ବିଶେଷ

ସ୍ୱାଧୀନତାର 76 ବର୍ଷ ପରେ ବି ଦେଖିବାକୁ ମିଳିଛି କରୁଣ ଦୃଶ୍ୟ


ଜଗତସିଂହପୁର : ଏଇଟା କୋଉ ଆଦିବାସୀ ଅଞ୍ଚଳର ଦୂର୍ଷ ଆମେ କହୁନୁ ଏଇଟା ହେଉଛି ଜଗତସିଂହପୁର ଜିଲ୍ଲା ପଲ୍ଲୀ ପଞ୍ଚାୟତ ସିଙ୍ଗିପୁର ଗ୍ରାମର ଦୂର୍ଷ l ଯାହା କି ଆଜି ବି ଯିବାକୁ ଗମନାଗମନର ସୁବିଧା ନାହିଁ, ଏଇଟା କଣ 12 ଟି ପରିବାରର କରୁଣ କାହାଣୀ ନୁହେଁ ବୋଲି ଆମେ କହିବା! ଆଜ୍ଞା ହଁ ଏଇଟା ହେଉଛି ସିଙ୍ଗିପୁର ଗ୍ରାମର ମଟାଳ ସାହିର ଦୂର୍ଷ l ଯୋଉଟା କି ଘଟିଛି ଅଭିଯୋଗ ଅନୁସାରେ ସୁବଳ ଭୋଇ, ପିତା,-ସନେଇ ଭୋଇ ଏବଂ 12 ଟି ପରିବାର ପାଇଁ l ସେମାନଙ୍କର ଯିବାକୁ ରାସ୍ତା ନାହଁ l ବିଲରେ ପଶି ଯିବାଆସିବା କରିବାକୁ ପଡୁଛି l ପିଲାମାନେ ମଧ୍ୟ ବିଲ ଭିତରେ ଆଣ୍ଠୁଏ କାଦୁଅ ରେ ପଶି ଯିବା ଆସିବା କରୁଛନ୍ତି l ସାପ କୁ ଡର ଥିଲେ ମଧ୍ୟ ପାଠ ପଢି ଶିକ୍ଷିତ ହେବାରେ ମନ l କାହିଁକିନା ସରକାରଙ୍କ ନାରାବାଜି ସମସ୍ତେ ପଢନ୍ତୁ ସମସ୍ତେ ବଢନ୍ତୁ, କିନ୍ତୁ ଏଠାରେ ପ୍ରଶ୍ନ ଉଠୁଛି ଏଟାରେ ରାସ୍ତା ବନ୍ଦ କରୁଥିବା ଲୋକଟି ଯିଏକି ହେଉଛନ୍ତି ନିତ୍ୟାନନ୍ଦ ଭୋଇ, ପିତା ଧନେଶ୍ୱର ଭୋଇ l ଏହାର କଣ ସମାଧାନ ନାହିଁ l ଆଜକୁ 50 ବର୍ଷ ଧରି ସେହି ବାଟରେ ଯିବାଆସିବା ରାସ୍ତା କଣ ସବୁଦିନ ପାଇଁ ବନ୍ଦ ରହିବ? ଆମେ ଯାଇ ସ୍ଥାନୀୟ ସରପଞ୍ଚଙ୍କୁ ପ୍ରଶ୍ନ କରିଥିଲୁ ସରପଞ୍ଚ ମଧ୍ୟ ଏହାର ଉତ୍ତର ରଖିଥିଲେ ଯୋଉଟା କି ଆପଣମାନେ ଶୁଣିରଖନ୍ତୁ l ଦେଖାଯାଉ ଏମାନେ ଯଦି ଜଣେ ଜଣେ ଭୋଟର ଭୋଟ ଦେବାର ଅଧିକାର ଅଛି ଏମାନଙ୍କର ମଧ୍ୟ ସବୁ ସୁବିଧା ପାଇବାର ଅଧିକାର ଅଛି ତାହେଲେ ଏମାନେ କାହିଁକି ରାସ୍ତାରୁ ବଞ୍ଚିତ ରହିବେ l

Leave a Reply

Your email address will not be published. Required fields are marked *