ମହାନଗର

ବିଜେପି ଛାଡି ବିଜେଡିରେ ମିଶିଲେ ଦୁଇ ଶହ କର୍ମୀ

ଭୁବନେଶ୍ୱର : ଭୁବେନେଶ୍ୱର ମଧ୍ୟ ନିବ୍ରାଚନ ମଣ୍ଡଳୀର ୱାର୍ଡ ନମ୍ବର 40 ରୁ 200 ବିଜେପି କର୍ମୀ ବିଜେଡି ରେ ସାମିଲ ହୋଇଛନ୍ତି। ପୂର୍ଵତନ ବିଜେପି ମହିଳା ମୋର୍ଚ୍ଚା ସମ୍ପାଦିକା ପାୟଲ ପଲ୍ଲବୀ ଦାଶ ଓ ପୂର୍ବତନ ଯୁବ ବିଜେପି ମୋର୍ଚ୍ଚା ଉପସଭାପତି ଅଭିଳାସ ଦାଶ (ଲାଲା ଭାଇ )ଙ୍କ ନେତୃତ୍ୱରେ ଏହି କର୍ମୀ ଆଜି ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ନୀତିଆଦର୍ଶରେ ଅନୁ ପ୍ରାଣିତ ହୋଇ ବିଜେଡି ରେ ସାମିଲ ହୋଇଥିଲେ। ଭୁବନେଶ୍ୱର ମଧ୍ୟ ନିବ୍ରାଚନ ମଣ୍ଡଳୀ ୱାର୍ଡ ନମ୍ବର 40 ର କର୍ପୋରେଟର ଆସିଆ ବେଗମ ଙ୍କ ଉପସ୍ଥିତି ରେ ଆୟୋଜିତ ମିଶ୍ରଣ ପର୍ବ ଓ ଯୁବ ଛାତ୍ର ବିଜେଡି ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ରେ ବିଧାୟକ ଅନନ୍ତ ନାରାୟଣ ଜେନା ଙ୍କ ନେତୃତ୍ୱ ରେ ସାମିଲୀ ହଇଥିଲେ। ବିଜେଡି ନେତା ଫିରୋଜ ଖାଁ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ଏହି ମିଶ୍ରଣ ପର୍ବ ଯୋଗୁ ଆଗକୁ ବିଜେଡି ଅଧିକ ଶକ୍ତିଶାଳୀ ହେବବୋଲି ସବୁ ଅତିଥି ମାନେ ମତ ପ୍ରଦାନ କରିଥିଲେ।ଏହି ସଭା ରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ୱର ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା,ସନମାନିତ ଅତିଥି ଭାବରେ 40ନମ୍ବର ୱାର୍ଡ କର୍ପୋରେଟର ଆସିୟା ବେଗମ ଯୋଗ ଦେଇ ଥିବା ବେଳେ କର୍ପୋରେଟର ମାନଙ୍କ ମଧ୍ୟରେ କର୍ପୋରେଟର ଅଲିଅଳି ମଲୀକି,କର୍ପୋରେଟର ମଞ୍ଜୁଲତା,କର୍ପୋରେଟର ରାଜକିଶୋର ଦାସ (ନନ୍ଦିଆ ଭାଇ), ସମାଜସେବୀ ମିଲନ ଭାଇ,ଅନ୍ୟାନ ବିଜୁଜନତା ଦଳର ବରିଷ୍ଟ ବ୍ୟକ୍ତି ଓ ସାନ ଭାଇ ଏହି ସଭାରେ ଉପସ୍ଥିତ ରହି ସଭାକୁ ଶାନ୍ତି ଶୃଙ୍ଖଳା ଭାବରେ ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *