ରାଜ୍ୟ

ବଲାଙ୍ଗୀର ବିଭାଗ ଖୋଲିଲେ, ହେଡକ୍ୱାଟର୍ସର ଘୋଟାଲା ବିଭାଗୀୟ ଭାସି ଯିବେ

ଭୁବନେଶ୍ୱର : ସତରେ ବଡ଼ ଭାଗ୍ୟବାନ ରାଜଧାନୀର ହେଡକ୍ୱାର୍ଟସରେ ଥିବା ଘୋଟାଲା ବିଭାଗୀୟ ବାଲାଙ୍କ ସମୟଟା। କିଛି ଲାଭଖୋର ଘୋଟାଲାକାରୀଙ୍କ ପାଇଁ ଗୋଟେ ବିଭାଗ ଆଉ ଥରେ ପୁଣି ଉଠି ଖୋଲି ଚାଲୁ ହେବା ଭୁଲିଗଲାଣି । ସତରେ ଭାରି ଅଭାଗି ବିଭାଗଟା ବଲାଙ୍ଗୀର । ତିନି ଜିଲ୍ଲା କେ.ବି.କେ ପ୍ରଗତି ପାଇଁ କେଉଁ ବଦାନ୍ୟ ବ୍ୟକ୍ତି ସତେ କିଛି କରିଥିଲା ବିଭାଗଟିକୁ । ସରକାର ମଧ୍ୟ କେ.ବି.କେ ପାଇଁ ସର୍ବଦା ଚେଷ୍ଟିତ ଥିବା ବେଳେ କେତକ ମୁଷ୍ଟିମେୟ ଅଫିସରଙ୍କ ପାଇଁ ଆଜି ଏ ଅବସ୍ଥା । ହେଲେ ବିଭାଗକୁ ବୁଡ଼େଇ ମାରି ଧଂଶ କରି ସବୁ ଖାଇ ଯିବେ ରାଜଧାନୀର କେତକ ଘୋଟାଲାକାରୀ ,ଯେଉଁ ଥିରେ ସାମିଲ ପ୍ରମୁଖ ମାସିକିଆ ଚିତା କଟା ଭତ୍ତା ଅଫିସର ଠାରୁ ଆରମ୍ଭ କରି ଦୁଇ ଅଫିସର ଶ୍ରେଣୀ ସାମିଲ ଥିବା ସହ,ଚାରି ଜଣ ପ୍ରମୁଖ ପରୀକ୍ଷା/ନିରୀକ୍ଷା କରୁଥିବା ଦ୍ଵିତୀୟ ଶ୍ରେଣୀ କର୍ମଚାରୀ ମୁଖ୍ୟତଃ ନିଯୋଗ । ଆଉ ରହିଲେ ବିଭାଗ ଏବଂ ସମସ୍ତ ଶାଖା ବିଭାଗକୁ ଚିତ୍ର କରିବାରେ ବେସ ମାହିର ଥିବା ଜଣେ ବିଚିତ୍ର କର୍ମଚରୀ। କେବଳ କଣ ସେତିକିରେ ସୀମିତ କି ଉକ୍ତ ଘୋଟାଲାକାରୀଙ୍କ କର୍ଯ୍ୟକଳାପ ?ଏହି ବଲାଙ୍ଗୀରକୁ ପଙ୍ଗୁ ରଖି ଏକ ସହଜ ଉପାୟ ସାଜିଛି ହେଡକ୍ୱାଟର୍ସ ନିଜ ଅଧିନକୁ କାର୍ଯ୍ୟକୁ ଆଣିବା ସହ ଘୋଟାଲା ଅର୍ଥଟାକୁ ଭାଗ ବାଣ୍ଟି,ନିଜ ପାକେଟରେ ପସିବା ଚାଲି ଆସୁଛି ଗୁଡେ ବର୍ଷ ଧରି ସୁବିଧା ସୁବିଧାରେ । ନଚେତ ରାଜଧାନୀ ପରି ଜାଗାରେ ଚଳିବାଟା କଣ ଏତେ ସହଜ ଆଜି ଭଳି ମହରଗ ଦୁନିଆରେ, ଚାଲିବାଟା ଭାରି କଷ୍ଟ । ଏହି ବଲାଙ୍ଗୀର ବିଭାଗ ପାଇଁ ଆଜି ହିସାବ ଯଦି କରିବାକୁ ଗଲେ, ହେଡକ୍ୱାର୍ଟସରେ ନିଯୋଗ ଥିବା ଉକ୍ତ ଘୋଟାଲାଟିମକୁ ପ୍ରାୟ ସଭିଏ କେହି ୨୦ ବର୍ଷ ରୁ ଉର୍ଦ୍ଧ ଧରି ବଦଳି ହେବା ହୋଇନି ( ଧନ୍ୟ ମାସିକିଆ ଭତ୍ତା ଅଫିସରଙ୍କୁ – ଆଉ କିଛି ବର୍ଷ ଦାୟିତ୍ୱରେ ରହିଲେ ହେଡକ୍ୱାର୍ଟସର ନିଜ ଅଧିନସ୍ଥ ବିଭାଗକୁ ସ୍ୱାହା କରି ଚିତା କାଟି ଦେବ)। ତଥାବି ଖବର ରୋକିବା ନିମନ୍ତେ ହୁଏ ଜୋର ସୋର ପ୍ରାୟାସ ,ଯେଉଁ ଖବର ଦ୍ଵାରା ଘୋଟାଲାରେ ବାଧକ ସାଜିଛି ତାକୁ ଚାପ ପ୍ରୟୋଗ କରି ,କଣ୍ଠରୋଧ ପାଇଁ ସ୍ଥାନୀୟ ଘୋଟାଲା ଅଫିସର,ଘୋଟାଲାଟିମ ,ରାଜଧାନୀର ଭତ୍ତାବାବୁ ଏବଂ ସ୍ଥାନୀୟ ବିଶେଷ ଅଫିସରକୁ ମିଶାଇ ସର୍ବମୋଟ ପାଞ୍ଚ ଜଣ ଏକ ଟିମ ବନିଥିବା ବେଳେ ଉକ୍ତ ଘୋଟାଲାର ଅନୀତିର ଖବର ସପକ୍ଷରେ ହେଡ କ୍ୱାର୍ଟସର ସମସ୍ଥଙ୍କ ଠାରୁ ଆରମ୍ଭ କରି ଜଡିତ ସମସ୍ତ ସଖା ଏବଂ ସ୍ଥାନୀୟ ବିଭାଗ ମଧ୍ୟରେ ଥିବା ସମସ୍ତ ତଳୁ ଆରମ୍ଭ କରି ଉପର ପ୍ରମୁଖ କର୍ମଚାରୀଙ୍କ ସହଯୋଗ ତଥା ଆଦର ଚିରସ୍ମରଣୀୟ ।ଏପରିକି ଉକ୍ତ ଖବର ସହ ନିଜକୁ ବହୁ ଅବସରପ୍ରାପ୍ତ ଅଫିସର ତଥା କର୍ମଚାରୀ ମାନେ ମଧ୍ୟ ନିଜକୁ ସାମିଲ କରି ଉକ୍ତ pଘୋଟଲାକରୀଙ୍କ ନିମନ୍ତେ ଏକ ବଳିଷ୍ଠ ଉଦାହରଣ ସୃଷ୍ଟି କରିଛନ୍ତି। ତେବେ ହେଡକ୍ୱାଟର୍ସର ଘୋଟାଲାକାରୀ ନିଜକୁ ସଭିଙ୍କ ଦୃଷ୍ଟି ଆଢ଼ୁଆଳରୁ ସୁରକ୍ଷିତ ରଖି, ହେଡକ୍ୱାଟର୍ସରେ ବର୍ଷ ବର୍ଷ ଧରି ରହି ବଲାଙ୍ଗୀର ୧୨୦ ରୁ ଉର୍ଦ୍ଧ ନମୂନା କେନ୍ଦ୍ରକୁ ଅଚଳ ରଖି ନିକଟରେ ଯୋଡ଼ା ନମୂନା କେନ୍ଦ୍ର ଥିବା ସତ୍ତ୍ୱେ କେନ୍ଦୁଝରର ୬୦ ନମୂନା କେନ୍ଦ୍ରକୁ ଖୋଲା ରଖି ତିନି ବିଭାଗୀୟ ମୁଖିଆଙ୍କ ଆଖିରେ ଧୂଳି ଦେଇ ଆସୁଥିବା ଘୋଟାଲାକରୀଙ୍କୁ ଆଗାମୀ ଦିନରେ ସମଗ୍ର ରାଜ୍ୟବାସୀଙ୍କ ସମ୍ମୁଖକୁ ଆଣିବା ଥୟ ।

Leave a Reply

Your email address will not be published. Required fields are marked *