ଦେଶ- ବିଦେଶ

ମୁଖ୍ୟମନ୍ତ୍ରୀଙ୍କ ବାସଭବନର ନବୀକରଣ ମାମଲା: ସିବିଆଇ ଯାଞ୍ଚ ଆରମ୍ଭ

ନୂଆଦିଲ୍ଲୀ,: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିଓ୍ବାଲଙ୍କ ବାସଭବନର ନବୀକରଣ ମାମଲାରେ ସିବିଆଇ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ କେନ୍ଦ୍ରୀୟ ଏଜେନ୍ସି ଦିଲ୍ଲୀ ସରକାରଙ୍କଠାରୁ ଫାଇଲ ମାଗିଛି। ପ୍ରାଥମିକ ଅନୁସନ୍ଧାନ ଏକ ଆପରାଧିକ ମାମଲା ନୁହେଁ ବରଂ ଆପରାଧିକ ତଦନ୍ତ ଆରମ୍ଭ। ଯଦି ସିବିଆଇ ପ୍ରମାଣ ମିଳିବ ତେବେ ଏହା ଏକ ନିୟମିତ ମାମଲା କିମ୍ବା ଆପରାଧିକ ମାମଲା ରୁଜୁ କରିବ।
ସିବିଆଇ ବାସଭବନର ନବୀକରଣ ସହ ଜଡିତ ସମସ୍ତ ଦଲିଲ ଦାଖଲ କରିବାକୁ ଦିଲ୍ଲୀ ସରକାରଙ୍କ ପିଡବ୍ଲ୍ୟୁଡିଙ୍କୁ ସିବିଆଇ କହିଛି। ଅକ୍ଟୋବର ୩ ସୁଦ୍ଧା ସମସ୍ତ ଫାଇଲ ଦାଖଲ କରିବାକୁ ଏଜେନ୍ସି କହିଛି। ସିବିଆଇର ସଦ୍ୟତମ କାର୍ଯ୍ୟାନୁଷ୍ଠାନ ଉପରେ ଆମ ଆଦମୀ ପାର୍ଟି (ଏଏପି) କହିଛି ଯେ, ଭାଜପା ଯେତେ ଅନୁସନ୍ଧାନ କଲେ ମଧ୍ୟ ଏହା ପୂର୍ବରୁ କିଛି ବାହାରି ନ ଥିଲା, ବର୍ତ୍ତମାନ ମଧ୍ୟ କିଛି ମିଳିବ ନାହିଁ। ଆମ ଆଦମୀ ପାର୍ଟିକୁ ଧ୍ୱଂସ କରିବା ପାଇଁ ଭାଜପା ନିଜର ସମସ୍ତ ଶକ୍ତି ବ୍ୟବହାର କରିଛି। କିନ୍ତୁ କେବେ ସଫଳ ହେବ ନାହିଁ।

Leave a Reply

Your email address will not be published. Required fields are marked *