ଦେଶ- ବିଦେଶ

ତୁର୍କୀରେ ୨୧ ଦିନ ପରେ ଧ୍ବଂସସ୍ତୁପତଳୁ ଜୀବନ୍ତ ଉଦ୍ଧାର ହେଲା ଘୋଡ଼ା

ଆଡିଆମାନ୍ : ତୁର୍କୀର ସହର ଆଡିଆମାନରେ ଏକ ଚମତ୍କାର ଦେଖିବାକୁ ମିଳିଛି । ଭୂମିକମ୍ପର ୨୧ ଦିନ ପରେ ଧ୍ବଂସସ୍ତୁପ ତଳେ ପୋତିହୋଇ ରହିଥିବା ଏକ ଘୋଡ଼ାକୁ ଉଦ୍ଧାର କରାଯାଇଛି ।

ତାନସୁ ୟେଗେନ ନାମକ ଜଣେ ୟୁଜର ଟ୍ୱିଟରରେ ଏକ କ୍ଲିପ୍ ସେୟାର କରିଛନ୍ତି, ଯେଉଁଥିରେ ସ୍ୱେଚ୍ଛାସେବୀଙ୍କ ଏକ ଦଳ ଏହି ଘୋଡ଼ାକୁ ଭଗ୍ନାବଶେଷରୁ ବାହାର କରୁଥିବାଦେଖିବାକୁ ମିଳିଛି ।

ସେ ଏହି ଭିଡିଓକୁ ସେୟାର କରି ଲେଖିଛନ୍ତି, ‘ଆଶ୍ଚର୍ଯ୍ୟଜନକ, ଆଶ୍ଚର୍ଯ୍ୟଜନକ, ଆଶ୍ଚର୍ଯ୍ୟଜନକ… ଏହି ଟିମ୍ ଆଡିଆମାନରେ ଭୂମିକମ୍ପର ୨୧ ଦିନ ପରେ ଏକ କୋଠାର ଭଗ୍ନାବଶେଷରୁ ଜୀବନ୍ତ ଉଦ୍ଧାର କରିଥିଲା।

ସୂଚନାଯୋଗ୍ୟ, ଫେବ୍ରୁଆରି ୬ ତାରିଖରେ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପ ପରେ ଆଡିଆମାନରେ ବଡ଼ ଧରଣର କ୍ଷୟକ୍ଷତି ହୋଇଥିଲା। ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ଏହାର ପରବର୍ତ୍ତୀ ଝଟକା ଏବେ ବି ଅନୁଭୂତ ହେଉଛି। ଗତ ସୋମବାର ଦେଶର ଦକ୍ଷିଣ ଭାଗରେ ୫.୬ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା, ଯାହା ପରବର୍ତ୍ତୀ ଝଟକା ବୋଲି ଅନୁମାନ କରାଯାଉଛି ।

ଏହି ସଦ୍ୟତମ ଭୂମିକମ୍ପରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ପୂର୍ବରୁ ଜରାଜୀର୍ଣ୍ଣ ଥିବା କିଛି କୋଠା ଧ୍ୱଂସ ହୋଇଯାଇଛି । ଦେଶର ବିପର୍ଯ୍ୟୟ ପରିଚାଳନା ଏଜେନ୍ସି ଏଏଫ୍ଏଡିର ମୁଖ୍ୟ ୟୁନୁସ୍ ସିଜର କହିଛନ୍ତି ଯେ ସୋମବାରର ଭୂମିକମ୍ପ ମାଲଟ୍ୟା ପ୍ରଦେଶର ୟେସିଲ୍ଟ ସହରରେ କେନ୍ଦ୍ରୀଭୂତ ହୋଇଥିଲା। ଏହି ଭୂମିକମ୍ପରେ ୬୯ ଜଣ ଆହତ ହୋଇଥିବା ବେଳେ ଦୁଇ ଡଜନରୁ ଅଧିକ କୋଠା ଭୁଶୁଡ଼ି ପଡ଼ିଛି।

Leave a Reply

Your email address will not be published. Required fields are marked *