ରାଜ୍ୟ

ବିପଦ ଘେରରେ ଭଦ୍ରାସହିରୁ କୋଇଡା ଜାତୀୟ ରାଜପଥ

ବଡ଼ବିଲ – ପ୍ରାୟ ଦିନ ଦୁର୍ଘଟଣା,ପୁଣି ସେହି ଦୁର୍ଘଟଣାରେ କାହାର ଜୀବନ ଯାଉଥିବା ବେଳେ ପୁଣି କିଏ ହେଉଛି ପଙ୍ଗୁ ।ଜାତୀୟ ରାଜପଥ ୫୨୦ ନମ୍ବର ଭଦ୍ରାସାହି ଠାରୁ କୋଇଡା ଭିତରେ ଦୈନଦିନ ଘଟୁଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା।ସାଧାରଣ ଲୋକ,ମୋଟର ସାଇକେଲ ଆରୋହୀ ,ସାଇକେଲ ଆରୋହୀ ଏହି ଜାତୀୟ ରାଜପଥରେ ଯାଅ ଆସ କରିବାକୁ ଭୟ କଲେଣି। ଏପରି ଉକ୍ତ ଜାତୀୟ ରାଜପଥରେ ବାଟୋଇ ଟିଏ ଦେଖିବା ଏକ ପ୍ରକାର ବିରଳ ପାଲଟିଛି । ଏତେ ସବୁ ପରେ ମଧ୍ୟ ତଥାବି ଦୁର୍ଘଟଣାକୁ କିପରି ରୋକା ଯିବାରେ ସଫଳତା ନାହିଁ । ସୂଚନା ଯୋଗ୍ୟ ରାଜ୍ୟର ଦୁଇ ପ୍ରମୁଖ ଖଣି ଜିଲ୍ଲା ଭଦ୍ରସସାହି ଠାରୁ କୋଇଡା ମଧ୍ୟରେ ରହିଛି । ତେବେ ଦେଖିବାକୁ ଗଲେ ଭାଦ୍ରାସାହି ଠାରୁ ଗୁଆଲି ଯାଏ କେନ୍ଦୁଝର ଜିଲ୍ଲା ସୀମାନ୍ତ ଥିବା ବେଳେ ଗୁଆଲୀ ଠାରୁ ଆଗକୁ ସୁନ୍ଦରଗଡ଼ ଜିଲ୍ଲା ଆରମ୍ଭ ମଧ୍ୟରେ, ଦୁଇ ଖଣି ମଣ୍ଡଳରେ ବହୁ ଖଣି ଖାଦାନ ତଥା ଶିଳ୍ପ ଥିବାର ଦେଖିବାକୁ ମିଳେ । ତେବେ କେତେକ ଖଣି କମ୍ପାନୀଙ୍କ ଲାଭଖୋର ତଥା ଅସାବଧନତା ପାଇଁ ଗତ ଅନେକ ଦିନ ଧରି ଜାତୀୟ ରାଜପଥ ୫୨୦ ସମ୍ପୂର୍ଣ୍ଣ ମର୍ମନ୍ତୁଦ ପାଲଟିଛି,ଯାହାର ପ୍ରତ୍ୟକ୍ଷ ପ୍ରଭାବରେ କ୍ଷତି ସମ୍ମୁଖୀନ ହୁଅନ୍ତି ଦୁଇ ଜିଲ୍ଲାର ବହୁ ସାଧାରଣ ଲୋକେ । ଏଠାରେ ସୂଚନା ଯୋଗ୍ୟ ଉଭୟ ଯୋଡ଼ା ଏବଂ କୋଇଡା ଖଣି ମଣ୍ଡଳର ଗୁରୁ ଦାୟିତ୍ଵ ତୁଲାଉଥିବା ଦୁଇ ଖଣି ଉପନିର୍ଦ୍ଦେଶକ ଶ୍ରୀ ଦିନେଶ ଅଗ୍ରୱାଲ(ଯୋଡ଼ା) ଓ ଶ୍ରୀ ଅସିତ୍ ବେହେରା ( କୋଇଡା) ଉକ୍ତ ଖଣି କମ୍ପାନୀଙ୍କ ପ୍ରତି ଖଣିଜ ପରିବନ କରିବା ଜାତୀୟ ରାଜପଥରେ କ୍ଷେତ୍ରରେ ଅଙ୍କୁଶ କରିବାରେ ଯଦି ବିଳମ୍ବ କରନ୍ତି ତେବେ ଦୈନଦିନ ବହୁ ଧନ ଜୀବନ ହାନି ହେବା ଥୟ । ଯଦି ଏପରି ନହୁଏ ଖଣି କମ୍ପାନୀ ପ୍ରଗତି କରିବା ଥୟ ସତ କିନ୍ତୁ ଖଣି ଅଞ୍ଚଳ ଏକ ପ୍ରକାର ଜନଶୂନ୍ୟ ହୋଇଯିବ । ତାବ୍ୟତୀତ ଦୁଇ ଜିଲ୍ଲାର ପ୍ରଶାସନ ପକ୍ଷରୁ ଖଣିଜ ପରିବହନ ଉପରେ କଡା ଆଭିମୁଖ୍ୟ ଗ୍ରହଣ କରି ଟ୍ରାଫିକ ନିୟନ୍ତ୍ରଣକୁ ଦୃଷ୍ଟି ଦେଇ ଦୃତ ଗତି ଉପରେ କାର୍ଯ୍ୟାନୁଷ୍ଠାନ ନିହାତି ଆବଶ୍ୟକ ରହିଥିବାର ଦାବୀ ହୁଏ ।

Leave a Reply

Your email address will not be published. Required fields are marked *