ରାଜ୍ୟ

ସ୍ୱୟଂ ସ୍ୱାଧୀନ ଫାର୍ମର ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ସଭା

ଜଗତସିଂହପୁର : ସ୍ୱୟଂ ସହାୟକ ଫାର୍ମର ପ୍ରଡ୍ୟୁସର କମ୍ପାନୀର ବାର୍ଷିକ ସାଧାରଣ ସଭା ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ କମ୍ପାନୀର ୫୧୯ ଜଣ ଅଂଶୀଦାର,ହର୍ଷ ଟ୍ରଷ୍ଟର କର୍ମକର୍ତ୍ତା, କମ୍ପାନୀ ସହିତ ଜଡିତ ବ୍ୟବସାୟୀ ଓ ସରକାରୀ କର୍ମଚାରୀଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏଥିରେ ମୁଖ୍ୟ ଅତିଥି ଭାବେ ଓଡିଶା ଜୀବିକା ମିଶନର ଜ଼ିଲ୍ଲା ପ୍ରୋଗ୍ରାମ ମ୍ୟାନେଜର ପ୍ରେମାଶୀ ନାୟକ,ଏଚଡିଏଫସି ବ୍ୟାଙ୍କର ମ୍ୟାନେଜର ତ୍ରିବିକ୍ରମ ବେହେରା,ଓରମାସର ବିଜିନେସ ମ୍ୟାନେଜର ରବି ନାରାୟଣ ଦାସ,ବ୍ଲକ କୃଷି ଅଧିକାରୀ ଶୁଭଶ୍ରୀ ନାୟକ, ହର୍ଷ ଟ୍ରଷ୍ଟର ପ୍ରୋଗ୍ରାମ କୋଅଡିନେଟର ନୀଳିମା ସାହୁ,ସ୍ୱୟଂ ସ୍ୱାଧୀନ ପ୍ରଦ୍ୟୁସର ନିର୍ଦେଶକା ପାର୍ବତୀ ନାୟକ ଓ ସନ୍ତୋଷ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l ସମସ୍ତ ଅତିଥି ମାନଙ୍କୁ କମ୍ପାନୀର ବୋର୍ଡ଼ ଅଫ ଡାଇରେକ୍ଟର ମାନେ ସମ୍ବର୍ଦ୍ଧନା ଦେଇଥିଲେ l ବୈଠକ ରେ ସମସ୍ତ ଅଂଶୀଦାର ମାନଙ୍କୁ କମ୍ପାନୀ ସହିତ ଯୋଡି ହେବାର ଲାଭ, ଆଗାମୀ ଦିନର ଲକ୍ଷ୍ୟ ଓ କମ୍ପାନୀକୁ କିପରି ଆଗକୁ ନିଆଯାଇପାରିବ ଏବଂ କମ୍ପାନୀକୁ କିପରି ସରକାରୀ ସହାୟତା କିପରି ମିଳିପାରିବ ଓ କମ୍ପାନୀରେ ଅଧିକ ସଂଖ୍ୟାରେ ଅଂଶୀଦାର ମାନଙ୍କୁ ଯୋଡିବାରେ ଲକ୍ଷ୍ୟ ଧାର୍ଯ୍ୟ ସମ୍ପର୍କରେ ଆଲୋଚନା କରାଯାଇଥିଲା l ବୈଠକରେ କମ୍ପାନୀର ନିର୍ଦେଶକ ପାର୍ବତୀ ନାୟକ,ଜାନକୀ ସାସମଲ,କୁସୁମ ବେହେରା, ମାନୀ ମହାରଣା, ରୀତା ଦାସ,ତନୁଆ ମହାରଣା, ବିନୋଦିନୀ ନାୟକ,ପ୍ରୀତିଛନ୍ଦା ଓଝାଂ, ମମତା ଜେନା, ରଂଜୁବାଳା ଦାସ,ତନୁଶ୍ରୀ ଭୋଇ,ସଂଯୁକ୍ତା ମହାରଣା, କଲ୍ୟାଣୀ ସାହୁ,ପ୍ରଭାତୀ ସେଠୀ ଓ ଭାନୁପ୍ରଭା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ l

Leave a Reply

Your email address will not be published. Required fields are marked *