ବିଶେଷ

ଯୋଗ୍ୟ ହିତାଧିକାରୀଙ୍କୁ ମିଳୁନି ଆବାସ,ମୁହଁ ଖୋଲିଲେ ବରିଷ୍ଠ ଆଇନୀଜୀବି

ଜଗତସିଂହପୁର : ଆପଣ ଥରେ ନଜର ପକାନ୍ତୁ ଏ ଘରର ଦୃଶ୍ୟ ଉପରେ , କେମିତି ରହୁଛନ୍ତି ଏଠିକାର ଅନେକ ପରିବାର ।
ଅତି ଗରିବ ନିରୀହ ବାସ ହିନ ବ୍ୟକ୍ତି ଙ୍କୁ ଚିହ୍ନଟ କରି ଘର ଖଣ୍ଡିଏ ଯୋଗେଇ ଦେବାପାଇଁ ତିଆରି ହୋଇଛି ଆବାସ ଯୋଜନା l କେନ୍ଦ୍ର ସରକାର ଓ ରାଜ୍ୟ ସରକାର ଏଥିପାଇଁ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା ହେଲେ ଏବେ ବି ପ୍ରଶାସନର ଆଡୁ ଆଳରେ ରହୁଛନ୍ତି ପ୍ରକୃତ ହିତାଧକାରୀ l ଏଭଳି ଏକ ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି,
ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଅନ୍ତର୍ଗତ ଅଳାଭର ପଞ୍ଚାୟତ 23 ନମ୍ବର ୱାର୍ଡ ର କଣିଆ ମଠ ସାହି ରେ ଯେଉଁ ଗାଁ ପାଖରୁ ବ୍ଳକକାଯ୍ୟଳୟ ୧ କିଲୋମିଟର କିନ୍ତୁ ଏହି ହରିଜନ ସାହି ଉପରେ କୌଣସି ନେତା ମନ୍ତ୍ରୀ କିମ୍ବା ଜିଲ୍ଲା ପସଶାସନ ର ନଜର ପଡୁନି ବୋଲି କ୍ଷୋଭ ପ୍ରକାଶ କରିଛନ୍ତି ସୁପ୍ରିମି କୋର୍ଟ ର ବରିଷ୍ଠ ଆଇନ ଜିବି ଡ଼କ୍ଟ ସୁଶାନ୍ତ କାନୁନଗୋ, ଏପଟେ ଶ୍ରୀ କାନୁନଗୋ କହିଛନ୍ତି ଯଦି ଏହି ଗରିବ ପରିବାର ଙ୍କୁ ସରକାର ଙ୍କ ମୌଳିକ ସୁବିଧା ଯଥା ସମ୍ଭବ ପ୍ରଦାନ ନ କରାଯାଏ, କୋର୍ଟ ର ଦ୍ୱାରସ୍ତ ହେବେ ବୋଲି କହିଛନ୍ତି l ଏପଟେ
ଯୋଗ୍ୟ ହିତାଧିକାରୀ ଙ୍କୁ ମିଳି ପାରୁ ନାହିଁ ସରକାରଙ୍କ ଆବାସ ଯୋଜନା
ଘର ଖଣ୍ଡିଏ ପାଇଁ ବାରମ୍ବାର ପଞ୍ଚାୟତ ଠାରୁ ବ୍ଳକ ପ୍ରଶାସନ ପାଖରେ ଘର ଖଣ୍ଡିଏ ପାଇଁ ଗୁହାରି କଲେ ମଧ୍ୟ କିଛି ସୁଫଳ ମିଳି ନ ଥିବା ଗ୍ରାମ ବାସି କହିଛନ୍ତି । ଏବେ ଘର ଖଣ୍ଡିଏ କରିବା ତାଙ୍କ ପକ୍ଷରେ ଅସମ୍ଭବ। ଏହି ହରିଜନ ସାହିରେ ଅନେକ ବୃଦ୍ଧା ବୁଦ୍ଧ ବହୁତ କଷ୍ଟରେ ଚଳୁଥିବା ବେଳେ ଘର ଖଣ୍ଡିଏ ପାଇଁ ଅନେକ ସ୍ବପ୍ନ ଦେଖୁଛନ୍ତି l ଏହି ଭଳି ଝାଟିମାଟିର ଏକ ଚାଳଛପର କୋଠରୀରେ ଦିନ ରାତି, ଖରା ବର୍ଷା ଶୀତ କାକର , ଝଡ ତୋଫାନରେ ଦିନକାଟୁଛନ୍ତି। ଏହି ଗରିବ ପରିବାର,
ଏଠାରେ ପ୍ରଶ୍ନ ଉଠେ ଯେ ସରକାର ଙ୍କ ଆବାସ ଯୋଜନା କାହା ପାଇଁ ? ଯୋଗ୍ୟ ହିତାଧିକାରୀ ଙ୍କୁ ମିଲି ପାରୁ ନାହିଁ ସରକାରଙ୍କ ଆବାସ ଯୋଜନା। ଦାରିଦ୍ର୍ୟ ସୀମାରେଖା ତଳେ ଥିବା ବ୍ୟକ୍ତି ଙ୍କ ନାମ ତାଲିକାରେ ନଥିଲେ ମଧ୍ୟ ଗ୍ରାମାଞ୍ଚଳରେ ବାସ କରୁଥିବା ପ୍ରକୃତ ଗରୀବ ପରିବାରକୁ ବାସଗୃହ ଯୋଗାଇ ଦିଆଯାଏ। ସରକାରଙ୍କ ଅନେକ ଯୋଜନା, ବିଜୁପକ୍କାଘର,ମୋ କୁଡିଆ, ପ୍ରଧାନମନ୍ତ୍ରୀ ଆବାସ , ଇନ୍ଦିରା ଆବାସ ଯୋଜନା , ମାନ ଥିବା ସତ୍ତ୍ବେ ମଧ୍ୟ ଦୀର୍ଘଦିନ ରୁ ବଞ୍ଚିତ ହୋଇ ରହିଛନ୍ତି ଗ୍ରାମ ବାସି । ଯଦି ସରକାରଙ୍କ ଆବାସ ଯୋଜନାରେ ଅନ୍ତର୍ଭୁକ୍ତ କରି ଘର ଖଣ୍ଡିଏ ଯୋଗାଇ ଦେଲେ ଗରିବ ପରିବାର ଉପକୃତ ହେବେ ବୋଲି ଗ୍ରାମବାସୀ ମାନେ ସରକାରଙ୍କ ପାଖରେ ନିବେଦନ କରିଛନ୍ତି। ତେବେ ଦେଖାଯାଉ ଖବର ପ୍ରକାଶ ପରେ ପ୍ରଶାସନ କଣ ପଦକ୍ଷେପ ନେଉଛି, ତାହା ଦେଖିବାକୁ ବାକି ରହିଲା l

Leave a Reply

Your email address will not be published. Required fields are marked *