ରାଜ୍ୟ

ସମାଜସେବୀ ସଞ୍ଜୀବ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା

ବାଲିକୁଦା : ବାଲିକୁଦା ଏରସମା ନିର୍ବାଚନ ମଣ୍ଡଳୀ ର ସମାଜସେବୀ ତଥା ବିଜେଡି ଯୁବ ନେତା ସଂଜୀବ ଏସ ବିଶ୍ୱାଳଙ୍କୁ ଜଗତସିଂହପୁର ଜିଲ୍ଲା ଉତ୍କଳ ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରତିଷ୍ଠା ଦିବସ ସମାରୋହ ପାଳନ ଅବସରରେ ସମ୍ବର୍ଦ୍ଧିତ କରାଯାଇଛି। ଜଗତସିଂହପୁର ଜିଲ୍ଲା ସଂସ୍କୃତି ଭବନ ପରିସରରେ ସଂଘର ପ୍ରତିଷ୍ଠା ଦିବସ ଅବସରରେ ବାଲିକୁଦା ଏରସମାର ଯୁବ ସମାଜସେବୀ ସଂଜୀବ ଏସ ବିଶ୍ୱାଳଙ୍କୁ ତାଙ୍କର ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସଙ୍ଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଉତ୍ସବରେ ଉପସ୍ଥିତ ଥିବା ଅତିଥି ମନ୍ତ୍ରୀ ନିରଞ୍ଜନ ପୂଜାରୀ,ମୁଖ୍ୟ ସଚେତକ ପ୍ରଶାନ୍ତ କୁମାର ମୁଦୁଲି,ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ,ରାଜ୍ୟ ସଭାପତି ଉତ୍କଳ ସାମ୍ବାଦିକ ସଂଘ ବିଭୁତି ଭୂଷଣ କରଙ୍କ ସମେତ ଉପସ୍ଥିତ ଥିବା ଅନ୍ୟ ଅତିଥି ମାନଙ୍କ ଠାରୁ ଏହି ପୁରସ୍କାର ରାଶି ଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *