ଦେଶ- ବିଦେଶ

ବିଶ୍ୱରେ ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି ୨୫କୋଟି ପିଲା: ଜାତିସଂଘ

ନୂଆଦିଲ୍ଲୀ : ଖାଦ୍ୟ, ପୋଷାକ ଓ ବାସଗୃହ ପରି ଶିକ୍ଷା ମଧ୍ୟ ପ୍ରତିଟି ମନୁଷ୍ୟର ମୌଳିକ ଅଧିକାର। ସେଥିପାଇଁ ଭାରତରେ ୬ରୁ ୧୪ବର୍ଷ ଯାଏଁ ପିଲାଙ୍କ ପାଇଁ ଶିକ୍ଷାକୁ ମାଧ୍ୟତାମୂଳକ କରାଯାଇଥିବାବେଳେ ବିଶ୍ୱରେ ଏହାକୁ ୧୫ବର୍ଷ ଯାଏଁ ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ଏସବୁ ଆଇନକାନୁନ୍‌ ଅକାମୀ ହୋଇଯାଇଛି ପରି ମନେ ହେଉଛି। କାରଣ ମିଳିତ ଜାତିସଂଘର ଏକ ରିପୋର୍ଟ ଅନୁଯାୟୀ, ବିଶ୍ୱର ୨୫କୋଟି ପିଲା ଏବେ ବି ସ୍କୁଲ ଶିକ୍ଷାରୁ ବଞ୍ଚିତ ଅଛନ୍ତି। ସେହିପରି ଦକ୍ଷିଣ ଏସିଆର ୩କୋଟି ୫୦ଲକ୍ଷରୁ ଅଧିକ ପିଲା ଉପଯୁକ୍ତ ଭାବେ ପ୍ରାଥମିକ ଶିକ୍ଷା ଗ୍ରହଣ କରିନାହାଁନ୍ତି।

ୟୁନିସେଫ ରିପୋର୍ଟ ଅନୁଯାୟୀ, ଯେଉଁ ଦେଶରେ ପ୍ରାଥମିକ ଶିକ୍ଷାରୁ ବଞ୍ଚିତ ପିଲାଙ୍କ ସଂଖ୍ୟା ବୃଦ୍ଧି ପାଇଛି, ସେହି ଦେଶ ଗଭୀର ଅସମାନତାର ଶିକାର ହେବାକୁ ଯାଉଛନ୍ତି। କମ୍‌ ଆୟ କରୁଥିବା ଦେଶଗୁଡିକରେ ପ୍ରାୟ ପାଞ୍ଚଟି ପିଲାଙ୍କ ମଧ୍ୟରୁ କେବଳ ଜଣେ ପ୍ରାଥମିକ ଶିକ୍ଷା ପାଇଁ ନାମ ଲେଖାଇପାରୁଛନ୍ତି।

ଏହି ପରିପ୍ରେକ୍ଷୀରେ, ମିଳିତ ଜାତିସଂଘର ଶିକ୍ଷାଗତ, ବୈଜ୍ଞାନିକ ଏବଂ ସାଂସ୍କୃତିକ ସଂଗଠନ ୟୁନେସ୍କୋ ଏହାର ନୂତନ ରିପୋର୍ଟ ‘ଏସଡିଜି ମିଡର୍ଟମ ପ୍ରୋଗେସିଭ ରିଭ୍ୟୁ’ ଅନୁଯାୟୀ, ୨୦୨୧ରୁ ସ୍କୁଲ ଶିକ୍ଷାରୁ ବଞ୍ଚିତ ପିଲାମାନଙ୍କର ସଂଖ୍ୟା ହ୍ରାସ ପରିବର୍ତ୍ତେ ବୃଦ୍ଧି ପାଇବାରେ ଲାଗିଛି। ଏହି ସଂଖ୍ୟା ଗତ ଦୁଇ ବର୍ଷ ତୁଳନାରେ ୬୦ଲକ୍ଷ ବୃଦ୍ଧି ପାଇ ୨୫କୋଟିରେ ପହଞ୍ଚିଛି।

Leave a Reply

Your email address will not be published. Required fields are marked *