ରାଜନୀତି

ବିଧାୟକ ସମୀର ଦାଶଙ୍କୁ କଳା ପତାକା ପ୍ରଦର୍ଶନ


ନିମାପଡ଼ା: ପୁରୀ ଜିଲ୍ଲା ଗୋପ ବ୍ଲକ ବେଦପୁର ଠାରେ ନିମାପଡା ବିଧାୟକ ସମୀର ରଞ୍ଜନ ଦାଶ ଗାଁ ର ଏକ କୋଠ ଘର ଉଦଘାଟନ କରିବାକୁ ଯାଇଥିବା ବେଳେ ଅସନ୍ତୁଷ୍ଟ ବିଜେଡି କର୍ମୀ ଓ କିଛି ବିଜେପି ସମର୍ଥକ ବିଧାୟକ ସମୀର ଦାଶ ଙ୍କୁ ଦୃଢ଼ ବିରୋଧ କରିଛନ୍ତି । ପାନୀୟ ଜଳ ସମାସ୍ୟା ସହ ବିଭିନ୍ନ ସମାସ୍ୟା ଓ ଦଳୀୟ କନ୍ଦଳକୁ ନେଇ ଅସନ୍ତୁଷ୍ଟ କର୍ମୀ ଓ ବିଜେପି କର୍ମୀ ମାନେ ବିଧାୟକଙ୍କ ବିରୁଦ୍ଧରେ ନାରା ବାଜି କରିବା ସହ କଳା ପତାକା ପ୍ରଦର୍ଶନ କରି କୁସପୁତ୍ତଳିକା ଦାହ କରିଥିଲେ। ଗୋପ ପୁଲିସର ହସ୍ତକ୍ଷେପ ପରେ ପରିସ୍ଥିତି ଶାନ୍ତ ପଡିଥିଲା । ବିଭିନ୍ନ ପ୍ରସଙ୍ଗରେ ବିବାଦୀୟ ହୋଇପଡିଥିବା ବିଧାୟକ ସମୀରଙ୍କୁ ଆଗାମୀ ନିର୍ବାଚନରେ ବିଜେଡି ଟିକେଟ ମିଳିବ ନାହିଁ ବୋଲି ରାଜନୈତିକ ମହାଲରେ ଚର୍ଚ୍ଚା ମଧ୍ୟ୍ୟ ହେଊଛି l ନିଜ ନିର୍ବାଚନ ମଣ୍ଡଳୀରେ ଦଳୀୟ କର୍ମୀ ମାନେ ବିଧାୟକ ସମୀର ଦାଶଙ୍କ ଉପରେ ଅସନ୍ତୁଷ୍ଟ ଥିବା ଜଣା ପଡିଛି l ଏହି ଘଟଣା ନିମାପଡ଼ା ନିର୍ବାଚନ ମଣ୍ଡଳୀ ରେ ଚର୍ଚ୍ଚା ର ବିଷୟ ପାଲଟିଥିବା ବେଳେ ରାଜନୈତିକ ବାତାବରଣ କୁ ବେଶ ଉଷ୍ମ କରିଦେଇଛି।

Leave a Reply

Your email address will not be published. Required fields are marked *