ମୁଖ୍ୟ ଖବର

ବଜ୍ରପାତରେ ୪ ମୃତ

ବୋରିଗୁମ୍ମା: ରାଜ୍ୟର ବିଭିନ୍ନ ସ୍ଥାନରେ ମଙ୍ଗଳବାର ବଜ୍ରପାତ ହୋଇଛି। ଏଥିରେ ୪ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାଯାଇଛି। ବି‌ଲରେ ଚାଷ କାମରେ ନିୟୋଜିତ ଥିବା ବେଳେ ୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି। ସେହିପରି ଜରେ ନାବାଳିକା ଚାଳ ଘରେ ଥିବା ବେଳେ ଜଳି ଯାଇଛନ୍ତି। ମୃତକମାନେ ହେଲେ କଳାହାଣ୍ଡି ଜିଲ୍ଲାର ଶାନ୍ତି ଲିମଗଛିଆ, ରୂପେ ନିମଗଛିଆ, ଲତା ନିମଗଛିଆ ଓ ଅମ୍ବିକା ହରିଜନ (୧୪)।

ସୂଚନା ଅନୁସାରେ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ପର୍ଲା ପଞ୍ଚାୟତ ଅନ୍ତର୍ଗତ ଚିତାମୁଣ୍ଡା ଗ୍ରାମରେ ବ୍ରଜପାତରେ ଶାନ୍ତି ଲିମଗଛିଆ (୫୦), ରୂପେ ନିମଗଛିଆ ଓ ଲତା ନିମଗଛିଆ ଜମିରେ କାମ କରି ଫେରୁଥିବା ବେଳେ ହଠାତ ବ୍ରଜପାତ ହୋଇଥିଲା। ଘଟଣାସ୍ଥଳରେ ହିଁ ତିନି ଜଣକ ଙ୍କ ମୃତ୍ୟୁ ହୋଇଯାଇଥିଲା। ପର୍ଲା ଗ୍ରାମ ପଞ୍ଚାୟତ ସରପଞ୍ଚ ଘଟଣା ସଂକ୍ରାନ୍ତ ରେ ଧର୍ମଗଡ଼ ପୁଲିସକୁ ଜଣାଇଥିଲେ। ପୁଲିସ  ଘଟଣା ସ୍ଥଳରେ ପହଞ୍ଚି  ତଦନ୍ତ କରିବା ସହ ଶବ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ  ଧର୍ମଗଡ଼ ଡାକ୍ତରଖାନା ପଠେଇ ଥିବା ଜଣାପଡିଛି। ମୃତକ ମାନେ ଗୋଟାଏ ପରିବାର ହୋଇଥିବା ବେଳେ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସେହିପରି କୋରାପୁଟ ଜିଲ୍ଲା ବୋରିଗୁମ୍ମା ଥାନା ଅନ୍ତର୍ଗତ ଚାରଗାଁ ଠାରେ ବଜ୍ରାଘାତରେ ନାବାଳିକାର ମୃତୁ ହୋଇଥିବା ଜଣାପଡିଛି। ମୃତ ନାବାଳିକାଙ୍କ ନାମ ଅମ୍ବିକା ହରିଜନ  (୧୪)। ଖବର ନେବାରେ ଜଣାଯାଇଛି ଯେ ଚାରଗାଁର ଚାଳଘରେ ନାବାଳିକା ଜଣଙ୍କ ଏକୁଟିଆ ଥିଲେ। ପ୍ରବଳ ବଜ୍ରାଘାତ ଯୋଗୁଁ ଚାଳ ଘରର କିଛି ଅଂଶ ପୋଡିଯିବା ସହ ନାବାଳିକାର ମୃତୁ ହୋଇଥିବା ଗ୍ରାମବାସୀ ସୂଚନା ଦେଇଛନ୍ତି। ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ହାବିଲଦାର ନାରାୟଣ ସାହୁ, ଫାୟାରମେନ  ଡି. ସ୍ୱାଇଁ, ଏ.ପାଣି ଓ ଆର.ପଟେଲ ପ୍ରମୁଖ ପହଞ୍ଚି ନିଆଁ କୁ ଆୟତ୍ତ କରିଥିଲେ। ଏକ ଆମ୍ବୁଲାନ୍ସ ଯୋଗେ ମୃତ ନାବାଳିକାକୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଏନେଇ ନାବାଳିକାର ପରିବାର ଲୋକ ବୋରିଗୁମ୍ମା ଥାନାରେ ଲିଖିତ ଭାବେ ଜଣାଇଥିଲେ। ଆସନ୍ତାକାଲି ନାବାଳିକାର ମୃତଦେହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅତିରିକ୍ତ ଆଇଆଇସି ଡମୁ ପରଜା ସୂଚନା ଦେଇଛନ୍ତି।

Leave a Reply

Your email address will not be published. Required fields are marked *