ମୁଖ୍ୟ ଖବର

କଳାକାରଙ୍କୁ ଡାକିଲେ, ରାଷ୍ଟ୍ରପତିଙ୍କୁ ଭୁଲିଗଲେ : ଖଡଗେ

ଜୟପୁର: କଳାକାରଙ୍କୁ ଡାକିଲେ। ହେଲେ ରାଷ୍ଟ୍ରପତିଙ୍କୁ ଭୁଲିଗଲେ। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏଭଳି କହି ଶନିବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି) କୁ ସମାଲୋଚନା କରିଛନ୍ତି। ଭାରତର ନୂତନ ସଂସଦ ଭବନର ଉଦଘାଟନ ପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିମନ୍ତ୍ରଣ ନକରି ବଲିଉଡ କଳାକାରଙ୍କୁ ନିମନ୍ତ୍ରଣ କରିଥିବାରୁ ବିଜେପିକୁ ଟାର୍ଗେଟ କରିଛନ୍ତି ଖଡଗେ। ସେ ଦାବି କରିଛନ୍ତି ଯେ ଉଦ୍‌ଘାଟନୀ ଉତ୍ସବରେ ବିଜେପି କଳାକାରମାନଙ୍କୁ ନିମନ୍ତ୍ରଣ କରିଛି, ହେଲେ ରାଷ୍ଟ୍ରପତିଙ୍କୁ ନୁହେଁ।

ରାଜସ୍ଥାନରେ ଏକ ରାଲିକୁ ସମ୍ବୋଧିତ କରି ଖଡଗେ କହିଛନ୍ତି ଯେ, ସଂସଦ ଭବନର ଉଦଘାଟନ ପାଇଁ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ ନକରିବା ତାଙ୍କ ପ୍ରତି ଅପମାନ ଅଟେ। କଂଗ୍ରେସର ସମସ୍ତ ସମ୍ପ୍ରଦାୟର ଲୋକ ଅଛନ୍ତି। ହେଲେ ବିଜେପି କାହାକୁ ମଧ୍ୟ ନିଜ ନିକଟକୁ ଆସିବାକୁ ଦିଏ ନାହିଁ। ଏହା ପ୍ରଥମ ନୁହେଁ, ଏହା ପୂର୍ବରୁ ନୂତନ ସଂସଦ ଭବନର ଭିତ୍ତିପ୍ରସ୍ତର ସ୍ଥାପନ ସମାରୋହରେ ବିଜେପି ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ନିମନ୍ତ୍ରଣ କରିନଥିଲା।

‘ମହିଳା ସଂରକ୍ଷଣ ବିଲ’କୁ ନେଇ ଖଡଗେ କହିଛନ୍ତି ‌ଯେ, ବିଜେପି ମହିଳାମାନଙ୍କୁ ସଂରକ୍ଷଣ ଦେବାକୁ ଚାହୁଁନାହିଁ। କିନ୍ତୁ ବିରୋଧୀ ଦଳ ଏକଜୁଟ ହେବା ଦେଖି ନିର୍ବାଚନ ପୂର୍ବରୁ ବିଜେପି ମହିଳା ସଂରକ୍ଷଣ ବିଲ୍ ଆଣିଛି ।

Leave a Reply

Your email address will not be published. Required fields are marked *