ଅପରାଧ

ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତ ଗିରଫ

ଜୟପୁର: ଜୟପୁର ସଦରଥାନା ଅର୍ନ୍ତଗତ ବାମୁଣିଗାଁର ଚନ୍ଦ୍ର ହରିଜନଙ୍କ ୨୦ବର୍ଷର ପୁଅ ଶିବ ହରିଜନ ଜୈନେକା ନାବାଳିକାଙ୍କୁ ଦୁଷ୍କର୍ମ କରିବା ଅଭିଯୋଗରେ ଜୟପୁର ମହିଳା ଥାନା ପୁଲିସ ଗିରଫ କରି କୋର୍ଟକୁ ଚାଳାଣ କରିଥିବା କହିଛନ୍ତି  ମହିଳା ଥାନା ଆଇଆଇସି ମମତା ପାଣିଗ୍ରାହୀ।ସୂଚନା ମୁତାବକ, ଗତ ୨୫ତାରିଖ ଦିନ ଅଭିଯୁକ୍ତ ଚନ୍ଦ୍ର ନାବାଳିକାଙ୍କୁ ପ୍ରେମ ନିବେଦନ କରି ଆସୁଥିଲେ। ଉକ୍ତଦିନ ସଂଧ୍ୟାରେ ନାବାଳିକାଙ୍କୁ କଥା ହେବା ପାଇଁ ଡାକି ତାଙ୍କ ଇଛାବିରୋଧରେ ଶାରିରୀକ ସଂପର୍କ ରଖି ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକର ଚିତ୍କାର ଶୁଣି କିଛି ଲୋକେ ଅଭିଯୁକ୍ତଙ୍କୁ ଧରିଥିଲେ। ଏ ନେଇ ନାବାଳିକାଙ୍କ ପରିବାରବର୍ଗ ମହିଳା ଥାନାରେ ଅଭିଯୋଗ କରିବା ପରେ ନାବାଳିକାଙ୍କ ୧୬୧ ଓ ୧୬୪ ବୟାନ ଲିପିବଦ୍ଧ କରାଇବା ସହ ପିଡ଼ୀତା ନାବାଳିକା ଓ ଅଭିଯୁକ୍ତଙ୍କର ଡାକ୍ତରୀ ମାଇନା କରାଯାଇଥିଲା। ଅଭିଯୁକ୍ତଙ୍କ ବିରୋଧରେ ଦଫା ୩୬୩/୩୭୬ ଆଇପିସି ସହ ୪ପକ୍ସୋ ଆକ୍ଟରେ ମାମଲା ରୁଜୁ କରି ଗିରଫ କରି କୋର୍ଟକୁ ଚାଳାଣ କରାଯାଇଥିବା ତଦନ୍ତକାରୀ ଅଧିକାରୀ ସବଇନିସପେକ୍ଟର ଶୁକ୍ଳା ମଣ୍ଡଳ କହିଛନ୍ତି।

Leave a Reply

Your email address will not be published. Required fields are marked *