ମୁଖ୍ୟ ଖବର

ବରିଷ୍ଠ ଆଇଏଏସ୍ ନିକୁଞ୍ଜ ବିହାରୀ ଧଳଙ୍କୁ ଏସ୍‌ଆରସି ଦାୟିତ୍ବ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ଅତିରିକ୍ତ ମୁଖ୍ୟ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କୁ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି) ଦାୟିତ୍ବ ମିଳିଛି। ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ପ୍ରଦୀପ କୁମାର ଜେନାଙ୍କୁ ଉନ୍ନୟନ କମିସନର ଏବଂ ସ୍ବତନ୍ତ୍ର ରିଲିଫ୍‌ କମିସନର (ଏସ୍‌ଆରସି)ରୁ ମୁଖ୍ୟ ଶାସନ ସଚିବ ପଦୋନ୍ନତି ମିଳିବା ପରେ ନିକୁଞ୍ଜ ଧଳ ନିଜ ପୂର୍ବ ଦାୟିତ୍ବ ସହ ସେ ଏହି ଦାୟିତ୍ବ ତୁଲାଇବେ। ୧୯୯୩ ବ୍ୟାଚର ଏହି ଆଇଏଏସ ଅଧିକାରୀ ଏବେ ଶକ୍ତି ଓ ଅବକାରୀ ବିଭାଗରେ ସଚିବ ଓ ଗ୍ରୀଡକୋର ଅଧ୍ୟକ୍ଷ ଅଛନ୍ତି।

Leave a Reply

Your email address will not be published. Required fields are marked *