ଅପରାଧ

ଜଙ୍ଗଲରୁ କନିଷ୍ଠଯନ୍ତ୍ରୀଙ୍କ ମୃତଦେହ ଜବତ

ଚମ୍ପୁଆ, : କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅଧୀନ ଜୟନ୍ତିନାପୁର ଜଙ୍ଗଲରୁ ଜଣେ କନିଷ୍ଠଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ପୋଲିସ ଜବତ କରିଛି। ମୃତକ ହେଲେ ଜୟନ୍ତିନାପୁର ଗ୍ରାମର ରାମକୃଷ୍ଣ ସିଂ(୩୫)। ସେ ଚମ୍ପୁଆ ବ୍ଲକ୍‌ରେ କନିଷ୍ଠଯନ୍ତ୍ରୀ ଭାବେ କାର୍ଯ୍ୟରତ ଥିଲେ। ରବିବାର ରାତିରୁ ନିଖୋଜ ଥିଲେ। ପୋଲିସ ସାଇଣ୍ଟିଫିକ ଟିମ୍‌ ଦ୍ୱାରା ଘଟଣାସ୍ଥଳରୁ ନମୁନା ସଂଗ୍ରହ କରି ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଚମ୍ପୁଆ ବ୍ଲକ୍‌ରେ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ରାମକୃଷ୍ଣ ଗତ ରବିବାର ଘରୁ କୁଆଡ଼େ ପଳାଇ ଯାଇଥିଲେ। ଫେରିବାରେ ବିଳମ୍ବ ହେବାରୁ ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରି ପାଇ ନ ଥିଲେ। ସୋମବାର ଜୟନ୍ତିନାପୁର ଛକଠାରୁ କିଛିଦୂର ବୈତରଣୀ ନଦୀ କୂଳ ଘଞ୍ଚ ଜଙ୍ଗଲରେ ତାଙ୍କ ବାଇକ୍‌ ଦେଖି ସ୍ଥାନୀୟ ଲୋକେ ପରିବାର ଲୋକଙ୍କୁ ଜଣାଇଥିଲେ। ପରିବାର ଲୋକେ ପହଞ୍ଚତ୍ ଲୋକଙ୍କ ସହ ଖୋଜାଖୋଜି କରିବାରୁ ଏକ ଆକାଶିଆ ଗଛରେ ମୃତଦେହ ଝୁଲୁଥିବା ଦେଖିଥିଲେ। ପୋଲିସ ପହଞ୍ଚତ୍ ମାଜିଷ୍ଟେଟଙ୍କ ଉପସ୍ଥିତିରେ ମୃତଦେହକୁ ତଳକୁ କାଢ଼ି ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନା ପଠାଇଥିଲା। ଏ ନେଇ ଥାନାରେ ଏକ ଅପମୃତ୍ୟୁ ମାମଲା (ନଂ. ୪୧/୨୩) ରୁଜୁ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ଜରିଆରେ ନମୁନା ସଂଗ୍ରହ କରାଯାଇଛି। ଦୀର୍ଘଦିନରୁ ସେ ଅସୁସ୍ଥ ରହିଥିବାରୁ ଏପରି ନିଷ୍ପତ୍ତି ନେଇଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଥିବା ତଦନ୍ତକାରୀ ଅଫିସର ଶାନ୍ତନୁ କୁମାର ଜେନା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *