ମନୋରଞ୍ଜନ

ପରିଣୀତିଙ୍କ ବାହାଘର ଆଜି

ବଲିଉଡ୍ ସୁନ୍ଦରୀ ପରିଣୀତି ଚୋପ୍ରାଙ୍କର ବହୁ ଚର୍ଚ୍ଚିତ ବାହାଘର ଆଜି, ଅର୍ଥାତ୍‌ ସେପ୍ଟେମ୍ବର ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି। ଆମ୍‌ ଆଦମୀ ପାର୍ଟିର ଯୁବ ସାଂସଦ ରାଘବ ଚଢ଼ାଙ୍କ ହାତ ଧରୁଛନ୍ତି ପରିଣୀତି। ଜୟପୁରର ପ୍ରସିଦ୍ଧ ଲୀଲା ପ୍ୟାଲେସ ହୋଟେଲରେ ଏହି ବାହାଘର ହେଉଛି। ବର ଆମ୍‌ ଆଦମୀ ପାର୍ଟିର ସାଂସଦ ମାନେ ଏ ବାହାଘରରେ ଏ ପାର୍ଟିର ଅନେକ ବଡ଼ ବଡ଼ ନେତା ଯୋଗଦେବା ନିଶ୍ଚିତ। ସେମାନଙ୍କ ଭିତରେ ଅଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍‌। ପରିଣୀତିଙ୍କ ସଂପର୍କୀୟା ଭଉଣୀ ପ୍ରିୟଙ୍କା ଚୋପ୍ରା ଓ ତାଙ୍କ ପତିଦେବ ନିକ୍‌ ଜୋନାସ୍‌ ମଧ୍ୟ ବାହାଘରରେ ରହିବେ। ପରିଣୀତିଙ୍କର ପାଖଲୋକ ଭାବେ ପରିଚିତ ନିର୍ଦ୍ଦେଶକ କରଣ ଯୋହର, ଟେନିସ୍‌ ସୁନ୍ଦରୀ ସାନିଆ ମିର୍ଜା, ଡିଜାଇନର୍‌ ମନୀଷ ମାଲହୋତ୍ରାଙ୍କ ସମେତ ଅନେକ ବଲିଉଡ୍ ବ୍ୟକ୍ତିତ୍ବ ମଧ୍ୟ ଏଥିରେ ଯୋଗ ଦେଉଛନ୍ତି।

Leave a Reply

Your email address will not be published. Required fields are marked *