ରାଜ୍ୟ

ବଲାଙ୍ଗିରରେ ବିଶାଳ ଆଦିବାସୀ ସାଂସ୍କୃତିକ ଶୋଭାଯାତ୍ରା, ନୁଆଁଖାଇ ଜୁହାର ଭେଟ


ବଲାଙ୍ଗିର : ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ତରଫରୁ ବଲାଙ୍ଗିର ସହର ରେ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି l ହଜାର ହଜାର ସଂଖ୍ୟା ରେ ଆଦିବାସୀ ମାନେ ସମଲେଇ ମନ୍ଦିର ରେ ପୂଜାର୍ଚନା କରିଥିଲେ l ଆଦିବାସୀ ମାନେ ପାରମ୍ପରିକ ବେଶଭୁଷା ସହିତ ନୃତ୍ୟ,ଗୀତ, ବାଦ୍ୟ,ସଙ୍ଗୀତ ର ତାଳେ ତାଳେ ନାଚି ନାଚି ଶୋଭାଯାତ୍ରା ରେ ସହର ପରିକ୍ରମା କରିଥିଲେ l ଶୋଭାଯାତ୍ରା ଅବସରରେ ଆଦିବାସୀ ମାନଙ୍କ ସମସ୍ୟା ସମ୍ବଳିତ ଦଶ ଦଫା ଦାବୀ ପତ୍ର ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀ ଙ୍କ ଉଧେଶ୍ୟରେ ବଲାଙ୍ଗିର ଜ଼ିଲ୍ଲାପାଳ ଙ୍କ ଜରିଆରେ ପ୍ରଦାନ କରିଥିଲେ l ଜ଼ିଲ୍ଲାପାଳ ଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜ଼ିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ l ଦାବୀ ଗୁଡିକ ମଧ୍ୟରେ ଗୋଣ୍ଡି, କୁଇ, ହୋ, ମୁଣ୍ଡାରୀ, ଭୂମିଜ, ଆଦିବାସୀ ଭାଷା କୁ ସମ୍ବିଧାନ ର ଅଷ୍ଟମ ଅନୁସୂଚୀ ରେ ସାମିଲ କରିବା, ଆଦିବାସୀ ଗାଁ, ବସ୍ତି, ପଡ଼ା ମାନଙ୍କ ରେ ନେଟୱାର୍କ ସଂଯୋଗ କରିବା,ଆଦିବାସୀ ଛାତ୍ରଛାତ୍ରୀ ମାନଙ୍କୁ ଉଚ୍ଚଶିକ୍ଷା ପାଇଁ ପ୍ରତି ବ୍ଲକ ରେ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରିବା, ଆଦିବାସୀ ଅଧ୍ୟୁଷିତ ପଶ୍ଚିମ ଓଡିଶା ର କେନ୍ଦୁପତ୍ର ତୋଳାଳୀ ବନ୍ଧାଳୀ ମାନଙ୍କ ଆର୍ଥିକ ବିକାଶ ପାଇଁ କେନ୍ଦୁପତ୍ର ରୁ ୧୮ ପ୍ରତିଶତ ଜିଏସଟି ପ୍ରତ୍ୟାହାର କରି ଉକ୍ତ ଟଙ୍କା କେନ୍ଦୁପତ୍ର ଶ୍ରମିକ ମାନଙ୍କୁ ପ୍ରଦାନ କରିବା, ଉଚ୍ଚତମ ନ୍ୟାୟାଳୟ ଙ୍କ ଆଦେଶ ଅନୁସାରେ ସମୟସିମା ମଧ୍ୟରେ ନକଲି ଆଦିବାସୀ ମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା, ମାଳି, ରଣା ଓବିସୀ ଜାତି କୁ ଆଦିବାସୀ ତାଲିକାରେ ଅନ୍ତର୍ଭୁକ୍ତ ନ କରିବା, ଆଦିବାସୀ ମାନଙ୍କ ଭୁସମ୍ପତ୍ତି କୁ ଅଣ ଆଦିବାସୀ ମାନଙ୍କୁ ହସ୍ତାନ୍ତର ନ କରିବା ଏବଂ ଅଣ-ଆଦିବାସୀ ମାନେ ବେଆଇନ ଖର୍ଦି ସୂତ୍ରେ ଦଖଲ କରୁଥିବା ଜମି କୁ ଆଦିବାସୀ ମାନଙ୍କୁ ଫେରସ୍ତ କରିବା, ଆଦିବାସୀ ଏବଂ ଅନ୍ୟାନ୍ୟ ପାରମ୍ପରିକ ବନବାସୀଙ୍କ ଜଙ୍ଗଲ ଜମି ଅଧିକାର ସ୍ୱୀକୃତି ଆଇନ ଅନୁସାରେ ଛାଡ଼ି ହୋଇଥିବା ଆଦିବାସୀ ହିତାଧିକାରୀଙ୍କୁ ଜଙ୍ଗଲ ଜମିର ପଟ୍ଟା ପ୍ରଦାନ କରିବା,ବଜାର ଦର ବୃଦ୍ଧି କୁ ଦୃଷ୍ଟି ରେ ରଖି ଆଦିବାସୀ ଛାତ୍ରଛାତ୍ରୀ ଙ୍କ ଷ୍ଟାଇପେଣ୍ଡ ବୃଦ୍ଧି କରିବା, ପ୍ରଭୃତି l ପରେ ଶୋଭାଯାତ୍ରା ରେ ଆଦିବାସୀ ମାନେ କଲେଜଛକ ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ନୁଆଁଖାଇ ଜୁହାର ଭେଟ କାର୍ଯ୍ୟକ୍ରମ ରେ ଆଦିମ ସଂସ୍କୃତି ନୃତ୍ୟ, ଗୀତ, ସଂଗୀତ ପରିବେଷଣ କରିଥିଲେ l ନୁଆଁଖାଇ ଭେଟଘାଟ ଉପଲକ୍ଷେ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘ ର ଜ଼ିଲ୍ଲା ସଭାପତି ଶ୍ୟାମ ସୁନ୍ଦର ଭୋଇ ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭା ରେ ମୁଖ୍ୟଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି,ବ୍ଲକ ସଭାପତି ବଳଦେବ ଭୋଇ, ନିମାଇଁ ଚରଣ ଝାଙ୍କର, ପlଳେଶ୍ୱର ଭୋଇ,ଭୁବନେଶ୍ୱର କୁଅଁର,ଦଶରଥ ଛତ୍ରିଆ, ଚନ୍ଦ୍ର ବରିହା, ରସିକ ଧରୁଆ, ସନ୍ତୋଷ ପୁଟା, ରାଜୀବ କୁଅଁର,
ମନରଞ୍ଜନ ଭୋଇ, ସୁରଥ ଧରୁଆ, ଚୌବନ କିଶୋର ମାଝି,ପ୍ରଫୁଲ୍ଲ କୁମାର ତୁମୁନିଆଁ, ଅଚ୍ୟୁତ ଧରୁଆ, ପ୍ରମୁଖ ଉଦବୋଧନ ଦେଇଥିଲେ l ଆଦିବାସୀ ସଂସ୍କୃତି ସୁରକ୍ଷା ପାଇଁ ଚଳିତ ବର୍ଷ ଆଦିବାସୀ ମହୋତ୍ସବ ପାଳନ କରିବା, ଆଦିବାସୀ ଦେବlଦେବୀ ପୀଠ ର ନିର୍ମାଣ, ମରାମତି ଓ ସୌନ୍ଦର୍ଯ୍ୟକରଣ କରିବା, ଆଦିବାସୀ ସଂସ୍କୃତି ଭବନ ନିର୍ମାଣ, ଆଦିବାସୀ ଏକତା ସଦଭାବନା ବୃଦ୍ଧି ପାଇଁ ସଂଗଠନ କୁ ମଜବୁତ କରିବା ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା l ସାରଥୀ ବାଗ, ଗୌରାଙ୍ଗ ବରିହା, ଘନ ଭୋଇ, ଧରମ ସିଂ ଧରୁଆ, ଯଦୁମଣି ବରିହା, ଲକ୍ଷ୍ମୀ ଶବର, ଖେଳନ୍ତି ସମରଥ, ଟଙ୍କଧର ଧରୁଆ, ଶୋଭାଯାତ୍ରା ପରିଚାଳନା କରିଥିଲେ l ଗିରିଧାରୀ ଭୋଇ ସଭା ପରିଚାଳନା କରିଥିଲେ l

Leave a Reply

Your email address will not be published. Required fields are marked *