ରାଜ୍ୟ

ମେସିନ ଲାଗିଲେ ନୁଆ ତରିକାରେ ହେବ ଘୋଟାଲା,ପାଖ ଅଫିସର ବେଶୀ ଛନ ଛନ

ବଡବିଲ – ଘୋଟାଲା ବିଭାଗ ଏବଂ ଘୋଟାଲା ବିଭାଗକୁ ଲାଗି କରି ଥିବା କଲୋନୀ ଏବେ ଅଞ୍ଚଳ ଠାରୁ ଆରମ୍ଭ କରି ରାଜ୍ୟବ୍ୟାପୀ ପ୍ରସିଦ୍ଧି ଲାଭ କରି ଖବର ପାଲଟିଛି।ତଥାବି ଏସବୁ ସୁଧୁରିବା ବଦଳରେ ବିଗିଡିବାରେ ବ୍ୟସ୍ତ।କାରଣ ଏସବୁଙ୍କର ଲକ୍ଷ କିପରି ଘୋଟାଲା କରି ବଡ଼ ଲୋକ ବନିବା।ଯେପରି ଗତ କିଛି ମାସରେ ପ୍ରଘଟ ହୋଇଥିବା ଅନୈତିକ ଭାବରେ ଆୟ ଠାରୁ ଅଧିକ ସମ୍ପତି ହାସଲ କରିଥିବା ଏକ ଜ୍ୱଳନ୍ତ ଉଦାହରଣ ରାଜଧାନୀରେ,ସେ ମାନ୍ୟବର ମଧ୍ୟ ସ୍ଥାନୀୟ ଅଞ୍ଚଳର ବିଭାଗରୁ କିଛି ବର୍ଷ ପୂର୍ବେ ଥିଲେ। ତେବେ ଦେଖିବାକୁ ଗଲେ ଏ ସଭିଏ ଲାଜ ସରମକୁ ଭୁଲି ଅଲାଜୁକଙ୍କୁ ଯଦି ଗୋଟିଏ ଅନୁସନ୍ଧାନ କରାଗଲେ ଜଣା ପଡ଼ିବ ଯେ ଜିଲ୍ଲା ଭିତରେ ୧୨ ବର୍ଷରୁ ଉର୍ଦ୍ଧ ବର୍ଷ ଧରି ରହିବା ସ୍ୱତ୍ୱେ ଘୋଟାଲା ଅଫିସର ଯିବାକୁ ନାରାଜ ଥିବା ବେଳେ ଉଚ୍ଚ କର୍ମଚାରୀ ବଂଶୀଧର ମଧ୍ୟ ପୂର୍ବରୁ ୨ ବର୍ଷ ଧରି ସ୍ଥାନୀୟ ଘୋଟାଲାରେ ଲିପ୍ତ ରହିଥିବା ବେଳେ ପୁନର୍ବାର ବଦଳି କରି ଆସିବା ହୁଏ ସ୍ଥାନୀୟ ବିଭାଗକୁ କେବଳ ଘୋଟଲା ପାଇଁ ଯାହା ସଭିଙ୍କୁ ମାଲୁମ।ଏପରିକି ବଡ଼ ଅଧିକାରୀଙ୍କ ବଡ଼ ବିଭାଗ କଥା ଭାରି ନିଆରା ,ଯାହା ରୋଚକ ତଥ୍ୟ ବିଷୟବସ୍ତୁ ସୂଚନା ଆସୁଥିବା ବେଳେ,ନିଜ ସ୍ଥାନରେ ବସିବା ପାଇଁ ମଧ୍ୟ ବହୁ କସରତ କରି, ରାଜନେତାଙ୍କ ଆଶ୍ରୟ ଧରି ଆସିବା ମଧ୍ୟ ହୋଇଥିବାର ଖବର ଯାହା ସାର୍ବଜନୀନ ହେବାକୁ ଲାଗିଛି।ଅଞ୍ଚଳର ବିଭାଗ କଥା ଆଉ କାହାକୁ ଅଛପା ହୋଇ ନଥିବା ବେଳେ ଉକ୍ତ ସମସ୍ତ ଅଧିକାରୀଙ୍କ ଅସଲମୁଖା ଖୋଇବାରେ ଲାଗିଛି।ଆଉ ରହିଲେ ରାଜଧାନୀର ମାସିକିଆ ଭତ୍ତା ଅଫିସରଙ୍କ କଥା ଆଉ ନକହିବାଟା ବେଶି ଭଲ ରହିବ। ଯଦି ହିସାବ କରାଯିବ କୌଣସି ଏକ ସ୍ତର ଯଦି କିଛି ଥାଏ,ତେବେ ଭତ୍ତା ଅଫିସରଙ୍କର ସେପରି କୌଣସି ସ୍ତର ନାହିଁ ବୋଲି ଟିକିଏ ଗର୍ବ କି ଅହଙ୍କାର ବୋଲି ଜିନିଷ ନାହିଁ।ସବୁ ସେ ଚଳେଇ ନେବେ କିନ୍ତୁ ଭିତିରିଆ ସବୁ ଆଡୁ ଆସୁଥିବା ଦରକାର,ନଚେତ ଚିତା କଟାରେ ସେ ମାହିର ଯେ ବୋଲି ଅନେକ କୁହନ୍ତି। ତେବେ ଏମିତି କେହି କେବେ ଦେଖିଛନ୍ତିକି ଯେ,ନିଜସ୍ଥାନ,କାର୍ଯ୍ୟ ବା କାର୍ଯ୍ୟାଳୟ ଛାଡି,ମେସିନ ଲାଗିବା ପଛରେ ବିଭାଗକୁ ସୁଅ ଛୁଟୁଛି ବଡ଼ ଅଫିସରଙ୍କର ନୀତି ଦିନ ସକାଳ ହେଲେ ମାତ୍ରେ?ଏପରିକି ବାହ୍ୟ ଅଫିସରଙ୍କ ଆଇନ/ କାନୁନକୁ ମଧ୍ୟ ପାଲନ କରାଯାଏ ଏହି ମୂରବୀ ବିହୀନ ଘୋଟାଲା ବିଭାଗରେ,ଯେପରି ଘୋଟାଲା ବିଭାଗର ସଭିଏ ଓଜନ ହରା । ଏହାକୁ ଦେଖି ଅନେକ କୁହନ୍ତି ଵେହିଆଙ୍କ ଟୋଲି ଏବେ ଆସିଛନ୍ତି ଅଞ୍ଚଳ ତଥା ବିଭାଗକୁ ସର୍ବନାଶ କରିବାକୁ।ତେବେ ନିଜ ବିଭାଗ ତଥା ନିଜ କର୍ମଚାରୀଙ୍କ ଗୁଣ ଗାନ କହିଲେ ନସରେ,ତେଣୁ ନିଜ କଥା ନିଜେ ବେସୀ ବୁଝିଲେ,ଉଭୟଙ୍କ ପାଇଁ ବେସ ଭଲ ବୋଲି ବୁଦ୍ଧି ଯିବି କୁହନ୍ତି।

Leave a Reply

Your email address will not be published. Required fields are marked *