ମହାନଗର

ପ୍ରଫେସର ଭୁଜେନ୍ଦ୍ର ନାଥ ପଣ୍ଡା : ଗବେଷଣାରତ ବିଦ୍ୟାର୍ଥିମାନଙ୍କ ପାଇଁ ପ୍ରେରଣାର ଉତ୍ସ

ଭୁବନେଶ୍ୱର : ପ୍ରଫେସର ଭୁଜେନ୍ଦ୍ର ନାଥ ପଣ୍ଡା ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ, ଏନସିଆରଟିର ଅବସର ନେବା ପରିପେକ୍ଷୀରେ ଏକ ଅବସରକାଳୀ ବିଦାୟ ଉତ୍ସବ ଅଧ୍ୟକ୍ଷ ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲଙ୍କ ସଭାପତିତ୍ୱରେ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇ ଯାଇଛି । ପ୍ରଫେସର ପ୍ରକାଶ ଚନ୍ଦ୍ର ଅଗ୍ରୱାଲ୍ଲା, ପ୍ରଫେସର ପଣ୍ଡା ଅନୁଷ୍ଠାନର ସମସ୍ତ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥାନ୍ତି ବୋଲି ମତ ବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥିଭାବରେ ପ୍ରଫେସର ୟୁ ଏନ ଦାସ ଭାରତର ବିଭିନ୍ନ ପ୍ରାନ୍ତରୁ ଆସିଥିବା ଗବେଶକଙ୍କ ଉପସ୍ଥିତି ଏକ ମିନିଇଣ୍ଡିଆ ସୃଷ୍ଟି କରିପାରିଛି । ଏହା କେବଳ ପଣ୍ଡାଙ୍କର ଭଲପାଇବାର ଏକ ଦୃଣ୍ଟାନ୍ତ ଅଟେ । ଏନସିଆରଟିର ପ୍ରାକ୍ତନ ନିର୍ଦେଶକ ପ୍ରଫେସର ହୃଷିକେଶ ସେନାପତି ତାଙ୍କୁ ଜଣେ ଆଦର୍ଶ ବ୍ୟକ୍ତିତ୍ୱଭାବରେ ପରିପ୍ରକାଶ କରିବା ସହ ପ୍ରଫେସର ସବିତା ପଟ୍ଟନାୟକ ଜଣେ ବନ୍ଧୁ ବତ୍ସଳ ଏବଂ ଆଦର୍ଶ ଶିକ୍ଷକ ଭାବରେ ବର୍ଣ୍ଣନା କରିଥିଲେ । ପ୍ରଫେସର ଜୟଦେବ ସାହୁ ସ୍ଵାଗତ ଭାଷଣ ଦେଇଥିଲେ।
ଏହି ଉତ୍ସବରେ ବିଶ୍ୱଭାରତୀର ପ୍ରଫେସର କାହ୍ନୁ ଚରଣ ସାହୁ, କଲ୍ୟାଣୀ ସାହୁ, ଡ. ସମ୍ବିତ ପାଢୀ, ଡ. ମୋହିତ ମୋହନ ମହାନ୍ତି, ଡ.ହରିହର ଷଢ଼ଙ୍ଗୀ, ଡ.ରମାକାନ୍ତ ମହାଲିକ, ଡ. ତ୍ରିନାଥ ଦାସ, ଡ.ଏସ.କେ ଦାଶ, ଡ.କାଳି ପ୍ରସାଦ ମମିଶ୍ର, ପ୍ରଫେସର ସୁର ପ୍ରସାଦ ପତି, ଡ.ଶକ୍ତି ପ୍ରସାଦ ମିଶ୍ର, ପ୍ରଫେସର ସରୋଜକାନ୍ତ ଚୈାଧୂରୀ, ଡ.ରବି ନାରାୟଣ ସାହୁ, ଡ.ପ୍ରସନ୍ନ କୁମାର ମହାପାତ୍ର, ଡ.ଯୁଧିଷ୍ଠିର ଖଟୁଆ, ଡ.ଶ୍ୱେତା,ଡ,ଶୁଶାନ୍ତ କୁମାର ପଣ୍ଡା, ଡ. ଦୁଷ୍ମନ୍ତ ରାଉତରାଯ ,ଡ.ରଶ୍ମୀରଞ୍ଜନ ପୁହାଣ, ଡ.ରାମଚନ୍ଦ୍ର ମହାନ୍ତି, ଡ.ଜେଏସ ପାଢୀ, ଡ.ନରେନ୍ଦ୍ର ସିଂହ, ଡ.ବିକ୍ରମ ସିଂହ, ଡ.ଏନସି ସାମଲ, ଡ.ପୁରୁଷୋତ୍ତମ ସାହୁ, ଡ.ଅମୁଲ୍ୟା ଆଚାର୍ଯ୍ୟ,ଡ.ମନୋଜ ନାୟକ, ଡ.ଭାବଗ୍ରାହୀ ପ୍ରଧାନ, ଡ.ସୁନିତା ଆଚାର୍ଯ୍ୟ, ଡ.ସୁନିଲ କୁମାର, ଡ.ନିଳାଦ୍ରି ପ୍ରଧାନ, ଡ.ସ୍ୱାତି ରଞ୍ଜନ ରାଉତ ପ୍ରମୁଖ ପ୍ରଫେସର ପଣ୍ଡାଙ୍କ ସହ ତାଙ୍କର ଗବେଶଷାରତ ସମୟର ଅଭିଜ୍ଞତା ବର୍ଣ୍ଣନା କରିବା ସହ ତାଙ୍କର ଅମାୟିକ ଆଚରଣ ଏବଂ ଭଲପାଇବାକୁ ନେଇ ନିଜକୁ ଗର୍ବିତ ବୋଲି ପ୍ରକାଶ କରିଥିଲେ । ଅଦ୍ୟାବଦି ଡ ପଣ୍ଡାଙ୍କ ତତ୍ୱାବଧାନରେ ୩୮ ଜଣ ପିଏଚଡି ଲାଭ କରିଛନ୍ତି । ଡ.ତପନ ବସନ୍ତିଆ, ଡ.ଲକ୍ଷ୍ମିଧର ବେହେରା, ଡ ପ୍ରୟରଞ୍ଜନ ଦାଶ ,ଡ ପ୍ରଦୋଶ ପତି ଏବଂ ପ୍ରମୋଦ କୁମାର ରାଉତଙ୍କ ସମ୍ପାଦାନରେ ଏକ ସୋଭେନିର ‘ ଏ ରିପ୍ଲେକଟିଭ୍ ଟିଚର’ ପ୍ରକାଶ ପାଇଥିଲା ।ଏହି ଅବସରରେ ବିଦାୟୀ ପ୍ରଫେସର ପଣ୍ଡା ତାଙ୍କ ଜୀବନର ସଂଘର୍ଷମୟ କାହାଣୀ ବର୍ଣ୍ଣନା କରିବା ସହ ପ୍ରତ୍ୟେକ ଶିକ୍ଷକ ଛାତ୍ରମାନଙ୍କୁ ‘ହସ’ ଦେବା ଉଚିତ ଯାହାଦ୍ୱାର ସେମାନେ ସ୍ୱାଲମ୍ବନଶୀଳ ହୋଇ ପାରିବେ । ଶେଷରେ ଡ. ପ୍ରମୋଦ ଚନ୍ଦ୍ର ଦାଶ ଧନ୍ୟବାଦ ଦେଇଥିଲେ

Leave a Reply

Your email address will not be published. Required fields are marked *