ରାଜନୀତି

ଦେଶରେ ଚାଲିଛି ଏକଛତ୍ରବାଦୀ ଶାସନ: ରାହୁଲ

ଜୟପୁର, : ରାଜସ୍ଥାନ ବିଧାନସଭା ନିର୍ବାଚନ ପୂର୍ବରୁ ରାଜଧାନୀ ଜୟପୁରର ମାନସରୋଭରରେ ରାଜ୍ୟ କଂଗ୍ରେସ କମିଟିର ନୂତନ ଭବନର ମୂଳଦୁଆ ପକାଇବାକୁ ଆସିଥିବା ରାହୁଲ ଗାନ୍ଧୀ ଏଠାରୁ ନିର୍ବାଚନ ବିଗୁଲ ବଜାଇଥିଲେ। କେନ୍ଦ୍ର ସରକାର ଏବଂ ଭାଜପାକୁ କଡ଼ା ସମାଲୋଚନା କରି ରାହୁଲ ପୁଣିଥରେ କଂଗ୍ରେସକୁ ପ୍ରେମର ଦୋକାନ ବୋଲି ବର୍ଣ୍ଣନା କରିଛନ୍ତି। କଂଗ୍ରେସ ଏବଂ ଭାଜପା ମଧ୍ୟରେ ଆଦର୍ଶର ଲଢ଼େଇ ଚାଲିଛି। ସେ ତାଙ୍କ ଲୋକସଭା ସଦସ୍ୟତା ରଦ୍ଦ ଏବଂ ମହିଳା ସଂରକ୍ଷଣ ବିଲ ନେଇ କେନ୍ଦ୍ର ସରକାରଙ୍କୁ ରାହୁଲ ଟାର୍ଗେଟ କରିଛନ୍ତି।

ଇଣ୍ଡିଆ ଏବଂ ଭାରତ ମଧ୍ୟରେ କୌଣସି ବିବାଦ ନାହିଁ। ଉଭୟ ସମାନ। ଏନେଇ ଲଢ଼େଇ ଜୋରଦାର କରିବାକୁ ଚେଷ୍ଟା କରାଯାଇଥିଲା କିନ୍ତୁ ତାହା ହୋଇପାରିଲା ନାହିଁ। ମହିଳା ସଂରକ୍ଷଣକୁ କଂଗ୍ରେସ ସମ୍ପୂର୍ଣ୍ଣ ସମର୍ଥନ କରୁଛି କିନ୍ତୁ ଆମେ ଆଜି ଏହାକୁ କାର୍ଯ୍ୟକାରୀ କରିବାକୁ ଚାହୁଁ ଏବଂ ମହିଳାମାନେ ତୁରନ୍ତ ଲାଭ ପାଇବା ଉଚିତ। ଓବିସି ପ୍ରସଙ୍ଗରେ କେନ୍ଦ୍ର ସରକାର ନୀରବ ରହିବା ଠିକ ନୁହେଁ।

ଭାରତରେ କ’ଣ ଘଟୁଛି ତାହା କେବଳ ୯୦ ଜଣ ଲୋକ ସ୍ଥିର କରୁଛନ୍ତି। ସେମାନେ ହିଁ ଆଜିର ଭାରତ ଚଳାଉଛନ୍ତି । ଏହି ୯୦ ଜଣଙ୍କ ମଧ୍ୟରେ ଓବିସି ବର୍ଗର କେବଳ ତିନି ଜଣ ଅଛନ୍ତି। ସରକାରରେ ଓବିସି ବର୍ଗଙ୍କ ପାଖରେ କୌଣସି ଶକ୍ତି ନାହିଁ। ମୁଁ ଏହି ପ୍ରସଙ୍ଗରେ ସ୍ବର ଉତ୍ତୋଳନ କରିବାକୁ ଚେଷ୍ଟା କରିଥିଲି। କିନ୍ତୁ ଏହାକୁ ଦମନ କରିବାକୁ ଚେଷ୍ଟା କରାଯାଇଥିଲା।

Leave a Reply

Your email address will not be published. Required fields are marked *