ରାଜ୍ୟ

“ଖବରର ପ୍ରଭାବ” ପୌରପାଳିକା ଏ.ଟି.ଏମ ନାଳ ସ୍ଲାପ ମରାମତି

ଯୋଡ଼ା : ରାଜ୍ୟର ପ୍ରମୁଖ ପୌରପାଳିକା ମଧ୍ୟରୁ ଯୋଡ଼ା ପୌରପାଳିକା ଅନ୍ୟତମ ସ୍ଥାନ ସର୍ବଦା ରହିଛି।ଏପରିକି ବିଗତ ବର୍ଷରେ ଯୋଡ଼ା ପୌରପାଳିକା ନିଜର କର୍ଯ୍ୟପ୍ରଣାଳି ତଥା ନିଜ ଅଧୀନରେ ଥିବା ସମସ୍ତ ୱାର୍ଡ ଗୁଡିକର ବିଭିନ୍ନ ପ୍ରକାରର ଉନ୍ନତି ମୂଳକ କାର୍ଯ୍ୟ ପାଇଁ ପୌରକାର୍ଯ୍ୟଳୟ ପୁରସ୍କୃତ ମଧ୍ୟ ଢେର ବାର ହୋଇଥିବାର ନଜିର ରହିଛି।ହେଲେ ଗତ କିଛି ଦିନ ଧରି ସ୍ୱଚ୍ଛତା ଦିଗରେ ଘାସ,ବଣ ବଢିବା ସହ ସହରର ଏକାଧିକ ନାଳ ଉପର ସୁରକ୍ଷା ସ୍ଲାପ ଭାଙ୍ଗିବାର ଦେଖିବାକୁ ମିଳେ। ତେବେ କାଦୁଆ, ବର୍ଷା ପାଣିରେ ଯଦି ଉକ୍ତ ଭଗ୍ନ ସ୍ଲାପ ଯଦି ଦୃଶ୍ୟମାନ ଯଦି ନହୁଏ,ତେବେ ଉକ୍ତ ନାଳ ମଧ୍ୟେ କେହି ଯଦି ପଡ଼ିବା ହୁଏ,ତେବେ ଆଣ୍ଠୁ ଗଣ୍ଠି ଭାଙ୍ଗିବା ଥୟ ।ଏପରି କୌଣସି ଯାନବାହନ ତଥା ମୋଟର ସାଇକେଲଙ୍କ ପ୍ରତି ବିଶେଷ କରି ଉକ୍ତ ସ୍ଥାନ ଗୁରୁତ୍ୱର ବିଷୟ ବୋଲି ଅନେକଙ୍କ ମଧ୍ୟରେ ଆଲୋଚନା ହୁଏ।ତେବେ ଦେଖିବାକୁ ଗଲେ ଗତ କିଛି ଦିନ ତଳେ ଖବର ପ୍ରକାଶନ ଦ୍ଵାରା ପୌରପାଳିକା ନିକଟରେ ପ୍ରାଚୀରକୁ ଲାଗିକରି ଥିବା ଏ.ଟି.ଏମ ସମ୍ମୁଖ ନାଳ ସ୍ଲାପ ଯେପରି ଯଥା ସମ୍ଭବ ମରାମତି ଗତ ଗୁରୁବାର ଦିନ ମରାମତି ସମ୍ଭବ ହୋଇଛି ଠିକ ସେହିପରି ୟୁନିଅନ ବ୍ୟାଙ୍କ ବ୍ୟତୀତ ବାଦ ଥିବା କେତକ ନାଳର ସ୍ଲାପ ମରାମତି ହୋଇଲେ ସହରବାସୀ ତଥା ୱାର୍ଡ ବାସୀ ନିଜକୁ ସବୁ ସମୟରେ ସୁରକ୍ଷିତ ଅନୁଭବ କରି ଚଳିବେ।

Leave a Reply

Your email address will not be published. Required fields are marked *