ବାଣିଜ୍ୟ

ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କଲା ଆରବିଆଇ

ନୂଆଦିଲ୍ଲୀ, : ଭାରତୀୟ ରିଜର୍ଭ ବ୍ୟାଙ୍କ(ଆରବିଆଇ) ଦ ଅନନ୍ତଶୟନମ୍ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସକୁ ରଦ୍ଦ କରିଦେଇଛି। ଯଦ୍ବାରା ଏହି ବ୍ୟାଙ୍କକୁ ଏହାର ସମସ୍ତ ବ୍ଯାଙ୍କିଂ କାରୋବାରକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଏହାକୁ ନନ୍-ବ୍ୟାଙ୍କିଂ ସଂସ୍ଥା ଭାବେ କାମ କରିବାକୁ ଅନୁମତି ଦିଆ ଯାଇଛି। ପୂର୍ବରୁ ଜୁଲାଇ ରେ କେନ୍ଦ୍ରୀୟ ବ୍ଯାଙ୍କ ଉତ୍ତର ପ୍ରଦେଶର ୟୁନାଇଟେଡ ଇଣ୍ଡିଆ କୋ-ଅପରେଟିଭ୍ ବ୍ୟାଙ୍କର ଲାଇସେନ୍ସ ମଧ୍ୟ ରଦ୍ଦ କରିଥିଲେ।

ପ୍ରକାଶ ଯେ, ଆରବିଆଇ ୧୯୮୭ ଡିସେମ୍ବର ୧୯ରେ ଭାରତରେ ବ୍ୟାଙ୍କିଂ ବ୍ୟବସାୟ ଚଳାଇବା ଲାଗି ଅନନ୍ତଶୟନମ୍ ସହକାରୀ ବ୍ୟାଙ୍କକୁ ଲାଇସେନ୍ସ ପ୍ରଦାନ କରିଥିଲା।

Leave a Reply

Your email address will not be published. Required fields are marked *