ରାଜ୍ୟ

ପୁଣି ଶ୍ରମିକକୁ ନିର୍ଯାତନାର ଭୟ ଦେବା ଆରମ୍ଭ

ବଡ଼ବିଲ – ପୁଣି ଜଣେ ସାଧାରଣ ତଥା ନିଷ୍ପପାପ ଶ୍ରମିକକୁ ନିର୍ଯାତନା ଦେବା ଆରମ୍ଭ ହୋଇଥିବାର ଶୁଣିବାକୁ ମିଳେ। ବହୁ ଚର୍ଚ୍ଚିତ ଘୋଟାଲା ବିଭାଗରେ ଅଞ୍ଚଳର ଏକ ଗରିବ ଶ୍ରମିକ ପ୍ରତି ଘଟିଥିବା ଅନ୍ୟାୟର ପର୍ଦ୍ଦାଫାସ ଘଟଣା ପୁଣି ଏବେ ଦିନ କେଇଟାରେ କୋଣ ଲେଉଟି ଥିବାର ଖୋଦ ଶ୍ରମିକ ଜଣକ ନିଜ ନାମକୁ ଗୁପ୍ତ ରଖି ଭୟରେ ସବୁ କଥା କୁହନ୍ତି ଚଳିତ ସପ୍ତାହରେ ।ତେବେ ଘଟଣା କିଛି ନୂଆ ରୂପ ବର୍ତ୍ତମାନ ନେଇ ବିଭାଗର ଜଣିଏ ଉଚ୍ଚ କର୍ମଚାରୀ ଯିଏ କି ବିଶେଷ କରି ଦିନ ତମାମ ବିଭାଗରେ ଚୁଗୁଲୀ କରିବାଟା ଶ୍ରେୟ ମନେ କରି, ଅଫିସରଙ୍କ କାନରେ ଯାଇ ଏପଟ ସେପଟ ଗପିବା ତଥା ବିଭାଗ ମଧ୍ୟରେ ପ୍ରମୁଖ କେତକଙ୍କୁ ଭିନ୍ନ ନଜରରେ ଲକ୍ଷ ରଖିବା ସହ ବିଶେଷ କରି କର୍ଯ୍ୟାସମ୍ପାଦନ ସମୟରେ ପ୍ରମୁଖ କେତେ ଜଣଙ୍କୁ ଯାଇ ବିରକ୍ତ କରିବା ହେଉଛି ନୂତନ କରି ଚାରିଟା ମାସ ମଧ୍ୟେ ଆସିଥିବା ବିଭାଗକୁ ଉକ୍ତ କର୍ମଚାରୀ ବଂଶୀଧର।ଅତୀତରେ ଶ୍ରମିକ ଜଣକୁ ଖୋଦ ବିଭାଗୀୟ ଅଧିକାରୀ ଛଟେଇର ଶକ୍ତ ଚାପୁଡ଼ା ମାରି ଆସିଥିବା ବେଳେ ତାହା ବର୍ତମାନ ଭିନ୍ନ ରୂପ ନେଇ ଚୁଗୁଲିଆ କର୍ମଚାରୀ ବଂଶୀଧର ଉକ୍ତ ଶ୍ରମିକକୁ ମାନସିକ ଓ ଶାରରୀକ ଚାପ ଦେଉଥିବାର ଜାଣିବାକୁ ମିଳେ। ତେବେ ଘଟଣା ଯାହା ଉକ୍ତ ବଂଶୀଧର ଶ୍ରମିକ ଜଣକ ପଛରେ ଜୋର ସୋର ଜଗି ରଖିବା ଦ୍ଵାରା ଶ୍ରମିକ ଏବେ ଭୟରେ ଯେ ପୂର୍ବରୁ ଘଟି ସାରିଛି ଯାହା ତାହା ପୁନର୍ବାର ପୁଣି ଅକାରଣରେ କୌଣସି ଘଟଣାର ଶୀକାର ହେବା ଥୟ ବୋଲି ପୂର୍ବାନୁମାନ ହେଲାଣି। ଏପରିକି ଶ୍ରମିକକୁ ନିର୍ଦ୍ଦେଶ ଥିବା କାର୍ଯ୍ୟ ସ୍ଥାନରୁ ଅନ୍ୟତ୍ର ବାରମ୍ବାର ଆଉ ଗୋଟିଏ ସ୍ଥାନକୁ ପଠାଇବା ଭଳି ଉଦ୍ଦେଶ୍ୟ ମୂଳକ ଭାବରେ ହୁକୁମ ଚଳାଇଛନ୍ତି ବୋଲି ଶ୍ରମିକ ଜଣକ ନାକେଦମ ହେବାରେ ଲାଗିଛି ବୋଲି ଜଣା ପଡ଼େ।ଏପରିକି ଗତ କିଛି ଦିନ ଭିତରେ ବଂଶିଧରଙ୍କ ମଧ୍ୟରେ ଅନେକ ପରିବର୍ତ୍ତନ ଆସି ନିଜ କାର୍ଯ୍ୟକଳାପକୁ ଦିନକୁ ଦିନ ଭିନ୍ନ ମୋଡ଼ ନେଇ ଚାପୁଲୁସି କରି ଦିନ ତାମାମ ସମୟ କାଟିବା,ଚୁଗୁଲାମି କରିବାକୁ ଭଲ ପାଇବା,ଏପଟେ ସେପଟ ହୋଇ ଘୁରିବୁଲିବା ଓ ଅଫିସର କାନରେ ଅଝଥା କଥା ଯାଇ ଗପି ସଭିଙ୍କ ମଧ୍ୟରେ ବିଭ୍ରାଟ ସୃଷ୍ଟି କରି,କେବଳ ସ୍ବାର୍ଥ ହାସଲ ପରି ବିଭାଗୀୟ କାର୍ଯ୍ୟ କରିବା ହେଉଛି ମୂଳମନ୍ତ୍ର ବଂଶିଦରଙ୍କର। ତେବେ ସୂଚନା ଯୋଗ୍ୟ ଆଗାମୀ ଦିନରେ ଉକ୍ତ ସମସ୍ତ ଶ୍ରମିକଙ୍କ ପ୍ରତି ଏକ ଉଦ୍ଦେଶ୍ୟ ମୂଳକ ଷଡ଼ଯନ୍ତ୍ର ରଚା ଯିବାର ଗନ୍ଧ ବାରି ହେଉଥିବା ବେଳେ ସମସ୍ତ ଶ୍ରମିକଙ୍କୁ କିପରି ନିୟନ୍ତ୍ରଣର ଚାପରେ ରଖି କରି ଅନ୍ୟ ଏକ ମାଧ୍ୟମରୁ ଆଣି କାର୍ଯ୍ୟ କରିବାର ଯୋଜନା ଚାଲୁ ରହିଛି ବୋଲି ଶ୍ରମିକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ବାତାବରଣ ଦେଖାଯାଏ

Leave a Reply

Your email address will not be published. Required fields are marked *