ମହାନଗର

ଚର୍ମ ମାଧ୍ୟମରେ ରିମାଟୋଲୋଜି ରୋଗକୁ ଚିହ୍ନିବା ଶୀର୍ଷକ କର୍ମଶାଳା ଅନୁଷ୍ଠିତ

ଭୁବନେଶ୍ୱର : ଅଟୋ ଇମିନ୍ନ୍ୟୁ ରୋଗ ଚର୍ମ ସହିତ ବିଭିନ୍ନ ଅଙ୍ଗରେ ଦେଖାଯାଏ | ଏହି ରୋଗ ରେ ଚର୍ମର ଲକ୍ଷଣ ଶରୀର ମଧ୍ୟରେ ବିପଦ ସୃଷ୍ଟି କରୁଥିବା ଜଟିଳ ରୋଗ ର ସୂଚକ ହୋଇପାରେ | ପ୍ରାୟତଃ ଏହି ରୋଗୀମାନେ ଚର୍ମରୋଗ ବିଶେଷଜ୍ଞ ମାନଙ୍କ ଠାରୁ ପରାମର୍ଶ ନେଇଥାନ୍ତି | ଯଦି ରୋଗ ନିର୍ଣ୍ଣୟ ଠିକ୍ ସମୟରେ କରାଯାଏ ନାହିଁ, ତେବେ ଏହା ଶରୀର ର ବିଭିନ୍ନ ଅଂଶ (ହୃଦୟ, ଫୁସଫୁସ, କିଡନୀ ଇତ୍ୟାଦି) କୁ ପ୍ରଭାବିତ କରିବ, ଯାହାଦ୍ଵାରା ରୋଗୀ ର ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ | ତେଣୁ ଉନ୍ନତ ରୋଗୀ ପରିଚାଳନା ପାଇଁ ଏହି ରିଉମାଟୋଲୋଜି-ଡର୍ମାଟୋଲୋଜି ବିଭାଗ ମଧ୍ୟରେ ସମନ୍ଵୟ ଏବଂ ଜ୍ଞାନ ର ଆଦାନ ପ୍ରଦାନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଅଟେ | ଓଡିଶା ଆରର୍ଥ୍ରାଇଟିସ ଆଣ୍ଡ ରିଉମାଟୋଲୋଜି ଫାଇଁଣ୍ଡେସନ ଟ୍ରଷ୍ଟ (ଓ,ଏ,ଆର,ଏଫ,ଟି,) ଆନୁକୂଲ୍ୟରେ ଆଜି , ଭୁବନେଶ୍ବର, ଠାରେ ରିଉମାଟୋଲୋଜି-ଡର୍ମାଟୋଲୋଜି ଇଣ୍ଟରଫେସ୍ “ଚର୍ମ ମାଧ୍ୟମରେ ରିମାଟୋଲୋଜି ରୋଗକୁ ଚିହ୍ନିବା ” ଉପରେ ଏକ ଦିନିକିଆ ଜାତୀୟ ସମ୍ମିଳନୀ ଆୟୋଜନ କରାଯାଇଛି । ଭାରତୀୟ ରିଉମାଟୋଲୋଜି ଆସୋସିଏସନ୍ (ଆଇ, ଆର,ଏ), ଆସୋସିଏସନ୍ ଅଫ୍ ଫିଜିସିଆନ୍ ଅଫ୍ ଇଣ୍ଡିଆ (ଏ,ପି,ଆଇ), ଓଡିଶା ରାଜ୍ୟ ଶାଖା ଏବଂ ଇଣ୍ଡିଆନ୍ ଆସୋସିଏସନ୍ ଅଫ୍ ଡର୍ମାଟୋଲୋଜିଷ୍ଟ, ଭେନେରୋଲୋଜିଷ୍ଟ ଏବଂ କୁଷ୍ଠ ରୋଗ ବିଶେଷଜ୍ଞ, (ଆଇ,ଏ,ଡି,ଭି,ଏଲ ) ଓଡିଶା ରାଜ୍ୟ ଶାଖା ଏଥ‌ିରେ ସହଯୋଗ କରିଥିଲେ | ଏହି କାର୍ଯ୍ୟକ୍ରମ ରେ ଏକାଧିକ ଜାତୀୟ ବକ୍ତା ଏବଂ ଆନ୍ତର୍ଜାତୀୟ ବକ୍ତା ଯୋଗଦେଇ ଅନେକ ଗୁରୁତ୍ବପୂର୍ଣ ତଥ୍ୟ ଉପସ୍ଥାପନ କରି ଥିଲେ | ଏହି କାର୍ଯ୍ୟକ୍ରମ ରେ ଦେଶର ବିଭିନ୍ନ ପ୍ରାନ୍ତରୁ ପ୍ରାୟ ୨୦୦ ରିଉମାଟୋଲୋଜି, ଡର୍ମାଟୋଲୋଜି ବିଭାଗ ର ଚିକିତ୍ସକ ତଥା ସ୍ନାତକୋତ୍ତର ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ରିଜମାଟୋଲୋଜି-ଡର୍ମାଟୋଲୋଜି ଇଣ୍ଟରଫେସ୍ ସହିତ ଜଡିତ
D.M,/D.N.B/PG ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଅନେକ ଗବେଷଣା ମୂଳକ ତଥ୍ୟ ଉପସ୍ଥାପନା କରାଯାଇଥିଲା । ଏହି
ଅବସରରେ ବିଭିନ୍ନ ରୋଗୀ ବିବରଣୀ ପ୍ରସ୍ତୁତି ପ୍ରତିଯୋଗିତା ଓ କୁଇଜ୍ ପ୍ରତିଯୋଗିତା କରାଯିବା ସହିତ ଅନେକ ଆକର୍ଷଣୀୟ ପୁରସ୍କାର ବିତରଣ କରାଯାଇଥିଲା । ଏହି ରିଉମାଟୋଲୋଜି -ଡର୍ମାଟୋଲୋଜି ଇଣ୍ଟରଫେସ୍ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ଡଃ. ନିବେଦିତା ପାଣି, ନିର୍ଦେଶକ (ପି.ଜି.ଆଇ.ଏମ.ଇ.ଆର ଓ କ୍ୟାପିଟାଲ ହସ୍ପିଟାଲ) ଯୋଗଦେଇ ଅନେକ ଗୁରୁତ୍ବପୂର୍ଣ ତଥ୍ୟ ଉପସ୍ଥାପନ କରି ଥିଲେ | API ର ଓଡିଶା ଶାଖା ଅଧ୍ୟକ୍ଷ ଡଃ . ମନୋକ ଛୋଟରାୟ,ବରିଷ୍ଠ ଚିକିଶ୍ଚକ ତଥା ଇଣ୍ଡିଆନ କଲେଜ ଅଫ ଫିଜିସିଆନସ,ଓଡିଶା ଶାଖା,ର ଭାଇସ ଡିନ ଡଃ ଜୟନ୍ତ କୁମାର ପଣ୍ଡା, ଆଇ.ଏ,ଡ଼ି.ଭି.ଏଲ ର ଓଡିଶା ଶାଖା ସଭାପତି ଡଃ. ବିଶ୍ବଜିତ ସାମଲ, କିମ୍‌ସ୍‌ କଲେଜ୍ ର ପ୍ରଫେସର ଡଃ. ପ୍ରଶାନ୍ତ ପଧାନ, ତଥା ଓଡିଶା ଅର୍ଥାଇଟିସ ଆଣ୍ଡ ରୀଉମାଟୋଲୋଜି ସେଣ୍ଟର ର ପରିଚାଳନା ନିର୍ଦେଶକ ପ୍ରଫେସର ଡଃ ଜ୍ୟୋତି ରଞ୍ଜନ ପରିଡା, ଏବଂ ବହୁ ବରିଷ୍ଠ ଚିକିତ୍ସକ ଯୋଗ ଦେଇ ବିଭିନ୍ନ ବିଭାଗ ର ମିଳିତ ସହଯୋଗ ରେ ରୋଗୀ ସେବା ରେ କିପରି ଲାଭଦାୟକ ହୋଇପାରିବ ସେ ବିଷୟରେ ଆଲୋକପାତ କରିଥିଲେ | ଏହି ଅବସର ରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ ପ୍ରଫେସର ଡଃ ରୋହିଣୀ ହାଣ୍ଡା ଓ ପ୍ରଫେସର ଡ ବିକାଶ ଅଗ୍ରୱାଲ ଙ୍କୁ ଚିକିତ୍ସା କ୍ଷେତ୍ରରେ ସେମାନଙ୍କର ଅତୁଳନୀୟ ଅବଦାନ ପାଇଁ ଓଡିଶା ଅର୍ଥାଇଟିସ୍ ଆଣ୍ଡ ରୀଉମାଟୋଲୋଜି । ଫାଉଣ୍ଡେସନ ଟ୍ରଷ୍ଟ ତରଫରୁ “ଓ,ଏ,ଆର,ଏଫ,ଟି,-୨୦୨୩ ସମ୍ମାନ’ ପ୍ରଦାନ କରାଯାଇଥିଲା | ଶେଷରେ ଓ,ଏ, ଆର,ଏଫ,ଟି, ର ମ୍ୟାନେଜିଙ୍ଗ ଟ୍ରଷ୍ଟି ପ୍ରଫେସର ଡଃ.ଜ୍ୟୋତି ରଞ୍ଜନ ପରିଡା ସମସ୍ତ ଅତିଥି, ଚିକିତ୍ସକ, ଛାତ୍ରଛାତ୍ରୀ ତଥା କର୍ମକର୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ |

Leave a Reply

Your email address will not be published. Required fields are marked *