ରାଜନୀତି

ନବୀନ ବାବୁଙ୍କ ଥଙ୍ଗେଇ ଥଙ୍ଗେଇ କହିବା ସବୁକିଛି ପ୍ରାୟୋଜିତ

ଭୁବନେଶ୍ୱର : ନବୀନ ବାବୁ ମୁଖ୍ୟମନ୍ତ୍ରୀ ଭାବେ ଜୀବଦଶାରେ ତାଙ୍କ ଓଡ଼ିଶାବାସୀ ଙ୍କୁ ଜନଶୁଣାଣି ଦେଇ ପରିଲେ ନାହିଁ ଏବଂ ପାରିବେ ନାହିଁ। ନବୀନବାବୁ ମୁଖ୍ୟମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ଶାସନ କରିପାରିଲେ ନାହିଁ। ପ୍ରଶାସକ ମାନେ ଶାସନ କରିବା ଓଡ଼ିଶାବାସୀ ଙ୍କ ଭାଗ୍ୟର ବିଡମ୍ବନା ବୋଲି ଇଣ୍ଡିଆନ୍ ସିଟିଜେନସ୍ ପାର୍ଟି (ଆଇ.ସି.ପି) ସଭାପତି ରମେଶ ଚନ୍ଦ୍ର ରାଉତ ଏକ ପ୍ରେସ ବିବୃତିରେ କହିଛନ୍ତି। ନବୀନବାବୁ ଏବଂ ତାଙ୍କ ବ୍ୟକ୍ତିଗତ ସହାୟକ ଭିକେ ପାଣ୍ଡିଆନ୍ ସମ୍ବିଧାନ ସ୍ୱୀକୃତ କ୍ୟାବିନେଟ୍ କୁ ଏବଂ ବିଧାୟକ ବିଧାୟିକା ମାନଙ୍କୁ ନଜରବନ୍ଦୀରେ ରଖି ପ୍ରଶାସକୀୟ କାର୍ଯ୍ୟ କରୁଛନ୍ତି ଏବଂ ତାହା ଉପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରାୟୋଜିତ ମୋହର ମାରୁଛନ୍ତି। ଉଦାହରଣ ସ୍ୱରୂପ ଅପରାଧ ନିୟନ୍ତ୍ରଣ କରିବା ଶାସକ ମାନଙ୍କର କାର୍ଯ୍ୟ, ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବା ପ୍ରଶାସକ ମାନଙ୍କର କାର୍ଯ୍ୟ ବିଗତ ୨୪ ବର୍ଷ ମଧ୍ୟରେ ଅପରାଧ ନିୟନ୍ତ୍ରଣ କରିବା ପାଇଁ ନବୀନବାବୁ ଙ୍କ ସରକାର କି ପ୍ରକାର କାର୍ଯ୍ୟଷ୍ଠାନ ଗ୍ରହଣ କରିଛି ସେ ସମ୍ବଧରେ ନବୀନବାବୁ ସ୍ପଷ୍ଟୀକରଣ ଦିଅନ୍ତୁ। ଦୁର୍ଘଟଣା ଏବଂ ଅପରାଧ ପରିସଂଖ୍ୟାନରୁ ନବୀନ ପଟ୍ଟନାୟକ ଯେ ଏକ ଅପରଗ ମୁଖ୍ୟମନ୍ତ୍ରୀ ଏକଥା ସ୍ପଷ୍ଟ ହୋଇଛି। ମୁଖ୍ୟମନ୍ତ୍ରୀଙ୍କର ଶାସନଗତ କାର୍ଯ୍ୟକଳାପ ଓଡ଼ିଶାବାସୀ ଙ୍କୁ ଟିଭି ପରଦାରେ ଦୃଶ୍ୟମାନ ହେଉନାହିଁ ତେଣୁ ତାଙ୍କର ଶାସନ ପାଣ୍ଡିଆନ୍ ଙ୍କ କଳା ପରଦାରେ ଢାଙ୍କି ହୋଇ ରହିଛି ବୋଲି ଶ୍ରୀ ରାଉତ କହିଛନ୍ତି। ମୁଖ୍ୟମନ୍ତ୍ରୀ, ପାଣ୍ଡିଆନ୍ ସାମ୍ବାଦିକ, କ୍ୟାମେରାମ୍ୟାନ, ଫୋଟୋଗ୍ରାଫର ଏଵଂ ମିଡ଼ିଆ କର୍ମଚାରୀ ମାନଙ୍କୁ ଡ଼ରି ମୁଖ୍ୟମନ୍ତ୍ରୀଙ୍କ ବାସଭବନ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ, ମନ୍ତ୍ରୀମାନଙ୍କ ବାସଭବନ ଓ ମନ୍ତ୍ରୀ ମାନଙ୍କ କାର୍ଯ୍ୟାଳୟକୁ ପ୍ରବେଶ କରାଇ ଦେଉ ନାହାଁନ୍ତି ବୋଲି ଶ୍ରୀ ରାଉତ କହିଛନ୍ତି। ସମାଲୋଚକ ମାନଙ୍କୁ ଗିରଫ କରିବା ଓ ମିଥ୍ୟା କେସ୍ କରିବା ଭୟ ଦେଖାଇ ପାଣ୍ଡିଆନ୍ କାର୍ଯ୍ୟ କରୁଛନ୍ତି। ସତ୍ ସାହାସ ଥିଲେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମାନଙ୍କ ବାସଭବନ ଓ କାର୍ଯ୍ୟାଳୟକୁ ସାମ୍ବାଦିକ ଓ ଓଡ଼ିଶାବାସୀ ଙ୍କୁ ଅବାଧ ପ୍ରବେଶର ବ୍ୟବସ୍ଥା କରନ୍ତୁ। ତା୫-୩-୨୦୦୦ ରୁ ନବୀନବାବୁ ମୁଖ୍ୟମନ୍ତ୍ରୀ ଥିବା ପର୍ଯ୍ୟନ୍ତ ତାଙ୍କର ସମସ୍ତ ଯୋଗାଯୋଗ ଓ କାର୍ଯ୍ୟକଳାପ ସମ୍ବନ୍ଧରେ ସିବିଆଇ ତଥ୍ୟ ସଂଗ୍ରହ କରୁ ଏବଂ ମନ୍ତ୍ରୀ ମାନଙ୍କର ଦୁର୍ନୀତି ସମ୍ବନ୍ଧରେ କେନ୍ଦ୍ର ସରକାର ଏକ ଶ୍ବେତପତ୍ର ପ୍ରକାଶ କରନ୍ତୁ ବୋଲି ଶ୍ରୀ ରାଉତ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *