ରାଜ୍ୟ

ଉଦାସ ଆଶ୍ରମ ପ୍ରାଗଣରେ ବୃକ୍ଷ ରୋପଣ

ଜଗତସିଂହପୁର : ଜିଲ୍ଲାର ଅଗ୍ରଣୀ ସେଚ୍ଛାସେବୀ ଅନୁଷ୍ଠାନ ପରିଦର୍ଶକ ଚାରିଟେବୁଲ୍ ଟ୍ରଷ୍ଟର ଶେଷ ପର୍ଯ୍ୟାୟର ବୃକ୍ଷ ରୋପଣ କାର୍ଯ୍ୟକ୍ରମ, ଜଗତସିଂହପୁର ବ୍ଲକ ଯଶୋବନ୍ତପୁର ପଞ୍ଚାୟତ, ମା’ ଖଣ୍ଡୁଆଳି ମନ୍ଦିର ସ୍ଥିତ ଉଦାସ ଆଶ୍ରମ ପ୍ରାଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଉଦାସ ଆଶ୍ରମର ପୀଠାଧିଶ ସ୍ବାମୀ ଯଜ୍ଞେଶ୍ବରାନନ୍ଦ ଉପସ୍ଥିତ ରହି ବୃକ୍ଷଚାରା ରୋପଣ କରିଥିଲେ । ଟ୍ରଷ୍ଟର ନିର୍ଦ୍ଦେଶକ ବାବା ଲଲାଟେନ୍ଦୁ କେଶରୀ ତଥା ସଦସ୍ୟ ମାନଙ୍କ ଉପସ୍ଥିତିରେ ବାବା ଦିବ୍ୟ ଲୋଚନ ଦାସ, ପୂର୍ବତନ ପୌରାଧ୍ୟକ୍ଷ ମଧୁସୂଦନ ସାହୁ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଶିକ୍ଷକ ସୁବାଷ ରାଉତ, ବରିଷ୍ଠ ସାମ୍ବାଦିକ ଶରୋଜ ନାୟକ, ଶୁଭଙ୍କର ଜେନା, ଅବସରପ୍ରାପ୍ତ ସେନା କର୍ମଚାରୀ ସୁରେନ୍ଦ୍ର କୁମାର ମହାରଣା, ମହେଶ୍ବର ପୃଷ୍ଟି, ଅରକ୍ଷିତ ପୃଷ୍ଟି, ଭରତ ଚନ୍ଦ୍ର ସ୍ବାଇଁ, ନାରାୟଣ ବେହେରା, ମାଧବାନନ୍ଦ ପତି, ହୃଷିକେଶ ବେହେରା, ଜଗବନ୍ଧୁ ବେହେରା, ଧିରେନ୍ଦ୍ର ସାହୁ, ସତ୍ଯସାଇ କେଶରୀ ସମେତ ବହୁ ଉଦାସ ପନ୍ଥି ଉପସ୍ଥିତ ରହି ବଉଳ, ଅର୍ଜୁନ, ଅଁଳା, ଶିଶୁ, ଜାମୁ ଇତ୍ୟାଦି ବୃକ୍ଷ ଚାରା ରୋପଣ କରିବା ସହିତ କାର୍ଯ୍ୟକ୍ରମକୁ ସଫଳ କରାଇ ଥିଲେ ।

Leave a Reply

Your email address will not be published. Required fields are marked *