ମନୋରଞ୍ଜନ

ସତ୍ୟର ବିଜୟ ହେବ : ଅନୁଭବ

କଟକ: ବହୁଚର୍ଚ୍ଚିତ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ବଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଘରୋଇ ହିଂସା ମାମଲାରେ ସୋମବାର କଟକ ଏସଡିଜେଏମ କୋର୍ଟରେ ପ୍ରଥମ ଦିନର କାଉନସେଲିଂ ଶେଷ ହୋଇଛି। କାଉନସେଲିଂ ଶେଷ ହେଲା ପରେ ଅନୁଭବ ମହାନ୍ତି ଗଣମାଧ୍ୟମକୁ କହିଛନ୍ତି, ମୋ ବିରୋଧରେ ବର୍ଷା କରିଥିବା ଘରୋଇ ହିଂସା ମାମଲାରେ ମୋର ପକ୍ଷ ରଖିଛି। ଘରୋଇ ହିଂସା ନେଇ ବର୍ଷାଙ୍କ ପାଖରେ କୌଣସି ପ୍ରମାଣ ଥିଲେ ମାମଲା ଏତେ ଦିନ ପର୍ଯ୍ୟନ୍ତ ଚାଲିନଥାନ୍ତା। ଦୀର୍ଘ ୩ ବର୍ଷ ହେଲା ମାମଲା ଚାଲିଛି। କିନ୍ତୁ ପ୍ରଥମ ଥର ପାଇଁ ସେ ଆଜି କୋର୍ଟକୁ ଆସିଥିଲେ। ମୁଁ ନିର୍ଦ୍ଦୋଶ ହୋଇ ବି ବାରମ୍ବାର କୋର୍ଟଙ୍କ ଦୁଆରକୁ ଦୌଡିବାକୁ ପଡୁଛି। ମୋ ପରି ଅନ୍ୟ କାହାର ଏପରି ହେବା ଉଚିତ୍ ନୁହେଁ। ପରିବାର ଅଦାଲତରେ ସତ୍ୟ, ଧର୍ମ ଏବଂ ନ୍ୟାୟର ବିଜୟ ହୋଇନାହିଁ। ଏବେ କିନ୍ତୁ ସତ୍ୟର ବିଜୟ ହେବ।ସୂଚନାଯୋଗ୍ୟ, କୋର୍ଟରେ ଦୀର୍ଘ ସମୟ ଧରି କାଉନସେଲିଂ ଶେଷ ହେବା ପରେ ସାଂସଦ ଅନୁଭବ ଏବଂ ଅଭିନେତ୍ରୀ ବର୍ଷା କୋର୍ଟରୁ ବାହାରିଥିଲେ। ଆଜି ଏସଡିଜେଏମ କୋର୍ଟରେ ହାଜର ହେବା ପରେ ଏହି ମାମଲାରେ ବର୍ଷାଙ୍କ ପକ୍ଷରୁ ସତ୍ୟପାଠ ଜରିଆରେ ତଥ୍ୟ ପ୍ରମାଣ ଦାଖଲ କରାଯାଇଥିଲା। ଏହା ପରେ କୋର୍ଟ ଉଭୟ ପକ୍ଷଙ୍କୁ ଦୀର୍ଘ ସମୟ ଧରି ଶୁଣିବା ପରେ କାଉନସେଲିଂ ଶେଷ ହୋଇଥିଲା। ତେବେ ପରବର୍ତ୍ତୀ କାଉନସେଲିଂ ହେବା ନେଇ କୌଣସି ଦିନଧାର୍ଯ୍ୟ ହୋଇନଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *