ରାଜ୍ୟ

ପ୍ରାକ୍ତନ ଓଡ଼ିଆ ଓ ଚାଟଶାଳୀ ପାଠ ଶୀର୍ଷକ ଆଲୋଚନା ଚକ୍ର

ବାଲୁଗାଁ : ଭାଷା ସୁରକ୍ଷା ସମ୍ମିଳନୀ ବାଣପୁର, ବାଲୁଗାଁ ଓ ସାହିତ୍ୟ ସିନ୍ଦୁରା ମିଳିତ ଆନୁକୂଲ୍ୟରେ ପ୍ରାକ୍ତନ ଓଡ଼ିଆ ଓ ଚାଟଶାଳୀ ପାଠ ଶୀର୍ଷକ ଆଲୋଚନା ଚକ୍ର ସହିତ ପାର୍ବଣ କବିତା ଆସର ଶୁଭମଙ୍ଗଳ କଲ୍ୟାଣମଣ୍ଡପ, ବାଣପୁର ଠାରେ ଅନୁଷ୍ଠିତ ହୋଇଯାଇଛି l ରାଜ୍ୟ ଭାଷା ସୁରକ୍ଷା ସମ୍ମିଳନୀ ଚିଲିକା ଶାଖାର ସଭାପତି ରଙ୍କନାଥ ସେଠିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ରାଜ୍ୟ ସ୍ତରୀୟ ଆସରରେ ମୁଖ୍ୟଅତିଥି ଭାବେ ବରିଷ୍ଠ ପତ୍ରକାର ନୃସିଂହ ଚରଣ ମିଶ୍ର ଯୋଗଦେଇ ଚାଟଶାଳୀ ପାଠ ନଥିଲେ ଓଡ଼ିଆ ଭାଷା ବଞ୍ଚି ରହିନଥାନ୍ତା ବୋଲି କହିଥିଲେ l ଏହି ଆଲୋଚନା ଚକ୍ରରେ ଭିତ୍ତି ପ୍ରବନ୍ଧ ଉପସ୍ଥାପନ କରି ଐତିହ୍ୟ ଗବେଷକ ମଦନ ମୋହନ ମହାପାତ୍ର ପ୍ରାଚୀନ ବଙ୍କାଡ଼ ଶିଳାଲେଖ ଓ ଷଷ୍ଠ ଶତାବ୍ଧିରୁ ଚଟାଶାଳୀ ପାଠ ଶିକ୍ଷସଂସ୍କାରର ମୂଳଦୁଆ ପକାଇଥିଲା ବୋଲି ମତ ଦେଇଥିଲେ l ପ୍ରାରମ୍ଭରେ ମା ଭଗବତୀ କଳାନିକେତନର କଳାକାର ମାନେ ବିଷ୍ନୁପ୍ରିୟା ବାରିକଙ୍କ ନିର୍ଦେଶନାରେ ଗଣେଶ ନୃତ୍ୟ ପରିବେଷଣ କରିଥିଲେ l ଅତିଥି ପରିଚୟ ଓ ବିବରଣୀ ପାଠ କରିଥିଲେ ସମ୍ପାଦକ ଶେଷଦେବ ମହାରଣା l ଗୋପୀନାଥ ଦାସ ଓ ଡ଼ଃ ରଶ୍ମି କରଙ୍କ ସମ୍ପାଦନାରେ ପାର୍ବଣ କବିତା ଆସର ପାଠ କରାଯାଇଥିଲା l ଏଥିରେ ବହୁ କବି ଓ କବୟିତ୍ରୀ ତାଙ୍କର ସ୍ୱରଚିତ କବିତା ପାଠ କରିଥିଲେ l ଏହି ଅବସରରେ ଐତିହାସିକ ସତ୍ୟବାଦୀ ବଳିୟାରସିଂ ଓ ଲେଖକ ବିପିନ ବିହାରୀ ମହାନ୍ତି ଙ୍କୁ ଖୋର୍ଦ୍ଧା ସାହିତ୍ୟ ସାରଥୀ ଉପାଧି ପ୍ରଦାନ କରାଯାଇଥିଲା l ନାଟ୍ୟକାର ଜିତେନ୍ଦ୍ର ପଟ୍ଟନାୟକ ଓଡ଼ିଆ ଉତ୍ପତିରେ ସଂଗୀତ ଶାସ୍ତ୍ରର ଭୂମିକା ସମ୍ବଦ୍ଧରେ ଆଲୋକପାତ କରିଥିଲେ l ପରିଶେଷରେ ସାହିତ୍ୟ ସିନ୍ଦୁରାର ସଂଯୋଜକ ଧନ୍ୟବାଦ ଅର୍ପଣ କରିଥିଲେ l

Leave a Reply

Your email address will not be published. Required fields are marked *