ରାଜ୍ୟ

ଚାରିଛକ ପୋଲିସର ଫ୍ଲାଗମାର୍ଚ୍ଚ


ନିମାପଡ଼ା: ପୁରୀ ଜିଲ୍ଲା ଚାରିଛକ ଥାନା ପୋଲିସ ପକ୍ଷରୁ ଚାରିଛକ ବଜାର ଠାରେ ଫ୍ଲାଗ ମାର୍ଚ୍ଚ କରାଯାଇଥିଲା। ଆଗକୁ ପାର୍ବଣ ଋତୁ ଆସୁଛି। ଚାରିଛକ ଥାନା ଅଞ୍ଚଳ ରେ ଆଇନ ଶୃଙ୍ଖଳା ପରିସ୍ଥିତି ଯେପରି ଭଲ ରୁହେ, ବଜାର ରେ ଟ୍ରାଫିକ ସମସ୍ୟା ସୃଷ୍ଟି ନ ହୁଏ ସେ ଦିଗରେ ବ୍ୟବସାୟୀ,ଜନସାଧାରଣ ଙ୍କୁ ସଚେତନ କରାଯାଇଥିଲା। ନିମାପଡା ଏସ ଡି ପି ଓ ଦେବାଶିଷ ମିଶ୍ର, ଚାରିଛକ ଥାନା ଅଧିକାରୀଙ୍କୁ ମମତା ବିଶ୍ବାଳ ଙ୍କ ନେତୃତ୍ୱ ରେ ୨୦ ରୁ ଉର୍ଦ୍ଧ ପୋଲିସ ଚାରିଛକ ବଜାର ରେ ଫ୍ଲାଗ ମାର୍ଚ୍ଚ କରିଥିଲେ। ୱାରେଣ୍ଟି ମାନଙ୍କୁ ଗିରଫ କରିବା, ଚୋରା ମାଦକ ଦ୍ରବ୍ୟ କାରବାର ଉପରେ ଅଙ୍କୁଶ ଲଗାଇବା,ଅମାନିଆ ଗାଡି ଚାଳକ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସ ଡି ପି ଓ ଶ୍ରୀ ମିଶ୍ର ଉପସ୍ଥିତ ଥାନା ଅଧିକାରୀଣୀ
ଓ ପୋଲିସ କର୍ମଚାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।୧୭ ଜଣ ଆମାନିଆ ଗାଡ଼ି ଚାଳକ ଙ୍କ ଠାରୁ ୯ ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଥିଲା।

Leave a Reply

Your email address will not be published. Required fields are marked *