ଅପରାଧ

ନାବାଳିକାଙ୍କୁ ବଳାତ୍କାର ଅଭିଯୋଗ, ଅଭିଯୁକ୍ତ ଗିରଫ

ବ୍ରହ୍ମପୁର,: ଜଣେ ନାବାଳିକାଙ୍କୁ ଅପହରଣ ପରେ ବଳାତ୍କାର ଅଭିଯୋଗରେ ନିମଖଣ୍ଡି ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଯୁବକ ଜଣକ ହେଲେ ଆସିକା ନୂଆଁଗାଁର ବିକାଶ ବାହାଦୂର (୨୪)। ସେ ଏକ ଫାଷ୍ଟଫୁଡ଼ ଦୋକାନ କରିଛନ୍ତି। ସେଠାରେ କଲେଜ ଛାତ୍ରୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା ବୋଲି ପୋଲିସ ବିକାଶଙ୍କୁ ଜେରା ବେଳେ ଜାଣିବାକୁ ପାଇଛି। ଏମକେସିଜି ଏଫଏମଟି ବିଭାଗରେ ଉଭୟ ପୀଡ଼ିତା ଓ ଅଭିଯୁକ୍ତଙ୍କ ଡ଼ାକ୍ତରୀ ମାଇନା କରାଯାଇଛି। ସେହିପରି କୋର୍ଟରେ ଧାରା ୧୬୪ ଅନୁସାରେ ପୀଡ଼ିତାଙ୍କ ବୟାନ ରେକର୍ଡ କରାଯାଇଛି। ବିକାଶ ବାହାଦୂରଙ୍କୁ କୋର୍ଟ ଚାଲାଣ କରାଯାଇଛି। ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି।
ପ୍ରକାଶ ଯେ, ନିମଖଣ୍ଡି ଥାନା ଅଞ୍ଚଳରେ ରହୁଥିବା ଜନୈକା ନାବାଳିକା(୧୭)ଙ୍କୁ ଅପହରଣ ହୋଇଥିବା ନେଇ ଗତ ୧୪ତାରିଖରେ ଥାନାରେ ଅଭିଯୋଗ ହୋଇଥିଲା। ତଦନ୍ତ ବେଳେ ଜଣାପଡିଥିଲା ଯେ, ବିକାଶ ବାହାଦୂର ନାମକ ଜଣେ ଯୁବକ ଉକ୍ତ ନାବାଳିକାକୁ ଅପହରଣ କରି ନେଇଛନ୍ତି। ପୋଲିସ ଘଟଣାର ଅନୁସନ୍ଧାନ କରିବା ସହ ବିକାଶଙ୍କ ମୋବାଇଲ ନମ୍ବରକୁ ଟ୍ରାକିଂ କରି ଗୁରୁଣ୍ଠି ଗ୍ରାମରୁ କାବୁ କରିବା ସହ ନାବାଳିକାଙ୍କୁ ଉଦ୍ଧାର କରିଥିଲା।

Leave a Reply

Your email address will not be published. Required fields are marked *