ଅପରାଧ

ଦୁଇ ବାଇକ ମୁହାଁମୁହିଁ ଧକ୍କା ,୧ ମୃତ, ଉତ୍ୟକ୍ତ ଲୋକଙ୍କ ରାସ୍ତାରୋକ


ନିମାପଡ଼ା : ପୁରୀ ଜିଲ୍ଲା ଅସ୍ତରଙ୍ଗ – କାକଟପୁର ମୁଖ୍ୟରାସ୍ତା ର ଉକୁଳେଇ ଛକ ନିକଟରେ ଦୁଇ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ରେ ଦୁଇ ନାବାଳିକାଙ୍କ ସହ ଚାରି ଗୁରୁତରଙ୍କୁ ପ୍ରଥମେ ଅସ୍ତରଙ୍ଗ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ ଭୁବନେଶ୍ୱର ୬ ନମ୍ବର ସ୍ଵାସ୍ଥ୍ୟ କେନ୍ଦ୍ର କୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି ।
ଉକୁଳେଇ ଠାକୁରାଣୀ ଙ୍କ ଦର୍ଶନ ପାଇଁ ନିକଟସ୍ଥ ପଥରପକା ଗ୍ରାମର ବସନ୍ତ ନାୟକ ନାମକ ଜଣେ ବ୍ୟକ୍ତି ଦୁଇ ସମ୍ପର୍କୀୟ ଝିଆରୀ ଙ୍କୁ ନେଇ ଏକ ବାଇକ ରେ ଯାଉଥିବାବେଳେ ଅନ୍ୟ ଏକ ବାଇକରେ କାକଟପୁର ଦିଗରୁ ଆସୁଥିବା ଓଳିହାଁ ଗ୍ରାମର ମୋହନ ପାତ୍ର ଓ ପିଣ୍ଟୁ ବିଶ୍ୱାଳ ଙ୍କ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣା ସ୍ଥଳରେ ବାଇକ ଚାଳକ ପିଣ୍ଟୁ ବିଶ୍ବାଳଙ୍କ ମୃତ୍ୟୁ ଘଟିଥିବାବେଳେ ଗୁରୁତର ଦୁଇ ନାବାଳିକାଙ୍କ ସମେତ ଚାରିଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଅସ୍ତରଙ୍ଗ ଥାନା ପୋଲିସ ମୃତ ଯୁବକଙ୍କ ଶବ କୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଚାରିଛକ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ଘଟଣା ପରେ ଉତ୍ତ୍ୟକ୍ତ ଲୋକେ ଉକୁଳେଇ ଠାରେ ଏକ ହମ୍ପସ ନିର୍ମାଣ ଦାବି କରି କାକଟପୁର – ଅସ୍ତରଙ୍ଗ
ମୁଖ୍ୟରାସ୍ତା କୁ ଅବରୋଧ କରି ରାସ୍ତାରୋକ
ଆନ୍ଦୋଳନ କରିଥିଲେ। ଅସ୍ତରଙ୍ଗ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ
ଲୋକମାନଙ୍କ ସହିତ ଆଲୋଚନା କରିବା
ପରେ ଲୋକମାନେ ଆନ୍ଦୋଳନ ରୁ ଓହରି
ଥିଲେ। ଏକ ମାସ ମଧ୍ୟରେ ଏହି ରାସ୍ତା ରେ
୪ ଜଣ ଙ୍କ ର ରାସ୍ତା ଦୁର୍ଘଟଣା ରେ ମୃତ୍ୟୁ
ଘଟିଲାଣି।

Leave a Reply

Your email address will not be published. Required fields are marked *