ରାଜ୍ୟ

ଦୀର୍ଘ ଦିନ ହେଲା,ମାଲଦା ଫାଟକରେ ଡିଜିରେ ତୈଳ ନାହିଁ, ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନାହି ଯେ,ଏ/ସି ତଳେ ପଡ଼ି ପବନ ଖାଉଛି

ବଡ଼ବିଲ : ଖଣି ଅଞ୍ଚଳର ବିଚିତ୍ର ଘଟୁଛି ବିଭାଗର ତଳ ତଳିଆଙ୍କ ବିକଳ ନଗ୍ନ ଚିତ୍ର।ଯେଉଁଠାରେ କି ଡିଜି ମେସିନ ଅଛି ହେଲେ ମେସିନ ଚାଲିବା ନିମନ୍ତେ ତୈଳ ନଥିବାରୁ, ମୂଲ୍ୟବାନ ଡିଜି ମେସିନ ଖତ ଖାଉଛି ।ସେହିପରି ଏ/ସି ଅଛି କିନ୍ତୁ ବିଦ୍ୟୁତ୍ ସଂଯୋଗ ନଥିବାରୁ ଏ/ସି ମଧ୍ୟ ପଡ଼ି ଧୂଳି ଖାଉଛି ।ଆଉ ନିଜ ବିଭାଗୀୟ ସମସ୍ତ ବଡ଼ ବାଡ଼ିଆ ଅଫିସରଙ୍କ ପାଇଁ ବିଭିନ୍ନ ପ୍ରକାରର ସୁବିଧା ହାତ ପାହାନ୍ତାରେ ଉପଲବ୍ଧ ହୋଇଚାଲିଛି।ତେବେ ସୂଚନା ଯୋଗ୍ୟ ରାଜ୍ୟର ପ୍ରମୁଖ ଖଣିକ୍ଷେତ୍ର କୋଇଡା ଠାରେ ଥିବା ଖଣି ଉପନିର୍ଦ୍ଦେଶକଙ୍କ ଅଧୀନର ମାଲଦା ଯାଞ୍ଚ ଫାଠକର ଅବ୍ୟବସ୍ଥା ଏଯାଏ ସମ୍ପୂର୍ଣ୍ଣ ଦୁର ହେବାରେ ବିଫଳ ରହିଛି।ତେବେ ଦେଖିବାକୁ ଗଲେ ଉକ୍ତ ଫାଟକରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ନଥିବାରୁ ଅନେକ ସମୟରେ ସମସ୍ୟା ଦେଖା ଦେବା ସହିତ ଏ/ସିର ବ୍ୟବସ୍ଥା ଥିଲେ ମଧ୍ୟ ଏ/ସି ଅଚଳ ଅବସ୍ଥାରେ ପଡ଼ି ରହିଥିବାର ଦେଖିବାକୁ ମିଳେ। ସେହିପରି ଉକ୍ତ ନିକଟରେ ଡିଜି ମେସିନ ଥିଲେ ମଧ୍ୟ,ଆବଶ୍ୟକୀୟ ତୈଳ ଅଭାବରୁ ଡିଜି ମଧ୍ୟ ଅଚଳ ଅବସ୍ଥାରେ ପଡି ରହି ଖରା ବର୍ଷା ଶୀତ ଖାଉଥିବାର ଦେଖିବାକୁ ମିଳେ । ତେବେ ଏଠାରେ ସଭିଏ ଜାଣି ରଖିବା ଆବଶ୍ୟକ ଯେ ଉକ୍ତ ଖଣି କ୍ଷେତ୍ରରୁ ଯାଉଥିବା ରାଜସ୍ଵ ଜିଲ୍ଲା ତଥା ରାଜ୍ୟକୁ ସମୃଦ୍ଧ କରିବାରେ ସହାୟକ ହୋଇଥାଏ ହେଲେ ଫାଟକ ନିକଟରେ ନିଯୋଗ କର୍ମଚାରୀ କିନ୍ତୁ ଘଞ୍ଚ ଜଙ୍ଗଲ, ବଣ ମଧ୍ୟେ j ବିଭିନ୍ନ ସମସ୍ୟା ସମ୍ମୁଖୀନ ହୋଇ ନିଜ ବିଭାଗୀୟ ନିମନ୍ତେ ଗୁରୁ ଦାୟିତ୍ଵ ତୁଲାଇଥାନ୍ତି। ତେବେ ଉକ୍ତ ସମସ୍ୟା ଉପରେ ଗତ କିଛି ଦିନ ତଳେ କେତେକ ଖବର କାଗଜରେ ଖବର ପ୍ରକାଶନରେ,ନୂତନ କରି ନିଯୋଗ ଖଣି ଉପନିର୍ଦେଶକ ଶ୍ରୀ ଅସିତ୍ ବେହେରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଉକ୍ତ ସ୍ଥାନରୁ ଛୋଟ କ୍ୟାବିନକୁ ହଟାଇ,ଏକ ଉର୍ଣ୍ଣତ କ୍ୟାବିନର ସୁବନ୍ଦବସ୍ତ କରି ଆଲୋକ ନିମନ୍ତେ ପ୍ରଥମ ପାର୍ଯ୍ୟାରେ ସେଠାରେ ଥିବା ସୋଲାର ଆଲୋକକୁ ମରାମତି କରିଥିବାର ଜଣାଯାଏ କିନ୍ତୁ ଘଞ୍ଚ ଜଙ୍ଗଲ ଏବଂ ବର୍ଷା ଜନିତ ସମସ୍ୟା ହେଲେ ସୋଲାର ଆଲୋକ ଦେବାରେ ସମସ୍ୟା ଦେଖା ଦେଇପାରେ ଯୋଗୁ ଅନେକ ଚିନ୍ତାରେ ।ଯଦି ଉପନିର୍ଦେଶକ ଶ୍ରୀ ବେହେରା ଯଥା ସମ୍ଭବ ସ୍ଥାୟୀ ବିଦ୍ୟୁତ ସଂଯୋଗ କରିବା ସହ ବିଦ୍ୟୁତ କାଟ ହେଲେ ଡିଜି ଚାଲିବା ନିମନ୍ତେ ତୈଳ ମହଜୁଦ ରହିଲେ ନିକଟ କର୍ମଚାରୀ ଜଙ୍ଗଲ ଜନ୍ତୁଙ୍କ ଠାରୁ ନିଜକୁ ସୁରକ୍ଷିତ ଅନୁଭବ କରି କାର୍ଯ୍ୟ କରିବା ସରଳ ହୋଇବ ।

Leave a Reply

Your email address will not be published. Required fields are marked *