ଖେଳ

ଘୋଡ଼ାଚଢ଼ାରେ ଭାରତକୁ ସ୍ବର୍ଣ୍ଣ ପଦକ

ହାଙ୍ଗଝୋ,: ଭାରତୀୟ ଖେଳାଳିଙ୍କ ଶକ୍ତିଶାଳୀ ପ୍ରଦର୍ଶନ ଏସିଆନ ଗେମ୍ସ ୨୦୨୩ ରେ ତୃତୀୟ ଦିନ ପାଇଁ ଜାରି ରହିଛି। ଘୋଡା ଚଢ଼ା ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଖେଳାଳିମାନେ ଇତିହାସ ସୃଷ୍ଟି କରିଛନ୍ତି। ୪୧ ବର୍ଷ ପରେ ଘୋଡା ଚଢ଼ା ଡ୍ରେସେଜ ଇଭେଣ୍ଟରେ ହୃଦୟ ଛେଦା, ଦିବ୍ୟାକ୍ରିତୀ, ସୁଦୀପ୍ତି ହାଜେଲା ଏବଂ ଅନୁଷ ଅଗ୍ରୱାଲଙ୍କ ଯୋଡି ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଚାଇନାର ହାଙ୍ଗଝୋରେ ଖେଳାଯାଉଥିବା ଏସୀୟ ଗେମ୍ସରେ ଏହା ହେଉଛି ଭାରତର ତୃତୀୟ ସ୍ବର୍ଣ୍ଣ ପଦକ।

ଘୋଡା ଚଢ଼ାର ମିଶ୍ରିତ ଦଳ ଇଭେଣ୍ଟରେ ଭାରତୀୟ ଦଳ ଐତିହାସିକ ସ୍ବର୍ଣ୍ଣ ପଦକ ଜିତିଛି। ହୃଦୟ ଛେଦା, ଦିବ୍ୟାକ୍ରିଟି, ସୁଦୀପ୍ତି ହାଜେଲା ଏବଂ ଅନୁଷ ଅଗରୱାଲ ଚମତ୍କାର ପ୍ରଦର୍ଶନ କରଛନ୍ତି।

ଭାରତୀୟ ଦଳ ୨୦୯.୨୦୫ ପଏଣ୍ଟ ହାସଲ କରି ଚାଇନାକୁ ପରାସ୍ତ କରିଛି। ଚାଇନା ୨୦୪.୮୮୨ ପଏଣ୍ଟ ସହ ଦ୍ୱିତୀୟ ଏବଂ ହଂକଂ ୨୦୪.୮୫୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ୧୯୮୨ ମସିହାରେ ଏହି ଇଭେଣ୍ଟରେ ଭାରତ ଏକ ପଦକ ଜିତିଥିଲା ।

ଭାରତୀୟ ଅଶ୍ୱାରୋହୀ ଦଳ ଏସିଆନ ଗେମ୍ସ ୨୦୨୩ ରେ ଦେଶ ପାଇଁ ତୃତୀୟ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ଏହାପୂର୍ବରୁ ଭାରତୀୟ ସୁଟରମାନେ ଏହି ଟୁର୍ନାମେଣ୍ଟରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଥିଲେ। ଦ୍ୱିତୀୟ ସ୍ବର୍ଣ୍ଣ ପଦକ ଭାରତୀୟ ମହିଳା କ୍ରିକେଟ ଦଳ ନାମରେ ଥିଲା। ଭାରତ ଏପର୍ଯ୍ୟନ୍ତ ଟୁର୍ନାମେଣ୍ଟରେ ମୋଟ ୧୫ ଟି ପଦକ ଜିତିଛି।

Leave a Reply

Your email address will not be published. Required fields are marked *