ମହାନଗର

ଆଇସିପିର ଜେଲ୍ ଭରୋ ଆନ୍ଦୋଳନ ପାଇଁ ଆହ୍ଵାନ


ଭୁବନେଶ୍ଵର:- :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ଥାଣୁତା, ନିସ୍ତେଜତା ର ସୁଯୋଗ ଦେଇ ତାଙ୍କ୍ ବ୍ୟକ୍ତିଗତ ସହାୟକ ଭିକେ ପାଣ୍ଡିଆନ ଓଡିଶାରେ
ଦମନଲୀଳା, ଅତ୍ୟାଚାର ଓ ଆତଙ୍କରାଜ ଚଳାଇଛନ୍ତି। ଛାତ୍ର, ଛାତ୍ରୀ, ଯୁବକ,ଯୁବତୀ, ମା, ଭଉଣୀ, କୃଷକ, ଶ୍ରମିକ ସାମ୍ବାଦିକ ଆଇନଜୀବୀ, ଡାକ୍ତର, ସ୍ବାସ୍ଥ୍ୟକର୍ମୀ, ଶିକ୍ଷକ,ଶିକ୍ଷୟିତ୍ରୀ, ଡ୍ରାଇଭର,
ଆଉଟ୍ ସୋର୍ସିଂ କର୍ମଚାରୀ, ଗ୍ରାମବାସୀ,ସହରବାସୀ,
ଆପାର୍ଟମେଣ୍ଟବାସୀ, ସଂଖ୍ୟାଲଘୁ, ଆଦିବାସୀ, ପଛୁଆବର୍ଗ, ଅନୁସୂଚୀତ ଜାତି, ବରିଷ୍ଠ ନାଗରିକ , ସରକାରୀ କର୍ମଚାରୀ
ଅବସରପ୍ରାପ୍ତ କର୍ମଚାରୀ ଏବଂ ସର୍ବୋପରି ଗରିବ ଓଡ଼ିଆ ମାନଙ୍କୁ ସେମାନଙ୍କର ପ୍ରାପ୍ୟ ଓ ଅଧିକାରରୁ ବଞ୍ଚିତ କରିଛନ୍ତି ଏବଂ ଲଲିପପ୍ ଓ ଜୁମଲା ଶାସନ ଚଳାଇଛନ୍ତି। ନବୀନ ପାଣ୍ଡିଆନ ଙ୍କ ଅସହ୍ୟ ଅଗଣତାନ୍ତ୍ରିକ, ଏକଛତ୍ରବାଦୀ ଶାସନ ବିରୁଦ୍ଧରେ ଜେଲ୍ ଭରୋ ଆନ୍ଦୋଳନ ପାଇଁ ଇଣ୍ଡିଆନ୍ ସିଟିଜେନସ ପାର୍ଟି (ଆଇ.ସି.ପି) ଆହ୍ଵାନ ଦେଇଛି। ଓଡ଼ିଶାର ବିଭିନ୍ନ ରାଜନୈତିକ ଦଳ ଏବଂ ସ୍ଵାଭିମାନୀ ଓଡ଼ିଶାବାସୀ ଙ୍କର ଏକ ସମନ୍ଵୟ ସମିତି ଗଠନ ପାଇଁ ଶ୍ରୀ ରାଉତ୍ ଆହ୍ବାନ ଦେଇଛନ୍ତି।

Leave a Reply

Your email address will not be published. Required fields are marked *