଛାକୃତ ଭାବରେ କାର୍ଯ୍ୟ ବନ୍ଦ କରିବାକୁ ଆବେଦନ କରିଥିଲା ।

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଏକ ନିୟାମକ ଫାଇଲିଂରେ କହିଛି, ସେପ୍ଟେମ୍ବର ୨୦, ୨୦୨୩ରେ କାର୍ଯ୍ୟ ବନ୍ଦ କରିବାକୁ ଅନୁମୋଦନ ପାଇଁ ରେସନ୍ କର୍ପୋରେସନ କାନାଡାଠାରୁ ଆବଶ୍ୟକ କାଗଜପତ୍ର ପାଇଛି, ଯାହା କମ୍ପାନୀକୁ ଅବଗତ କରାଯାଇଛି। ତେବେ ଏହି ଘୋଷଣା ପରେ ଷ୍ଟକ ବଜାରରେ ମହିନ୍ଦ୍ରା ସେୟାରଗୁଡ଼ିକ ହ୍ରାସ ପାଇଥିଲା ଲକ୍ଷ୍ୟ କରାଯାଇଛି ।

କମ୍ପାନୀ କହିଛି ଯେ ଏହା ପରେ ରେସନ ଏହାର କାର୍ଯ୍ୟ ବନ୍ଦ କରିଦେଇଥିଲା । ସେପ୍ଟେମ୍ବର ୨୦, ୨୦୨୩ ରୁ ସେ କମ୍ପାନୀର ସହଯୋଗୀ ନୁହଁନ୍ତି ।

Leave a Reply

Your email address will not be published. Required fields are marked *