ଦେଶ- ବିଦେଶ

ଶାହନଓ୍ବାଜ ହୁସେନଙ୍କୁ ହୃଦଘାତ

ମୁମ୍ବାଇ, :  ହୃଦଘାତରେ ପୀଡିତ ହେବା ପରେ ଭାଜପା ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଶାହନୱାଜ ହୁସେନଙ୍କୁ ମଙ୍ଗଳବାର ମୁମ୍ବାଇର ଲିଳାବତୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଅପରାହ୍ନ ପ୍ରାୟ ସାଢ଼େ ୪ଟା ସମୟରେ ତାଙ୍କୁ ଡାକ୍ତରଖାନା ଅଣାଯାଇଥିଲା।

ଲିଳାବତୀ ହସ୍ପିଟାଲର ଡାକ୍ତର ଜଲିଲ ପାର୍କର କହିଛନ୍ତି ହୃଦଘାତ ଯୋଗୁ ଶାହନୱାଜ ହୁସେନଙ୍କୁ ଭର୍ତ୍ତି କରାଯାଇଛି। ତାଙ୍କର ଆଞ୍ଜିଓପ୍ଲାଷ୍ଟି କରାଯାଇଛି। ହୁସେନ ବର୍ତ୍ତମାନ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।

ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରେ ପୀଡିତ ହେବା ପରେ ହୁସେନଙ୍କୁ ଅଗଷ୍ଟରେ ଦିଲ୍ଲୀର ଏମ୍ସରେ ଭର୍ତ୍ତି କରାଯାଇଥିଲା। ଡାକ୍ତରମାନେ ତାଙ୍କୁ ବିଶ୍ରାମ ନେବାକୁ ପରାମର୍ଶ ଦେଇଥିଲେ।

Leave a Reply

Your email address will not be published. Required fields are marked *