ଅପରାଧ

ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍‌

କେନ୍ଦୁଝର: ଏକ ଦୁଷ୍କର୍ମ ମାମଲାର ବିଚାର କରି ଆଜି କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଦୋଷୀକୁ ୭ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଦୈତାରି ଥାନା ତେନ୍ତୁଳିପାଳ ଗ୍ରାମର ରାଜେନ୍ଦ୍ର ଦେହୁରୀ ଦନ୍ତିଆ ଗ୍ରାମର ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ତାଙ୍କ ସହ ଶାରୀରିକ ସଂପର୍କ ସ୍ଥାପନ କରିଥିଲା। ଯୁବତୀ ଜଣକ ୮ ମାସର ଗର୍ଭବତୀ ‌ହୋଇଥିଲେ। ଯୁବତୀଙ୍କ ପରିବାର ଲୋକ ବାହାଘର ପାଇଁ କହିବାରୁ ରାଜୁ ରାଜି ହୋଇନଥିଲା। ଏନେଇ ଯୁବତୀଙ୍କ ବାପା ୨୦୨୧ ମାର୍ଚ୍ଚ ୬ରେ ଦୈତାରି ଥାନାରେ ଅଭିଯୋଗ କରିଥିଲେ।ଅଭିଯୋଗକୁ ଭିତ୍ତି କରି ପୁଲିସ କେସ୍‌ ନମ୍ବର ୧୬/୨୦୨୧ରେ ଏକ ମାମଲା ରୁଜୁ କରିଥିଲା। ଅଭିଯୁକ୍ତ ରାଜୁକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ସେହିଦିନଠାରୁ ରାଜୁ ଜେଲ୍‌ରେ ଥିଲା। ଏହି ମାମଲାରେ ୧୫ଜଣ ସାକ୍ଷୀଙ୍କ ବାୟାନ ଶୁଣିବା ପରେ କୋର୍ଟ ଦୋଷୀକୁ ୭ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ଦୁଇମାସ ଜେଲ୍‌। ସରକାରଙ୍କ ପକ୍ଷରୁ ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।

Leave a Reply

Your email address will not be published. Required fields are marked *